କୋଶଳ ଆବାସିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତଯାପିତ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସହରର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ କୋଶଳ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ସ୍ଥାନୀୟ ରୟାଲ ପଡିଆ ଠାରେ ଅନୁଷ୍ଠିତ ହୋଇ ଯାଇଛି | ଇତ୍ୟବସରରେ ସୁବର୍ଣ୍ଣପୁର ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନନୀୟ ଶ୍ରୀଯୁକ୍ତ ମନୋରଞ୍ଜନ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିଶୁମାନଙ୍କୁ ଖେଳ ପ୍ରତି ଆଗ୍ରହୀ କରାଇଥିବା ବେଳେ ବିଦ୍ୟାଳୟର ଉପଦେଷ୍ଟା ତଥା ୱେବ ମିଡ଼ିଆ ସାମ୍ବାଦିକ ସଙ୍ଘର ସଭାପତି ଶ୍ରୀଯୁକ୍ତ ପିତାମ୍ବର ମହାପାତ୍ର ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବିଦ୍ୟାଳୟର ଉତ୍ତୋରତ୍ତର କାମନା କରିଥିଲେ | ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ଶ୍ରୀବତ୍ସ ମଲ୍ଲିକ ସଭାପତିତ୍ୱ କରିବା ସହ କାର୍ଯ୍ୟକ୍ରମର ଉଦ୍ଧେଶ୍ୟ ଜ୍ଞାପନ କରିଥିଲେ | ବହୁ ଗୁଡିଏ ଖେଳ ବିଭିନ୍ନ ବର୍ଗ ଯଥା ବାଳ ବର୍ଗ, ଶିଶୁ ବର୍ଗ, ଶିଶୁବାଟିକା, କିଶୋର ବର୍ଗ ର ମୋଟ ୫୫ ଟି ଖେଳ ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେକ ଖେଳରେ ବିଜୟୀ ହୋଇଥିବା ପ୍ରତିଭାଗୀମାନଙ୍କୁ ବିଚାରକ ମାନଙ୍କ ଦ୍ୱାରା ଚୟନ କରାଯାଇ ପୁରସ୍କାର ପ୍ରଦାନ କରାଯାଇଥିଲା l ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପରମା ନାଏକ ଅତିଥି ପରିଚୟ ରଖିବା ସହ ପ୍ରଧାନ ଆଚାର୍ଯ୍ୟା ସ୍ମିତାଣୀ ନାଏକ ମଞ୍ଚ ପରିଚାଳନା କରିଥିଲେ । ସମ୍ପାଦକ ଶ୍ରୀଯୁକ୍ତ ସଞ୍ଜୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ | ବିଦ୍ୟାଳୟର ଅବିନାଶ ନାଏକ, ମଳୟ ଛନ୍ଦ, ରାଜେଶ ବଗର୍ତ୍ତୀ, ସଂଗୀତା ପଧାନ, ଲିପି ପଧାନ, ରେସ୍ମା ଭୁଏ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଇନଫିନିଟି ଅନୁଷ୍ଠାନର ଭାଇମାନେ ଓ ବିଦ୍ୟାଳୟର ଛାତ୍ରଛାତ୍ରୀ ସେବକ ସେବିକା ଉପସ୍ଥିତ ରହି ଖେଳକୁଦ କାର୍ଯ୍ୟକ୍ରମ ସଫଳ ରୂପାୟନ କରିଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.