ଡିସେମ୍ବର ୧ ରୁ ୭ ଯାଏଁ ଦୁର୍ଘଟଣା ଜନିତ ଶୂନ୍ୟମୃତ୍ୟୁ ସପ୍ତାହ ପାଳନ କରିବ ପରିବହନ ବିଭାଗ

ରାସ୍ତାରେ ଗାଡ଼ି ମୋଟର ଚେକିଂ କଡାକଡି ହେବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସମଗ୍ର ରାଜ୍ୟ ତଥା କଳାହାଣ୍ଡି ଜିଲ୍ଲା ରେ ଆସନ୍ତା ଡ଼ିସେମ୍ବର ମାସ ୧ ତାରିଖ ଠାରୁ ୭ ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପି ଜିଲ୍ଲା ରେ ଦୁର୍ଘଟଣା ଜନିତ ଶୂନ୍ୟମୃତ୍ୟୁ ସପ୍ତାହ ପାଳନ କରାଯିବ. ଏହି ଅବସରରେ ଜିଲ୍ଲା ର ସମସ୍ତ ବୁଦ୍ଧିଜୀବୀ ଓ ଜନସାଧାରଣଙ୍କୁ ଜିଲ୍ଲା ପ୍ରଶାସନ ତଥା ପରିବହନ ବିଭାଗ ତରଫରୁ ନିବେଦନ କରାଯାଉଛି ଯେ,
ସମଗ୍ର ଦେଶରେ ବାର୍ଷିକ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ୧.୫୦ ଲକ୍ଷ ଥିବା ବେଳେ ଆମ ରାଜ୍ୟ ଓଡିଶା ରେ ବର୍ଷ କୁ ୫୦୦୦ ଲୋକଙ୍କର ପ୍ରାଣହାନୀ ଘଟୁଛି। ଏହି ମୃତ୍ୟୁହାର କିପରି ହ୍ରାସ ପାଇବ ତାହା ସମସ୍ତଙ୍କ ପାଇଁ ଚିନ୍ତା ଓ ଉଦବେଗ ର କାରଣ ହୋଇଛି । ଗତ ଏପ୍ରିଲ ୧ ତାରିଖ ଠାରୁ ୭ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ସରକାର ବିଭିନ୍ନ ବିଭାଗ ମାଧ୍ୟମରେ କାର୍ଯ୍ୟକାରୀ କରି ମୃତ୍ୟୁହାର ୪୦% ରୁ ୨୮.୬% କୁ ହ୍ରାସ କରିଛନ୍ତି.
ଏଣୁ ସମସ୍ତ ଜନସାଧାରଣ ଙ୍କୁ ନିବେଦନ କରାଯାଉଛି ଯେ ନିମ୍ନ କାର୍ଯ୍ୟକ୍ରମ କୁ ହାତ କୁ ନେଇ ସମସ୍ତ ଗାଡି ମାଲିକ ଓ ଅନ୍ୟାନ୍ୟ ସ୍ବେଛାସେବୀ ଅନୁଷ୍ଠାନ ଏହାକୁ କଡାକଡି ଭାବରେ ପାଳନ କଲେ ଏହା ଆମ ଜିଲ୍ଲା ପାଇଁ ଏକ ସୁସ୍ଥ ସମାଜ ଗଠନ କରିବାରେ ନିଶ୍ଚିତ ସହାୟକ ହେବା ସଂଗେ ଅନେକ ଅମୁଲ୍ୟ ଜୀବନ ରକ୍ଷାପାଇ ପାରିବ।
୧. ଦୁଇ ଚକିଆ ଗାଡି ଚଲେଇବା ବେଳେ ହେଲମେଟ ପରିଧାନ ବାଧ୍ୟତା ମୂଳକ ।
୨. ବିନା ଡ୍ରାଇଭିଂ ଲାଇସେନ୍ସ ରେ ଗାଡି ଚଲାନ୍ତୁ ନାହିଁ ନଚେତ ଧରା ପଡିଲେ ୫୦୦୦/- ଟଙ୍କା ଜରିମାନା ଆଦାୟ କରାଯିବ।
୩. ମଦ୍ୟପାନ କରି ଗାଡି ଚଲାନ୍ତୁ ନାହିଁ ନଚେତ ଧରା ପଡିଲେ ୧୦,୦୦୦/- ଟଙ୍କା ଜରିମାନା ଆଦାୟ କରାଯିବ।
୪. ମାଲବାହି ଗାଡି ରେ କୌଣସି ଯାତ୍ରୀଙ୍କୁ ନେଇ ଯାତ୍ରା କରନ୍ତୁ ନାହିଁ ।
୫. ମୋବାଇଲ ଫୋନ ବ୍ୟବହାର କରି ଗାଡି ଚଲାନ୍ତୁ ନାହିଁ ।
୬. ଧାର୍ଯ୍ୟ ଓଜନ ଠାରୁ ଅତ୍ୟଧିକ ମାଲ ନେଇ ଗାଡ଼ି ଚଲାନ୍ତୁ ନାହିଁ ।
୭. ଭାରୀ ଓ ହାଲୁକା ଯାନ ଚଲେଇବା ବେଳେ ସିଟ ବେଲ୍ଟ ବ୍ୟବହାର କରାନ୍ତୁ ।
୮. ଧାର୍ଯ୍ୟ ବେଗଠାରୁ ଅଧିକ ବେଗରେ ଗାଡି ଚଲାନ୍ତୁ ନାହିଁ ।
୯. ଭୁଲ ଜାଗା ରେ ଗାଡି ପାର୍କିଙ୍ଗ କରନ୍ତୁ ନାହିଁ ।
୧୦. ସମସ୍ତ ଅଭିଭାବକ ମାନଙ୍କୁ ନିବେଦନ କରାଯାଉଛି ଯେ, ୧୮ ବର୍ଷ ରୁ କମ ବୟସ ର ପୁଅ ଓ ଝିଅ ମାନଙ୍କୁ ସ୍କୁଲ ଓ କଲେଜ ଯିବା ସମୟ ରେ ଗାଡି ଚଲେଇବା ପାଇଁ ଅନୁମତି ଦିଅନ୍ତୁ ନାହିଁ ନଚେତ ଜୁଭେନାଇଲ ନିୟମ ଅନୁଯାୟୀ ୨୫୦୦୦/- ଟଙ୍କା ଜୋରିମାନା ଓ ଗାଡି ଅଟକ ରଖିବା ସଙ୍ଗେ ଅଭିଭାବକ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଉପରୋକ୍ତ ନିୟମ କୁ କଡାକଡି ଭାବରେ ପାଳନ କରିବା ପାଇଁ ସମସ୍ତ ଜନସାଧାରଣଙ୍କୁ ଜିଲ୍ଲା ପ୍ରଶାସନ ଓ ପରିବହନ ବିଭାଗ ତରଫରୁ ନିବେଦନ କରା ଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.