୩ ଦିନିଆ କାର୍ତ୍ତିକ ପୂଜା ମହୋତ୍ସବ ଉଦଯାପିତ

କବାଡି ଓ ନୃତ୍ୟ ପ୍ରତିଯୋଗିତା ସହିତ ଆର୍କେଷ୍ଟ ମୁଖ୍ୟ ଆକର୍ଷଣ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡ଼ା ସଦର ବ୍ଲକ ଜାମପାଣି ଗାଁରେ ୩ ଦିନିଆ କାର୍ତ୍ତିକ ପୂଜା ମହୋତ୍ସବ ଉଦଯାପିତ ହୋଇ ଯାଇଛି । ଉଦଯାପନୀ ଉତ୍ସବରେ ପଦ୍ମଶ୍ରୀ ହଳଧର ନାଗ, କେବିନେଟ ମନ୍ତ୍ରୀ ତଥା ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପ୍ରତିନିଧି ଜୟ ଢୋଲକିଆ, ନୂଆପଡା ପଂଚାୟତ ସମିତି ଅଧକ୍ଷା ତାରେଶ୍ବରୀ ସାହୁ, ବିଜେଡି ରାଜ୍ୟ ସମ୍ପାଦକ ସରୋଜ କୁମାର ସାହୁ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଦୀପିକା ଦୀପ, ଜିଲ୍ଲା ପରିଷଦ ଭରତ ଲାଲ ରାଉତ, ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଭିନନ୍ଦନ ପଣ୍ଡା, ଖରିଆର ରୋଡ ଏନ. ଏ. ସି ଉପାଧ୍ୟକ୍ଷ ନିଶାନ୍ତ ଡାଗା, ଆଇନଜୀବୀ ଧନୀରାମ ସାହୁ, ସରାବଙ୍ଗ ସରପଞ୍ଚ ପ୍ରତିନିଧି ଗୋପାଳ ପଟେଲ, ଅମାନାରା ପି. ଏସ. ଏମ ପ୍ରତିନିଧି ହୀରା ନାୟକ, ସାଲିହା ସରପଞ୍ଚ ଶମ୍ଭୁ ସାହୁ, ଭଏଁସାତାଲ ପି ଏସ ଏମ ପ୍ରତିନିଧି ପୂରଷୋତ୍ତମ ସାହୁ, ବୋଏରଭାଡ଼ି ପି ଏସ ଏମ ଚନ୍ଦନ ବଂଜାରା, କୋଦୋମେରୀ ସରପଞ୍ଚ ପ୍ରତିନିଧି ଅସିତ ରାଉତ, ସମାଜ ସେବୀ ଛଗନ ପଟେଲ, ରଂଜିତ ସୁନା ପ୍ରମୁଖ ମଂଚାସୀନ ଥିଲେ | ଏହି କାର୍ତ୍ତିକ ପୂଜା ମହୋତ୍ସବ ରେ ଗ୍ରୁପ ଡାନ୍ସ, ସିଙ୍ଗଲ ଡାନ୍ସ ପ୍ରତିଯୋଗିତା ସହିତ ପୁରୁଷ ଓ ମହିଳା ବର୍ଗରେ କବାଡି ଟୁର୍ନାମେଣ୍ଟ ଆୟୋଜିତ ହୋଇଥିଲା | ଏହି ପରିପେକ୍ଷୀରେ ପୁରୁଷ ବର୍ଗ କବାଡି ରେ ବରିହା ପାଲି ଟିମ ବିଜେତା, ଠୋଙ୍ଗୋପାଣି (ବି) ଉପ ବିଜେତା, ତୃତୀୟ ସ୍ଥାନ ରେ ସାରଙ୍ଗଗଡ଼ ଛତିଶଗଡ ଓ ଚତୁର୍ଥ ସ୍ଥାନରେ ଭାଲୁକୋନା ଯଥା କ୍ରମେ ୧୫ ହଜାର, ୧୧ ହଜାର, ୭ହଜାର ଓ ୫ହଜାର ଟଙ୍କା ସହିତ ଟ୍ରଫି ଭାବେ ପୁରସ୍କୃତ କରାଯାଇଥିଲା | ମହିଳା ବର୍ଗ କବାଡିରେ ଭୁବନେଶ୍ୱର ଦଳ ବିଜେତା, କୋଦୋମେରୀ ଦଳ ଉପ ବିଜେତା, ମାଗୁରପାଣି ଦଳ ତୃତୀୟ ଓ ଭାନପୁର ଦଳ ଚତୁର୍ଥ ସ୍ଥାନ ଭାବେ ଯଥାକ୍ରମେ ୯ହଜାର, ୫ ହଜାର, ୩ ହଜାର ଓ ୨ ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଥିଲା | ଗ୍ରୁପ ଡାନ୍ସ ରେ ପ୍ରଥମ ଏଲ. ଡ଼ି. ଏସ କାଞ୍ଚନା, ଦ୍ଵିତୀୟ ଦୱନ ହେର୍ଣ୍ଣା, ତୃତୀୟ ଆଇ ଏନ ସମ୍ଭାର, ଚତୁର୍ଥ ସ୍ୱର୍ଯ୍ୟ| ଡାନ୍ସ ଗ୍ରୁପ ଯଥାକ୍ରମେ ୮ହଜାର ଏକ ଶହ ଟଙ୍କା, ୫ ହଜାର ଏକ ଶହ ଟଙ୍କା, ୩ ହଜାର ଏକ ଶହ ଟଙ୍କା ଓ ୧ ହଜାର ଏକ ଶହ ଟଙ୍କା ପୁରସ୍କୃତ ହୋଇଥିବା ବେଳେ ସିଙ୍ଗଲ ବିଭାଗ ରେ ପ୍ରଥମ ପୁଷ୍ପାଞ୍ଜଳି ମାଝୀ ଓ ତିୱାନ ସାହୁ, ଦ୍ଵିତୀୟ ସୁରଜ ନିଶାଦ, ତୃତୀୟ ବସନ୍ତ ହାତୀ, ଚତୁର୍ଥ ପପୁ ସୁନା ଯଥାକ୍ରମେ ୩ ହଜାର ଏକ ଶହ ଟଙ୍କା, ୨ ହଜାର ଏକ ଶହ ଟଙ୍କା, ୧ହଜାର ଏକ ଶହ ଟଙ୍କା ଓ ୫୦୦ ଟଙ୍କା ପୁରସ୍କୃତ କରାଯାଇଥିଲା | ପବିତ୍ର କାର୍ତ୍ତିକ ପୁର୍ଣିମା ଅବସରରେ ରେ ସମ୍ପୂର୍ଣ ଗାଁ ଉତ୍ସବ ମୁଖର ହୋଇ ଯାଇଥିବା ବେଳେ ଆଖ ପାଖ ରୁ ଅନେକ ଶ୍ରଦ୍ଧାଳୁ ଭାଗବାନ ଙ୍କ ଦର୍ଶନ କରିବା ପାଇଁ ଆସିଥିଲେ | ଆୟୋଜକ କମିଟି ସଭାପତି ଭଗବାନ ନାୟକ,ଉପ ସଭାପତି ତୁଳସୀ ରାମ ମାଝୀ, ୱାର୍ଡ ମେମ୍ବର ଖେମ ରାଜ ସାହୁ, ଯୁବ ସଭାପତି ତୋସିଫ ରାଜା, ରିପରସେଣ୍ଟଟେଟିଭ ମେମ୍ବର ବସନ୍ତ ମାଝୀ ଏହି କାର୍ତ୍ତିକ ପୂଜା ମହୋତ୍ସବ ର ଆୟୋଜନ କରିଥିବା ବେଳେ ଚିଫ ଏଡ଼ଭାଇଜର ଚିନି ଲାଲ ସାହୁ ଓ ଏଡ଼ଭାଇଜର ହୀରା ସିଂ ରାଉତ ପ୍ରମୁଖ ଏହି ମହୋତ୍ସବକୁ ବିଶେଷ ଭାବରେ ସହଯୋଗ କରି ପରିଚାଳନା କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.