ମସଜିଦରେ ଲାଉଡସ୍ପିକର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଆବେଦନ; ଖାରଜ କଲେ ହାଇକୋର୍ଟ

ଓଡ଼ିଆ ବାର୍ତ୍ତା/ ଅହମଦାବାଦ: ମସଜିଦରେ ଲାଉଡ ସ୍ପିକର ଉପରେ ପ୍ରତିବନ୍ଧକ ଲଗାଇବା ନେଇ ଗୁଜୁରାଟ ହାଇକୋର୍ଟ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏହି ଲାଉଡ ସ୍ପିକର ଉପରେ ପ୍ରତିବନ୍ଧକ ଲଗାଇବାକୁ କରାଯାଇଥିବା ଆବେଦନକୁ ଗୁଜରାଟ ହାଇକୋର୍ଟ ଖାରଜ କରିଛନ୍ତି। ମସଜିଦରୁ ଆଜାନ ପାଇଁ ଲାଉଡ ସ୍ପିକର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ କୋର୍ଟରେ ଏକ ଜନସ୍ବାର୍ଥ ମାମଲା(ପିଆଇଏଲ) ଦାଖଲ କରାଯାଇଥିଲା।ମନ୍ଦିରରେ ଘଣ୍ଟି ଧ୍ୱନି ଉପରେ ମଧ୍ୟ କୋର୍ଟ ପ୍ରଶ୍ନ ଉଠାଇଥିଲେ। ଆରତି ସମୟରେ ଭୋରୁ ମନ୍ଦିରରେ ବାଦ୍ୟଯନ୍ତ୍ର ବଜାଯାଇଥାଏ। ଏହି ସମୟରେ ଶୋଇଥିବା ଲୋକଙ୍କ ପାଇଁ ଅସୁବିଧା ସୃଷ୍ଟି କରେ ନାହିଁ କି ବୋଲି ପ୍ରଶ୍ନ କରିଥିଲେ ମୁଖ୍ୟ ବିଚାରପତି ସୁନୀତା ଅଗ୍ରୱାଲ ଏବଂ ଜଷ୍ଟିସ ଅନିରୁଦ୍ଧ ପି ମାୟୀ। ଏହି ଆବେଦନ ବଜରଙ୍ଗ ଦଳର ନେତା ଶକ୍ତି ସିଂ ଜାଲାଙ୍କ ଦ୍ୱାରା ଦାଖଲ କରାଯାଇଥିଲା। ମନ୍ଦିରରେ ଆରତି ସମୟରେ କୌଣସି ଶବ୍ଦ ହେଉ ନାହିଁ ବୋଲି ଆବେଦନକାରୀ ଦାବି କରିପାରିବେ କି ବୋଲି କୋର୍ଟ ପ୍ରଶ୍ନ କରିଥିଲେ। ଏକ ଭୁଲ ଧାରଣା ସହିତ ଏହା ଦାଖଲ ହୋଇଥିବା ଆବେଦନ ବୋଲି କୋର୍ଟ କହିଛନ୍ତି। ମୁଖ୍ୟ ବିଚାରପତି ସୁନୀତା ଅଗ୍ରୱାଲ ଏବଂ ଜଷ୍ଟିସ ଅନିରୁଦ୍ଧ ପି ମାୟୀଙ୍କ ଏକ ଡିଭିଜନ ବେଞ୍ଚ ଏହି ଆବେଦନ ଉପରେ ଶୁଣାଣି କରିଥିଲେ। କୋର୍ଟ ଏଭଳି ପିଆଇଏଲ ଉପରେ ବିଚାର କରିବାକୁ ମନା କରିଦେଇଛନ୍ତି। କୋର୍ଟ କହିଛନ୍ତି ଏହା ଆଜାନ ଏକ ପରମ୍ପରା ବର୍ଷ ବର୍ଷ ଧରି ଚାଲି ଆସିଛି ଏବଂ କେବଳ ୫-୧୦ ମିନିଟ ପର୍ଯ୍ୟନ୍ତ ଏହା ହୋଇଥାଏ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.