ଜିଲ୍ଲାସ୍ତରୀୟ ସରଗିଫୁଲ ଉତ୍ସବ ଉଦଯାପିତ

ଦକ୍ଷତାର ସଠିକ ପରିପ୍ରକାଶ କଲେ ସଫଳତା ମିଳିବ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଦକ୍ଷତାକୁ ସଠିକ ମାର୍ଗରେ ପରିପ୍ରକାଶ କଲେ ସଫଳତା ମିଳିଥାଏ ।ଏଥିପାଇଁ ନିଜ ଭିତରେ ଥିବା ପ୍ରତିଭାକୁ ଚିହ୍ନଟ କରିବା ଆବଶ୍ୟକ ବୋଲି ରାୟଗଡ଼ା ଜିଲ୍ଲା ସ୍ତରୀୟ ସରଗିଫୁଲ ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାୟଗଡ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁ ପାତ୍ର ମତବ୍ୟକ୍ତ କରିଛନ୍ତି । ଶିକ୍ଷକ ଦ୍ବିତୀ ଚନ୍ଦ୍ର ସାହୁଙ୍କ ସଂଯୋଜନାରେ ପରିଚାଳିତ ଏଇ ଉତ୍ସବରେ ରାୟଗଡ଼ା ଜିଲ୍ଲାମଙ୍ଗଳ ଅଧିକାରୀ ଭାରତ ଭୂଷଣ ବିଶ୍ବାଳ ସ୍ଵାଗତ ଅଭିଭାଷଣ କ୍ରମରେ ସର୍ଗିଫୁଲ ଆୟୋଜନର ମହତ୍ବ ଦିଗ ପ୍ରତି ଆଲୋକପାତ କରିଥିଲେ । ଶିକ୍ଷା ମଣ୍ଡଳାଧିଶ ଶ୍ୟାମ ଘନ ଭୂୟାଁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏଇ ସମାରୋହରେ ରାୟଗଡ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଡ଼ଃ ଦିଲୀପ କୁମାର ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ସର୍ଗିଫୁଲ ହେଉଛି କୁନି ପ୍ରତିଭା ଚିହ୍ନଟ ଓ ତାକୁ ସାକାର ରୂପ ଦେବାର ମଞ୍ଚ ବୋଲି ଅଭିହିତ କରିଥିଲେ । ଏଥିପାଇଁ ପିଲାମାନେ ନିଜ ପ୍ରତିଭାକୁ ପରିପ୍ରକାଶ କରିବା ଲାଗି ସେ ଉତ୍ସାହିତ କରିଥିଲେ । ଅନ୍ୟତମ ଅତିଥି ଭାବେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ସନ୍ତୋଷ କୁମାର ପାତ୍ର ଯୋଗ ଦେଇଥିଲେ । ପରେ ବିବିଧ ପ୍ରତିଯୋଗିତା, ଭଲିବଲ ଓ ବିଜ୍ଞାନ ପ୍ରଦର୍ଶନୀର କୃତି ପ୍ରତିଯୋଗୀଙ୍କୁ ଅତିଥିଗଣ ପୁରସ୍କାର ପ୍ରଦାନ କରିଥିଲେ । ଶ୍ରେଷ୍ଠ ତିନିଗୋଟି ଦଳଗତ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା । ସବୁ ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ପ୍ରତିଯୋଗୀମାନେ ଜୋନାଲ ସ୍ତରୀୟ ସରଗିଫୁଲ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ଶିକ୍ଷକ ସଞ୍ଜୟ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.