ଝଂଜାବତୀ ମହିଳା ୱାକର୍ସ କ୍ଳବର ବାର୍ଷିକ ସାଧାରଣ ବୈଠକ

୨୦୨୪-୨୫ ବର୍ଷ ନିମନ୍ତେ ପୁଣି ଥରେ ପୁରୁଣା କମିଟିକୁ ଦାୟିତ୍ୱ ପ୍ରଦାନ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ) : ରାୟଗଡାର ଝଂଜାବତୀ ମହିଳା ୱାକର୍ସ କ୍ଳବର ବାର୍ଷିକ ସାଧାରଣ ବୈଠକ କ୍ଳବର ଉପଦେଷ୍ଠା ଡ.ଦୁଷ୍ମନ୍ତ କୁମାର ମହାନ୍ତିଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨୦୨୪-୨୫ବର୍ଷ ନିମନ୍ତେ କ୍ଳବର ନୂତନ କାର୍ଯ୍ୟକର୍ତା ଚୟନ ନିମନ୍ତେ ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତି ଗ୍ରହଣ କରାଯାଇଛି । ଆସନ୍ତା ବର୍ଷରେ ମଧ୍ୟ ପୁରୁଣା କମିଟିକୁ ହିଁ କ୍ଳବର କାର୍ଯ୍ୟଭାର ଦାୟିତ୍ୱ ପ୍ରଦାନ କରାଯାଇଛି । ପୂର୍ବପରି ୱାକର୍ସ ଅରୁଣା ବେହେରାଙ୍କୁ ସଭାପତି, ରଶ୍ମିତା ପଣ୍ଡାଙ୍କୁ ସଂପାଦକ, ନମିତା ପାଢୀଙ୍କୁ କୋଷାଧ୍ୟକ୍ଷ ପଦବୀରେ ଦାୟିତ୍ୱରେ ପ୍ରଦାନ କରାଯାଇଥିବା ବେଳେ କ୍ଳବର ଉପସଭାପତି ଭାବେ ସୁଜାତା ମାଦଳା, ସେନାପତି ସନ୍ତୋଷୀ ଏବଂ ଯୁଗ୍ମ ସଂପାଦକ ଭାବେ ଏସ.ସୁଜାତାଙ୍କୁ ଦାୟିତ୍ୱରେ ଅବସ୍ଥାପିତ କରାଯାଇଛି । ସେହିପରି ୧୩ଜଣ ବୋର୍ଡ ସଭ୍ୟାଙ୍କ ମଧ୍ୟରେ ୱାର୍କସ ରୁବିରାଣୀ କୁଣ୍ଡୁ, ଅନୁସୂୟା ମାଝି, କଳ୍ପନା ପଣ୍ଡା, ରେଣୁବାଲା ପାଣିଗ୍ରାହୀ ସମେତ ଅନ୍ୟମାନଙ୍କୁ ଚୟନ କରାଯାଇଛି । କ୍ଳବ ଉପଦେଷ୍ଠା ଶ୍ରୀ ମହାନ୍ତି ସମସ୍ତ ସଦସ୍ୟାଙ୍କୁ ନିଜର ଦାୟିତ୍ୱକୁ ସୂଚାରୁ ରୂପେ ସଂପାଦନା କରିବା ପାଇଁ ପରାମର୍ଶ ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.