ଭଙ୍ଗା କଇଁଚୀକୁ ନେଇ ଚର୍ଚ୍ଚାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଗ୍ରାମାଞ୍ଚଳ ତଥା ସ୍ଥାନୀୟ ରୋଗୀ ଓ ସମ୍ପର୍କୀୟଙ୍କୁ ଡାକ୍ତର ବାବୁ ମାନଙ୍କ ଦୁର୍ବ୍ୟବହାର ହେଉ କିମ୍ବା ନର୍ସିଂ ହୋମ ପ୍ରୀତି, ଲାଞ୍ଚ କାରବାର ହେଉ କିମ୍ବା ଚୋରା ପିରତି ତଥା ବିଭିନ୍ନ ସମସ୍ୟାକୁ ନେଇ ବିବାଦ ପିଛା ଛାଡ଼ୁ ନ ଥିବା ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଗତ କିଛି ଦିନ ହେଲା ଭଙ୍ଗା କଇଁଚୀ କୁ ନେଇ ସାମାଜିକ ଗଣ ମାଧ୍ୟମ ରେ ଚର୍ଚ୍ଚା ଜୋର ଧରିଛି। ସୂଚନା ମତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜରୁରୀ କାଳୀନ ବିଭାଗ ରେ ଡ୍ରେସିଂ ତଥା ଷ୍ଟ୍ରିଚିଂ କାର୍ଯ୍ୟରେ ଏକ ଭଙ୍ଗା କଇଁଚୀ ବ୍ୟବହାରକୁ ନେଇ ପ୍ରାୟ ମାସେ ତଳେ ସ୍ଥାନୀୟ ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସ୍ୱରୂପ ପାତ୍ର ସାମାଜିକ ଗଣ ମାଧ୍ୟମରେ ଦୃଷ୍ଟିକୁ ଆଣିଥିଲେ। ସେ ତାଙ୍କର ଜଣେ ସମ୍ପର୍କୀୟଙ୍କୁ ଚିକିତ୍ସା ପାଇଁ ନେଇଥିବା ବେଳେ ତାହା ତାଙ୍କ ଦୃଷ୍ଟି ଗୋଚର ହୋଇଥିଲା ଏବଂ ତାକୁ ବଦଳାଇବା ପାଇଁ ଚିକିତ୍ସାଳୟ କର୍ମଚାରୀ ତଥା ମୁଖ୍ୟ ଚିକିତ୍ସାଧିକାରୀଙ୍କ ପାଖରେ ଦାବୀ କରିଥିଲେ। ତା’ର ୧୫ ଦିନ ପରେ ସ୍ଥାନୀୟ ବରିଷ୍ଠ ଆଇନଜୀବୀ ଶ୍ରୀ ବେଦବାକ ମଧ୍ଯ ସଂପର୍କୀୟଙ୍କୁ ମୁଣ୍ଡରେ ଷ୍ଟ୍ରିଚ କରିବା ପାଇଁ ମୁଖ୍ୟ ଚିକିତ୍ସାଳୟକୁ ନେଇଥିବା ବେଳେ ସେ ମଧ୍ଯ ସେହି ଭଙ୍ଗା କଇଁଚୀକୁ ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ସାମାଜିକ ଗଣ ମାଧ୍ୟମରେ ପୋଷ୍ଟ କରିଥିଲେ ଓ ତାକୁ ଯଥା ଶୀଘ୍ର ବଦଳାଇବା ପାଇଁ ଦାବୀ ଜଣାଇଥିଲେ। କିନ୍ତୁ “ମୋତେ ଯେତେ ମାଠିବୁ ମାଠ ମୁଁ ସେଇ ଦର ପୋଡ଼ା କାଠ” ନ୍ୟାୟରେ ବର୍ତ୍ତମାନ ପର୍ଯ୍ୟନ୍ତ ସେହି କଇଁଚୀ ରହିଥିବା ନେଇ ପୁଣି ଗତକାଲି ସ୍ବରୂପ ପାତ୍ର ସାମାଜିକ ଗଣ ମାଧ୍ୟମରେ ପୋଷ୍ଟ କରିବା ସହ ଦୁଃଖ ପ୍ରକାଶ କରି କୋଟି କୋଟି ଟଙ୍କା ବ୍ୟୟରେ ସରକାର ନୂତନ ଡ଼ାକ୍ତରଖାନା ନିର୍ମାଣ କରୁଥିବା ବେଳେ ଜରୁୀକାଳୀନ ବିଭାଗରେ ଭଙ୍ଗା କଇଁଚୀ ନେଇ କ୍ଷୋଭ ପ୍ରକାଶ କରିବା ସହ ଆଗମୀ ଦିନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଏକ ନୂତନ କଇଁଚୀ ଉପହାର ଦେବା ପାଇଁ ସଜବାଜ ହେଉଥିବା ନେ଼ଇ ସୂଚନା ଦେଇଛନ୍ତି। ଏହାକୁ ନେଇ ସ୍ଥାନୀୟ ବୁଦ୍ଧଜୀବୀମାନେ ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମ୍ୟାନେଜମେଣ୍ଟକୁ ନେଇ ଘୋର ନିନ୍ଦା କରୁଥିବା ଦେଖାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.