ଚ଼େତନା ସ୍ବତନ୍ତ୍ର ବିଦ୍ୟାଳୟ ଓ ସ୍ବତନ୍ତ୍ର ଶିକ୍ଷା ପ୍ରଶିକ୍ଷଣ ଅନୁଷ୍ଠାନ ପକ୍ଷରୁ ବିଶ୍ୱ ଏଡ଼ସ ଦିବସ ଓ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ  ପାଳନ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଚ଼େତନା ସ୍ବତନ୍ତ୍ର ବିଦ୍ୟାଳୟ ଓ ସ୍ବତନ୍ତ୍ର ଶିକ୍ଷା ପ୍ରଶିକ୍ଷଣ ଅନୁଷ୍ଠାନ ପକ୍ଷରୁ ଇନ୍ଦିରା ଗାନ୍ଧୀ ବିଶ୍ୱବିଦ୍ୟାଳୟ ଆଞ୍ଚଳିକ କେନ୍ଦ୍ର ଅନୁଗୁଳ ଓ ଶିକ୍ଷା ବିଭାଗ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ମିଳିତ ସହଯୋଗରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ ୩ ଦିନ ଧରି ଅନୁଷ୍ଠିତ ହୋଇଯାଇଅଛି । ଏହି ଦିବସ ଉପଲକ୍ଷେ ପ୍ରଥମ ଦିନରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ବିନୟ ଭୁଷଣ ମହାପାତ୍ର ଏବଂ ଅନୁଷ୍ଠାନ ପରିଚାଳନା କମିଟିର ସଦସ୍ୟା ସ୍ମୃତିରେକ୍ଷା ମିଶ୍ରଙ୍କ ଶୁଭାରମ୍ଭରେ ଏକ ସଚ଼େତନତା ରାଲି ଅନୁଷ୍ଠିତ ହୋଇଥିଲା | ଏହା ପରେ ପରେ ସ୍ବତନ୍ତ୍ର ଶିକ୍ଷା ପ୍ରଶିକ୍ଷଣ ଅନୁଷ୍ଠାନ ର‌ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିତର୍କ, ଫ୍ୟାନ୍ସି ଡ୍ରେସ୍, ସଂଗୀତ, ନୃତ୍ୟ, କବାଡ଼ି, ପୁଚ଼ି, ରଙ୍ଗୋଲି ଆଦିରେ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ତୃତୀୟ ଦିବସରେ ଉଜ୍ଜାପନୀ ସଭା ଅନୁଷ୍ଠିତ ହୋଇଥିଲା ସଭାରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ଡ଼ଃ ନାରାୟଣ ଚନ୍ଦ୍ର ପତି ଏବଂ ଉପଦେଷ୍ଟା ଡ଼ଃ ବିଜୟା ପତି ଯୋଗ ଦେଇ ଦିବ୍ୟାଙ୍ଗ ମାନଙ୍କୁ ଅକ୍ଷମ ଭାବିବା ଆଦୌ ଉଚ଼ିତ ନୁହେଁ ବୋଲି ମତବ୍ୟକ୍ତ କରିଥିଲେ । ଦିବ୍ୟାଙ୍ଗ ମାନଙ୍କ ସହ ଉତ୍ତମ ବ୍ୟବହାର ଏବଂ ତାଙ୍କ ସହ ଭଲ ଭାବରେ ମିଳାମିଶା କରିବା ଦ୍ବାରା ସେମାନେ କିଛି ମାତ୍ରାରେ ଉନ୍ନତି କରିପାରିବେ, ଦିବ୍ୟାଙ୍ଗ ମାନଙ୍କୁ ଉତ୍ତମ ଶିକ୍ଷା ଓ ପ୍ରଶିକ୍ଷଣ ଦେବା ଦ୍ଵାରା ସେମାନେ ନିଜେ ସ୍ବାବଲମ୍ବୀ ହୋଇପାରିବେ । ଦିବ୍ୟାଙ୍ଗ ମାନେ ବହୁ ଉଚ୍ଚ ପଦବୀରେ ରହିବାର‌ ମଧ୍ୟ ଉଦାହରଣ ରହିଛି । ଏହାପରେ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ପୁରସ୍କାର ବିତରଣ ଉତ୍ସବରେ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ଶିକ୍ଷା ବିଭାଗର ମୁଖ୍ୟ ପ୍ରାଧ୍ୟାପକ ଡ଼ଃ ଶଙ୍କର ପ୍ରସାଦ ମହାନ୍ତି ଯୋଗ ଦେଇ ପ୍ରତିଯୋଗୀତା ବିଜୟୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ । ଏହାପରେ ଚେତନା ମନୋବିଜ୍ଞାନ ବିଭାଗ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ନିର୍ମିତ୍ତ ଏକ କ୍ଷୁଦ୍ର ଦିବ୍ୟାଙ୍ଗ ସଚେତନତା ଚଳଚିତ୍ର ‘ବବି’କୁ ଅନୁଷ୍ଠାନର ସେମିନାର ଗୃହରେ ପରିବେଷଣ କରାଯାଇଥିଲା | ଏହି ସଭାରେ ଚେତନା ମହାବିଦ୍ୟାଳୟର ମନୋବିଜ୍ଞାନ ବିଭାଗର ମୁଖ୍ୟ ଡ଼ଃ ବିଚିତ୍ରାନନ୍ଦ ସ୍ୱାଇଁ ଧନ୍ୟବାଦ୍ ଦେଇ ସଭା ଶେଷ କରିଥିଲେ । ପରିଶେଷରେ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ଅନୁଷ୍ଠାନର ସ୍ୱତନ୍ତ୍ର ଶିକ୍ଷା ବିଭାଗ ମୁଖ୍ୟ ଡ଼ଃ ଭାଗିରଥି ମହାପାତ୍ରଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଅନୁଷ୍ଠିତ ହୋଇଥିଲା |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.