ନର୍ଲା: ମାଉନଟେନ କିଡ୍ସ ସ୍କୁଲ ଭ୍ୟାନ ଦୁର୍ଘଟଣା ପ୍ରସଙ୍ଗ, ପିନ୍ସିପାଲଙ୍କ ନାମରେ ଥାନାରେ ଏତେଲା

୫ ଛାତ୍ରଛାତ୍ରୀ ଗୁରୁତର

ସ୍କୁଲ ପରିଚାଳନାକୁ ନେଇ ଉଠିଲା ବିରାଟ ପ୍ରଶ୍ନବାଚୀ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଚାରିଛକ ନିକଟରେ ଚାଲୁଥିବା ଇଂଲିଶ ମିଡିୟମ ସ୍କୁଲ ତା’ର ସ୍କୁଲ ଭ୍ୟାନରେ ଆବଶ୍ୟକତା ଠାରୁ ଅଧିକ ପରିମାଣର ଛାତ୍ରଛାତ୍ରୀଙ୍କୁ ନେଇ ପିକନିକ ସାରି ଫେରୁଥିବା ବେଳେ ନର୍ଲା ହାଇସ୍କୁଲ ନିକଟରେ ଦୁର୍ଘଟଣା ଗ୍ରସ୍ତ ହେଇଥିଲା। ଭ୍ୟାନଟି ସମ୍ପୂର୍ଣ ଓଲଟି ପଡିବାରୁ ଛାତ୍ରଛାତ୍ରୀ ମାନେ ଗୁରୁତର ହେଇ ପଡ଼ିଥିଲେ। ଆହତ ଛାତ୍ରଛାତ୍ରୀଙ୍କୁ ନର୍ଲା ଡାକ୍ତରଖାନାକୁ ନିଆଯାଇଥିଲା। ସେଥି ମଧ୍ୟରୁ ଅତ୍ୟଧିକ ଗୁରୁତର ଥିବା ଛାତ୍ରଛାତ୍ରୀ ମାନଙ୍କୁ ନର୍ଲା ଭାରପ୍ରାପ୍ତ ଚିକତ୍ସା ଅଧିକାରୀ ଡ଼. ଅକ୍ଷୟ କୁମାର ଗୋଚ୍ଛାୟତ ଭବାନୀପାଟଣା ମୁଖ୍ୟ ଚିକତ୍ସାଲୟକୁ ପ୍ରେରଣ କରିଥିଲେ। ଅଦ୍ୟାବଧି ସେମାନଙ୍କ ମଧ୍ୟରୁ ତିନିଜଣ ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପୂର୍ଣ୍ଣ ରହିଥିବା ଜଣା ପଡିଛି। ନର୍ଲା ବଣିକ ସଂଘର ସଭାପତି ଦୀପକ ସାହୁଙ୍କ ପୁଅ ତାଙ୍କ ଦେହରେ ୨୬ ଗୋଟି ଷ୍ଟିଚ ପଡ଼ିଥିବା ଶୁଣାଯାଉଛି। କିଛି ଟଙ୍କାର ଡିଜେଲ ବଞ୍ଚାଇବାକୁ ଯାଇ ଗୋଟିଏ ଛୋଟିଆ ଗାଡିରେ ଅତ୍ୟଧିକ ଛାତ୍ରଛାତ୍ରୀଙ୍କୁ ଗାଇଗୋରୁ ଭଳି ଭର୍ତ୍ତି କରି ଆଣୁଥିଲେ। ଖବରରୁ ଜଣା ପଡିଛି ଯେ, ଗାଡି ଚାଳକ ଜଣକ ଅତ୍ୟଧିକ ମଦ୍ୟପାନ କରିଥିବାରୁ ଗାଡିଟି ଭାରସାମ୍ୟ ହରେଇ ରାସ୍ତା ମଝିରେ ଓଲଟି ପଡିଥିଲା। ଏ ନେଇ ୦୨/୧୨ ଶନିବାର ଗୁରୁତର ଛାତ୍ରଙ୍କ ଅଭିଭାବକ ଶ୍ରୀ ସାହୁ କେସ ନମ୍ବର ୨୪୬ ରେ ଧାରା ୨୭୯, ୩୩୭, ୩୩୮ ଆଇ.ପି.ସି ଯୋଗେ ଏକ କେସ ରୁଜୁ କରିଥିବା ସୂଚନା ମିଳିଛି। ଏ ସବୁ ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ବିଦ୍ୟାଳୟର ଚେୟାରମେନ ଏବଂ ଗାଡି ଚାଳକଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଅଭିଭାବକମାନେ ଦାବି କରିଛନ୍ତି। ନହେଲେ ଆଗାମୀ ଦିନରେ ବଡ଼ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ଉତ୍ତମ ଭିତ୍ତିଭୂମି ନଥାଇ ଜଣେ ଅନୁଭବ ହୀନ ବ୍ୟକ୍ତିଙ୍କୁ ଶିକ୍ଷା ବିଭାଗ ଅନୁକମ୍ପା ଦେଖାଇ ନର୍ଲାରେ ବିଦ୍ୟାଳୟ ଖୋଲିବା ପାଇଁ କିପରି ଅନୁମତି ଦେଲା ତାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଛାତ୍ରଛାତ୍ରୀଙ୍କ ଠାରୁ ମୋଟା ଅଙ୍କର ଡୋନେସନ ନେଇ ଶିକ୍ଷାଦାନ ଦେବା ନାମରେ ସେମାନଙ୍କ ଜୀବନ ସହ ଖେଳାଯାଉଛି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଆଲୋଚନା ଜୋର ଧରିଛି। ତେଣୁ କୋମଳମତି ଛାତ୍ରଛାତ୍ରୀଙ୍କ ଜୀବନ ସହ ଏଭଳି ଖେଳ ଖେଳୁଥିବା ଅନୁଷ୍ଠାନ ପରିଚାଳକଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ ହେଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.