ଓଡ଼ିଶା ଲଲିତ କଳା ଏକାଡ଼େମୀ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲାରେ ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ

ପ୍ରଦର୍ଶିତ ହେଲା ଓଡ଼ିଶାର ବହୁ ବରିଷ୍ଠ ଶିଳ୍ପୀଙ୍କ ଚିତ୍ରକଳା

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଓ ଜିଲ୍ଲା ପ୍ରଶାସନ ସୁବର୍ଣ୍ଣପୁରର ସହଯୋଗରେ ରାଜ୍ୟରେ ଚିତ୍ରକଳାର ବହୁଳ ପ୍ରଚାର ଓ ପ୍ରସାର ନିମନ୍ତେ ଏକାଡେମୀ ଦ୍ବାରା ସଂଗୃହିତ ବହୁ ବରିଷ୍ଠ ଓ ଯୁବ ଶିଳ୍ପୀଙ୍କ ଚିତ୍ରକଳା ଗୁଡିକୁ ନେଇ ସୋନପୁର ପୁରୁଣା ଟାଉନ ହଲ ଠାରେ ଏକ ଭ୍ରାମ୍ୟମାଣ ପ୍ରଦର୍ଶନୀର ଉଦଘାଟନୀ ଉତ୍ସବ  ଅନୁଷ୍ଠିତ ହୋଇଯାଇଛି। ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀଯୁକ୍ତ ବିମଳେନ୍ଦୁ ରାୟ ଆୟୋଜିତ ପ୍ରଦର୍ଶନୀକୁ ମୁଖ୍ୟଅତିଥି ଭାବେ ଯୋଗଦାନ କରି ଉଦଘାଟନ କରିଛନ୍ତି । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ଏକାଡେମୀ ସଦସ୍ୟ ଶ୍ୟାମ ସୁନ୍ଦର ମେହେର, ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥ୍‌ ଭାବେ ଉପସ୍ଥିତ ଥିଲେ । ଓଡ଼ିଶା ଲଳିତ କଳାର ବହୁଳ ପ୍ରଚାର ଓ ପ୍ରସାର ପାଇଁ ତଥା ଶିଳ୍ପୀମାନଙ୍କର କଳାକୃତି ଯେପରି ରାଜ୍ୟର ଜନସାଧାରଣ, ଅନ୍ୟ ଶିଳ୍ପୀ ତଥା ଛାତ୍ର/ ଛାତ୍ରୀମାନେ ଦେଖିବାର ସୁଯୋଗ ପାଇ ପାରିବେ ଏବଂ ଓଡ଼ିଶାର ସବୁ ଜିଲ୍ଲାରେ ଚିତ୍ରକଳାର ପ୍ରଚାର ଓ ପ୍ରସାର କିପରି ଅଧିକ ହୋଇପାରିବ ସେଥୂପାଇଁ ଏକାଡେମୀ ତରଫରୁ ଏକ ପ୍ରୟାସ କରାଯାଉଛି । ଉକ୍ତ ପ୍ରଦର୍ଶନୀରେ ଓଡ଼ିଶାର ଖ୍ୟାତନାମା ବରିଷ୍ଠ ଚିତ୍ର ଶିଳ୍ପୀ ବସନ୍ତ ପଣ୍ଡା, ବିମ୍ବାଧର ବର୍ମା, ଶିବ ପାଣିଗ୍ରାହୀ, ଅନନ୍ତି ପଣ୍ଡା, ଯତୀନ ଦାସ, ବଳଦେବ ମହରଥା, ଅରୁଣ ଜେନା, ମୁକ୍ତିପଦ ନନ୍ଦୀ ପ୍ରମୁଖଙ୍କ ସହ ବହୁ ଯୁବ ଚିତ୍ରଶିଳ୍ପୀଙ୍କ ମୋଟ ୪୦ ଟି ଅନନ୍ୟ ଚିତ୍ରକଳା ସ୍ଥାନ ପାଇଛି । ଏହି ଅବସରରେ ଜିଲ୍ଲାର ବରିଷ୍ଠ ଶିଳ୍ପୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଉକ୍ତ ପ୍ରଦର୍ଶନୀ ୬ ଡିସେମ୍ବର ପର୍ଯ୍ୟନ୍ତ ପ୍ରତ୍ୟେହ ଦିନ ୧୧ ଘଟିକାରୁ ସନ୍ଧ୍ୟା ୫.୩୦ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ ଏଣୁ ଜିଲ୍ଲାର ସମସ୍ତ ଜନସାଧାରଣ, କଳାକାର, ଛାତ୍ର ଛାତ୍ରୀ ବହୁ ସଂଖ୍ୟାରେ ପ୍ରଦର୍ଶନୀ କୁ ଆସି ଉପଭୋଗ କରିବାର ସୁଯୋଗ ନେବାକୁ ଆୟୋଜକ ଙ୍କ ତରଫରୁ ଅନୁରୋଧ କରାଯାଇଛି । ଆଜି ଉଦଘାଟନୀ ଉତ୍ସବ ଅବସରରେ ସ୍ଥାନୀୟ କଳାକାର, ଜନସାଧାରଣ ଓ ସ୍ଥାନୀୟ ସ୍କୁଲର ଛାତ୍ରଛାତ୍ରୀମାନେ ଆସି ଏହି ଚିତ୍ରକଳା ପ୍ରଦର୍ଶନୀକୁ ଉପଭୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.