ଶାନ୍ତପୁର ଧାନମଣ୍ଡି ଉଦ୍ଘାଟିତ

ଲକ୍ଷ୍ୟଧାର୍ଯ୍ୟ ୬୫୦୦୦ କ୍ୱିଣ୍ଟାଲ: ବାତ୍ୟା ଆଶଙ୍କା ଯୋଗୁଁ ମାତ୍ର ଜଣେ ଚାଷୀଙ୍କ ୭୫ କ୍ୱିଣ୍ଟାଲ ଧାନକ୍ରୟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଞ୍ଚଳରେ ୭ ଗୋଟି ପ୍ୟାକ୍ସ ଅଧିନରେ ୨୫ ଗୋଟି ମଣ୍ଡି ଚାଲିଆସୁଛି । ମୁଖ୍ୟ ମଣ୍ଡି ଓ ଉପମଣ୍ଡି ଗୁଡିକ ପରିଚାଳନା ପାଇଁ ପୟାକ୍ସ ମାନଙ୍କରେ ଷ୍ଟାଫ ଅଭାବ ରହି ଆସିଛି । ଅନେକ ସମବାୟ ସମିତିରେ ସମ୍ପାଦକ ମାନେ ଅବସର ନେଇ ସାରିଥିବା ବେଳେ କେତେକ ପ୍ୟାକ୍ସରେ ଡାଟାଏଣ୍ଟ୍ରୀ ଅପରେଟର ମାନଙ୍କୁ ସମ୍ପାଦକ ଦାଇତ୍ୱ ପ୍ରଦାନ କରାଯାଇ ପ୍ୟାକ୍ସ ଗୁଡିକ ଚାଲୁଥିବା ଜଣାପଡିଛି । ଏବେ ଧାନ ଅମଳ ପ୍ରାୟ ଶେଷ ପର୍ଯ୍ୟାୟରେ । ସରକାର ପ୍ୟାକ୍ସ ଗୁଡିକ ଜରିଆରେ ପ୍ୟାକ୍ସ ତଥା ପ୍ୟାକ୍ସ ନିକଟସ୍ଥ ଗ୍ରାମ ପଞ୍ଚାୟତ ଗୁଡିକରେ ଧାନ ମଣ୍ଡି ଖୋଲି ସେହି ଅଞ୍ଚଳର ଚାଷୀଙ୍କ ଧାନ କିଣୁଛନ୍ତି । ନର୍ଲା ଅଞ୍ଚଳର ମଣ୍ଡି ଗୁଡିକ ମଧ୍ୟରେ ୩୦ ନଭେମ୍ବର ରୁପ୍ରା ମଣ୍ଡି ଉଦ୍ଘାଟିତ ହୋଇସାରିଥିବା ବେଳେ ରବିବାର ନର୍ଲା ମଣ୍ଡି ଉଦ୍ଘାଟିତ ହୋଇ ଧାନ କିଣା ଆରମ୍ଭ ହୋଇଛି । ସୋମବାର ଶାନ୍ତପୁର ଧାନମଣ୍ଡି ଉଦ୍ଗାଟିତ ହୋଇ୍‌ଯାଇଛି । ଶାନ୍ତପୁର ପ୍ୟାକ୍ସ ସଭାପତି ରଣଜିତ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶାନ୍ତପୁର ଧାନମଣ୍ଡି ଉଦ୍ଗାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ ଯୋଗଦାନ କରି ମହାଲକ୍ଷ୍ମୀ ଫଟୋ, ଧାନବସ୍ତା, ଆଦ୍ରତା ପରିମାପକ ଓ ଓଜନ ପରିମାପକ ଯନ୍ତ୍ରରେ ସିନ୍ଦୁର ଚନ୍ଦନ ଦେଇ ପୂଜାପାଠ କରିବା ସହିତ ନାରୀକେଳ ଭାଙ୍ଗି ଆନୁଷ୍ଠାନିକ ଭାବରେ ଧାନ ମଣ୍ଡି ଉଦ୍ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ପ୍ରଶାସନିକ ଅଧିକାରୀ ନର୍ଲା ତହସିଲଦାର ବିଶ୍ୱରଞ୍ଜନ କଅଁର, ନର୍ଲା ଯୋଗାଣ ଅଧିକାରୀ ଶିବପ୍ରସାଦ ମହାନ୍ତି, ଶାନ୍ତପୁରର ପୂର୍ବତନ ସରପଞ୍ଚ ଲୋକନାଥ ସା, ବଡଧାରପୁର ସରପଞ୍ଚ ପର୍ଶୁରାମ ହରିଜନ, ନୃପରାଜ ବିଶ୍ୱାଳ, ପୂର୍ବତନ ସମିତି ସଦସ୍ୟ ତଥା ନେହେରୁ ଯୁବ କେନ୍ଦ୍ରର ସ୍ୱେଚ୍ଛାସେବୀ ଗୋବିନ୍ଦ ତାଣ୍ଡି, ପ୍ରମୁଖ ଉପସ୍ଥିତ ରହିଥିଲେ । ଶାନ୍ତପୁର ପ୍ୟାକ୍ସର ସମ୍ପାଦକ ସୁଶାନ୍ତ ବିଶି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଡାଟାଏଣ୍ଟ୍ରୀ ଅପରେଟର ମନୋଜ ପୋଢ ଓ କର୍ମଚାରୀ ବିରଞ୍ଚି କାର୍ଯ୍ୟକ୍ରମ ପରିଚାଳନାରେ ସହେଯାଗ କରିଥିଲେ । ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ମାଝୀ ଚାଷୀ, ମିଲର୍ସ, ଆରଏମସି କର୍ମଚାରୀ, ଓ ପ୍ୟାକ୍ସ ସମ୍ପାଦକଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଓ ଶୃଙ୍ଖଳିତ ଭାବରେ ଧାନମଣ୍ଡି ପରିଚାଳିତ ହେବା ବିଧେୟ । ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଯେଉଁଦିନ ଚାଷୀ ଧାନ ବିକିବ ୨୪ ଘଣ୍ଟା ମଧ୍ୟରେ ଧାନ ବିକିଥିବା ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା ହେବ । ଆରଏମସି ତରଫରୁ ଚାଷୀଙ୍କ ପାନୀୟ ପାନୀୟ ଜଳର ବ୍ୟବସ୍ଥା, ସିସିଟିଭିର ବ୍ୟବସ୍ଥା ନିତାନ୍ତ ଆବଶ୍ୟକ । ଏହାବାଦ ଶ୍ରମିକ ମାନଙ୍କୁ ବସ୍ତା ପ୍ରତି ରହିଥିବା ଦର ୮ ଟଙ୍କାରୁ ୧୩.୨୦ କୁ ବୃଦ୍ଧି କରାଯାଇଛି ଏହା ବହୁତ ଖୁସିର କଥା ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ସୋମବାର ଉଦ୍ଗାଟନୀ ଦିନରେ ୨୩ ଜଣ ଚାଷୀଙ୍କୁ ଟୋକନ ମିଳିଥିଲେ ମଧ୍ୟ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଟିକ୍ରାପଡା ଗ୍ରାମର କେବଳ ଜଣେମାତ୍ର ଚାଷୀ ଧନଞ୍ଜୟ ମାଝୀଙ୍କୁ ମଣ୍ଡିକୁ ଧାନ ଆଣିବା ପାଇଁ କୁହା୍‌ାଇଥିଲା । ତାଙ୍କର ୭୫ କ୍ୱିଣ୍ଟାଲ ଧାନ ହିଁ ଉଦ୍ଗାଟନି ଦିନରେ କିଣାଯାଇଥିବା ସମ୍ପାଦକ ଶ୍ରୀ ବିଶି ସୂଚନା ଦେଇଛନ୍ତି । ଶାନ୍ତପୁର ମଣ୍ଡିରେ ୩୮,୭୦୦ କ୍ୱିଣ୍ଟାଲ ଧାନ କିଣିବା ପାଇଁ ଟାରଗେଟ ମିଳିଥିବା ବେଳେ ୬୫,୦୦୦ କ୍ୱିଣ୍ଟାଲ ଧାନ କିଣିବା ପାଇଁ ଲକ୍ଷ୍ୟଧାର୍ଯ୍ୟ ରହିଥିବା ଜଣାପଡିଛି । କାର୍ଯ୍ୟକ୍ରମ ଶେଷରେ ସଭାପତି ଶ୍ରୀ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.