ଅମାନର ଗାଁରେ ବିକଶିତ ଭାରତ ସଙ୍କଳ୍ପ ଯାତ୍ରା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡ଼ା ଜିଲ୍ଲା ସଦର ବ୍ଲକ ଅମାନର ଗାଁରେ ବିକଶିତ ଭାରତ ସଙ୍କଳ୍ପ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଲଇଡି ମାଧ୍ୟମରେ କେନ୍ଦ୍ର ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ଉପରେ ଲୋକଙ୍କୁ ଏହି କାର୍ଯ୍ୟକ୍ରମରେ ବୁଝାଯାଇଥିଲା। କେନ୍ଦ୍ର ସରକାର ଜନସାଧାରଣଙ୍କୁ ବିଭିନ୍ନ ଯୋଜନା ଅନ୍ତର୍ଭୁକ କରି ଯୋଜନାର ସୁଫଳ ନେବା ପାଇଁ ଅଧିକାରୀମାନେ ଜନତାଙ୍କୁ ଆହ୍ବାନ କରିଥିଲେ। ସମନ୍ବିତ ଶିଶୁ ମହିଳା ଉନ୍ନୟନ ବିଭାଗ, ବ୍ୟାଙ୍କ ଅଧିକାରୀ, ସ୍ବାସ୍ଥ୍ୟ ବିଭାଗ, ଏଗ୍ରିକଲଚର ବିଭାଗ ପକ୍ଷରୁ ଅଧିକାରୀ ଯୋଗ ଦେଇ ବିଭିନ୍ନ ଯୋଜନା ଉପରେ ଆଲୋଚନା କରିଥିଲେ। ଆୟୁସମାନ ଭାରତ, ଜାତୀୟ କେନ୍ଦ୍ର ସ୍ବାସ୍ଥ୍ୟ ଯୋଜନା ବଂଶାନୁ କ୍ରମିକ ଯୋଜନା ସିକିଲ ସେଲ ଆଦି ଯୋଜନା ଉପରେ ବୁଝାଇଥିଲେ। ସେହିପରି ବିଶେଷ କରି ମହିଳା, ଶିଶୁ ମାନେ କୁପୋଷଣ ଶିକାର ନ ହେବା ସହ ରକ୍ତ ହୀନତା ରୁ ଦୂର ହେବା ପାଇଁ ଆହ୍ବାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରସନ୍ନ କୁମାର ପାଢ଼ୀ, ଯଦୁମଣି ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ପୂର୍ବତନ ସରପଞ୍ଚ ହେତୁରାମ ସାହୁ, ଡ଼ୁମେରପାଣି ପୂର୍ବତନ ସରପଞ୍ଚ ଲାଲ ରାମ ସାହୁ, ନାୟକ ସରପଞ୍ଚ ଶେରସିଂ ଠାକୁର, କାର୍ଯ୍ୟ ନିର୍ବାହୀ ଅଧିକାରୀ ରେବାରାମ ସାହୁ, ସମାଜସେବୀ ଦିଲୀପ ସିହ୍ନା ପ୍ରମୁଖ ମଞ୍ଚାସିନ ଥିଲେ। ଗୋବର୍ଦ୍ଧନ ସାହୁ ମଞ୍ଚ ପରିଚାଳନା କରିଥିବାବେଳେ ଅମାନର ସରପଞ୍ଚ ଗଂଗେଶ୍ବରୀ ସିହ୍ନା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଙ୍ଗନୱାଡି, ଆଶା ଦିଦି, ଏମବିକେ, ସିଆରପି, ଏସଏଚଜି ଗ୍ରୁପ ସଦସ୍ୟ ଓ ପଂଚାୟତର ଅନେକ ଜନସାଧାରଣ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.