ଜୁନାଗଡ଼ ଉଚ୍ଚ ବିଦ୍ୟାଳୟରେ ମାନବିକ ଅଧିକାର ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବସ୍ତିଦୀପ ଆଦିତ୍ୟ) : ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ପ୍ରତ୍ୟେକ ମଣିଷ ସମାଜରେ ସମ୍ମାନର ସହ ବଞ୍ଚିବାର ଅଧିକାର ରହିଛି। ମାନବିକ ଅଧିକାର କହିଲେ ଆମେ ବୁଝୁ ସମସ୍ତ ମଣିଷ ଦୈନିକ ପେଟ ପୁରା ଖାଦ୍ୟ ସହ ମୁଣ୍ଡ ଉପରେ ଗୋଟେ ଛାତ, ଶିକ୍ଷା, ସ୍ବାସ୍ଥ୍ୟସେବା ମୁକ୍ତ ଜୀବନ ଯାପନ ତଥା ସ୍ବାଧୀନ ମତବ୍ୟକ୍ତ କରିବାର ଅଧିକାର ବୋଲି ସରକାରୀ ଉଚ୍ଚ ବିଦ୍ୟାଳୟ, ଜୁନାଗଡ଼ ଠାରେ ମାନବିକ ଅଧିକାର ଦିବସ ପାଳନ ଅବସରରେ ଯୋଗଦାନ କରି ଅତିଥିମାନେ ମତପ୍ରକାଶ କରିଛନ୍ତି। ଜେଏମ୍ଏଫସି କୋର୍ଟ ଜୁନାଗଡ଼ ଆନୁକୁଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ତାଲୁକ୍ ଆଇନ ସେବା କମିଟିର ଅଧ୍ୟକ୍ଷ ତଥା ସିଭିଲ ଜଜ୍ ସିଙ୍କନ ରାୟ ଓ ସରକାରୀ ଓକିଲ ଦିଗାମ୍ବର ନାଏକ ଯୋଗଦାନ କରି ଏନସିସି କ୍ୟାଡେଟ, ସ୍କାଉଟ ଛାତ୍ରମାନଙ୍କୁ ମାନବିକ ଅଧିକାର ସମ୍ବନ୍ଧରେ ବିଷଦ ଆଲୋଚନା କରିଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ମଳୟ କୁମାର ମୁଣ୍ଡ ସ୍ବାଗତ ଭାଷଣ ଦେଇଥିବା ବେଳେ ଏନସିସି ଶିକ୍ଷକ ସଂଜୀବ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। କୋର୍ଟରେ କାର୍ଯ୍ୟରତ କନିଷ୍ଠ ସହାୟକ ଜଗାରୁଦ୍ଧ ମ‌ହଲା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଦେବାଶିଷ ପାଣିଗ୍ରାହୀ, ଉମେଶ ନାୟକ, ଅଞ୍ଜନା ଶୁକ୍ଳ, ବିଭୁ ସଙ୍ଗୀତା ପତି, ଶୋଭା ବର୍ଣ୍ଣା ଜାନୀ, ତୃପ୍ତି ଦାସ ଆଦି ଶିକ୍ଷକ ଶିକ୍ଷୟିତ୍ରୀ ତଥା ପଞ୍ଚାନନ ଖାନସମା ଓ ବଳଭଦ୍ର ମଙ୍ଗରାଜ କାର୍ଯ୍ୟକ୍ରମରେ ସହାୟତା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.