ଆଗକୁ ମହଙ୍ଗା ହେବ ଟ୍ରେନ ଯାତ୍ରା: ଏକ୍ସପ୍ରେସ୍ ଟ୍ରେନରେ ରହିବନି ସାଧାରଣ ବଗି

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଏଣିକି ଟ୍ରେନରେ ଜେନେରାଲ ବଗି ଓ ସ୍ଲିପର୍ କୋଚ୍ ବଦଳରେ ଲାଗିବ ଏସି କୋଚ୍; ମହଙ୍ଗା ହେବ ଟ୍ରେନ ଯାତ୍ରା । ଆସନ୍ତା ୨ ବର୍ଷ ଭିତରେ କେତେକ ପାସେଞ୍ଜର ଟ୍ରେନ୍ ବ୍ୟତୀତ ସମସ୍ତ ଏକ୍ସପ୍ରେସ୍ ଟ୍ରେନ୍‌ରେ ଏହି ବ୍ୟବସ୍ଥା ଲାଗୁ କରିବା ନେଇ ଯୋଜନା ରହିଛି । ଟ୍ରେନରୁ ସାଧାରଣ ବଗି ହଟିଲେ ଯାତ୍ରୀ ଘୋର ଅସୁବିଧାର ସମ୍ମୁଖୀନ ହେବେ । ଅପରପକ୍ଷେ ପ୍ଲାଟଫର୍ମ ଟିକେଟ୍ ଓ ଖାଦ୍ୟ ଦର ବୃଦ୍ଧି ରେଳ ଯାତ୍ରାକୁ ଆହୁରି ମହଙ୍ଗା କରିପକାଇଛି । ଏକ୍ସପ୍ରେସ୍ ଟ୍ରେନରେ ଜେନେରାଲ୍ ବଗି ହଟାଯାଇ କେବଳ ଏସି କୋଚ୍ ରହିବ । ଆବଶ୍ୟକ ଯାତ୍ରୀ ହେଉ ନ ଥିବା ଏକ୍ସପ୍ରେସ୍ ଟ୍ରେନରୁ ରେଳବାଇ ସାଧାରଣ ବଗି ହଟାଇଦେବ । ଏ ନେଇ ରେଳ ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ଏକ୍ସପ୍ରେସ୍ ଟ୍ରେନ୍‌ରୁ ସାଧାରଣ ବଗି ଓ ସ୍ଲିପର୍ କୋଚ୍ ଉଠାଇଦେବାକୁ ୨୦୨୦ରେ ବୋର୍ଡ ସରକାରଙ୍କୁ ସୁପାରିସ କରିଥିଲା । ବୋର୍ଡର ସୁପାରିସ କ୍ରମେ ରେଳବାଇ ଧୀରେ ଧୀରେ ସାଧାରଣ ବଗି ସଂଖ୍ୟା କମାଇଚାଲିଛି । ସାଧାରଣ ବଗିର ଉତ୍ପାଦନ କମାଇଦେବାକୁ ଇତିମଧ୍ୟରେ ରେଳ ଡବା କାରଖାନାଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ଏସବୁର ମୁଖ୍ୟ କାରଣ ହେଉଛି ରେଳ ପରିଚାଳନା ଦାୟିତ୍ୱ କର୍ପୋରେଟ୍ ସଂସ୍ଥାକୁ ମିଳିବା । ଏହାପରଠାରୁ ଏଭଳି ପରିବର୍ତ୍ତନ କରାଯାଉଥିବା କୁହାଯାଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.