କୋକସରାରେ ଓବିସି ଜନଜାଗରଣ ଯାତ୍ରା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ରାଜ୍ୟ ଓବିସି ମଞ୍ଚ, ଓଡ଼ିଶା ପକ୍ଷରୁ ୧୩ ଗୋଟି ଆଭିମୁଖ୍ୟ ନେଇ ଓବିସି ଜନଜାଗରଣ ରଥ ସାରା ରାଜ୍ୟରେ ପରିକ୍ରମା କରୁଛି। ଏହି କ୍ରମରେ କୋକସରା ବ୍ଳକରେ ଏହି ରଥ ପହଞ୍ଚିଛି। ଓବିସି ଜନଜାଗରଣ ମଞ୍ଚ କୋକସରା ବ୍ଲକ ସଂଯୋଜକ ମାନସ ରଞ୍ଜନ ବାଗଙ୍କ ନେତୃତ୍ବରେ ଶତାଧିକ ଲୋକେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରେ ଏହି ରଥକୁ ଭବ୍ୟ ସ୍ଵାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ। ସେଠାରୁ ଏକ ଶୋଭାଯାତ୍ରାରେ ବାହାରି ଗୁଡହାଣ୍ଡି ମଞ୍ଚ ନିକଟରେ ପହଞ୍ଚି ଏକ ସାଧାରଣ ସଭା ଆୟୋଜନ ହୋଇଥିଲା। ଏଥିରେ ରାଜ୍ୟ ଓବିସି ମଞ୍ଚର ସଭାପତି ଶଙ୍କର ପାତ୍ର, ରାଜ୍ୟ ଉପସଭାପତି ଇଂ ପ୍ରଦିପ ବେହେରା ଯୋଗଦେଇ ଓବିସି ମାନଙ୍କ ହକ୍ ଏବଂ ଅଧିକାର ଉପରେ ଉଦବୋଧନ ଦେଇଥିଲେ। ସମ୍ପାଦକ ସଂଜୀବ କୁମାର ବେହରା, ରାଜ୍ୟ ପ୍ରବକ୍ତା ବିରଞ୍ଚି ସାହୁ, ପରମେସି ବିଶ୍ୱାଳ, ଡମ୍ବରୁଧର ଲହଜଲ, ଓବିସି ଜନଜାଗରଣ ମଞ୍ଚର ଜିଲ୍ଲା ସଂଯୋଜକ ଡାକେଶ୍ୱର ଲହଜଲ, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଶିବ ପ୍ରସାଦ ପ୍ରଧାନୀ, ପୁରୁଷୋତ୍ତମ ଗୁପ୍ତା, ଜିଲ୍ଲା ଯାଦବ ମହିଳା ନେତ୍ରୀ ରଶ୍ମି ରେଖା ରାଉତ, ପଞ୍ଚକ ପୋଡ଼, ତ୍ରିଭୁବନ ନାଏକ ପ୍ରମୁଖ ମଞ୍ଚାସୀନ ଥିଲେ। ମଞ୍ଚକୁ ପଙ୍କଜ ଚୌଧୁରୀ ପରିଚାଳନା କରିଥିବାବେଳେ ରଥ ଶୋଭାଯାତ୍ରା ସମୟରେ ଲିଙ୍ଗରାଜ ବେହେରା, ମାନସ ବେହେରା, ବିନୋଦ ରାଉତ, ମୋହିତ ରାଉତ, ଅଲେଖ ଗୋପାଳ, ସୁଶାନ୍ତ ବେହେରା, ମାନସ ପ୍ରଧାନୀ, ରବି ଦାସ, ଧର୍ମାନନ୍ଦ ନାଏକ, ସୁରେଶ ଚନ୍ଦ୍ର ସାହୁ ସମେତ ବ୍ଳକର ବିଭିନ୍ନ ସ୍ଥାନରୁ ଶତାଧିକ ଓବିସି ବର୍ଗର ଲୋକେ ସାମିଲ ହୋଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.