ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ସରସ୍ବତୀ ଶିଶୁ ଵିଦ୍ୟାମନ୍ଦିର ଲଛିପୁର ଠାରେ ଅଷ୍ଟାଦଶ ତମ ବାର୍ଷିକ କ୍ରୀଡା ସମାରୋହ ଅନୁଷ୍ଠିତ ହୋଇ ଯାଇଛି l ଏହି କ୍ରୀଡା ସମାରୋହ ରେ ମୁଖ୍ୟ ଅତିଥି ଭାବରେ ଲଛିପୁର ଥାନା ଅଧିକାରୀ ଶ୍ରୀଯୁକ୍ତ ପ୍ରଭାକର ସେଠି (IIC) ସମ୍ମାନିତ ଅତିଥି ବାସୁଦେବ ରଣା, ସମ୍ମାନିତ ଅତିଥି ଶ୍ରୀଯୁକ୍ତ ହେମସାଗର (ଭୋଇ ଭୀମ ଭୋଇ ଉଚ୍ଚବିଦ୍ୟାଳୟ ପ୍ରଧାନ ଶିକ୍ଷକ ) ବିଦ୍ୟାଳୟର ସମ୍ପାଦକ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ସାହୁ, ଉପସଭାପତି ଶଙ୍କର୍ଷଣ ରଣା, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଶଶିଭୂଷଣ ମହାକୁର ପ୍ରମୁଖ ଯୋଗଦାନ କରିଥିଲେ l ମୁଖ୍ୟ ଅତିଥି ଦୀପ ପ୍ରଜ୍ବଳନ କରିଥିବା ବେଲେ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ପୁରୋହିତ ଅତିଥି ପରିଚାଳନା କରିଥିଲେ l ବିଦ୍ୟାଳୟର ବରିଷ୍ଠ ଗୁରୁଜୀ ରଂଜିତ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ l ଖେଳ ଶିକ୍ଷକ ଖଗେଶ୍ୱର ମେହେର ବିଦ୍ୟାଳୟ ର ଶାରୀରିକ ପ୍ରମୁଖ ଶିବ ନାରାୟଣ କର୍ମୀ, ଓଁକାର ନାଥ ହୋତା, ସଞ୍ଜୟ ମିଶ୍ର, ଜ୍ୟୋତି ବିକାଶ ପୂଜାରୀ, ମିନତୀ କର୍ମୀ, ଅଶୋକ ନାଏକ, ପ୍ରଭାତ ଦାଶ, ଅଭିଷେକ ନାୟକ ନମିତା ନାଏକ ପ୍ରମୁଖ ଖେଳ ପରିଚାଳନା କରିଥିଲେ l ଏହି ବାର୍ଷିକ କ୍ରୀଡା ରେ ମୋଟ 230 ଜଣ ଭାଇ ଭଉଣୀ ଭାଗ ନେଇ ଥିଲେ l ଶିଶୁ ବର୍ଗ ରେ ଭାଇ ରୋହନ ମାଝୀ ସୃତିଶ୍ରୀ ବାରିକ ବାଲବର୍ଗ ରେ ଶ୍ରେୟlନ ସ୍ନେହିତ ହୋତା, କିଶୋର ବର୍ଗ ରେ ପ୍ରୀତିପ୍ରଜ୍ଞା ମହାକୁର ଶ୍ରେଷ୍ଠ କ୍ରୀଡା ବିତ ରୂପେ ବିବେଚିତ ହୋଇଥିଲେ l ପରିଶେଷରେ ପ୍ରଭାତ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ l ସମସ୍ତ ଗୁରୁଜୀ, ଗୁରୁମା, ସେବକ ସେବିକା, ମାନଙ୍କର ସହଯୋଗରେ ବାର୍ଷିକ କ୍ରୀଡା ସଫଳ ହୋଇ ପାରିଥିଲା l