ଉପଜିଲ୍ଲପାଳ କାର୍ଯ୍ୟାଳୟ ସମ୍ମୁଖରେ ସାଂସଦ ଧୀରଜ ସାହୁଙ୍କ କୁଶପୁତ୍ତଳିକା ଦାହ କଲା ବିଜେପି

ସାହୁ ବ୍ରଦର୍ସ ଲାଇସେନ୍ସରେ ଗଦା ଗଦା ମଦ ଦୋକାନ ଥିବା ପ୍ରସଙ୍ଗ

ମଦ ଦୁର୍ନୀତି ଓ ବିପୁଳ ଗଛିତ କଳା ଟଙ୍କା ବିରୋଧ ରେ ସବୁ ସବ ଡିଭିଜନରେ ବିଜେପି ଆନ୍ଦୋଳନ କରିବ -ମନମୋହନ ସାମଲ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଉପ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ବିଜେପି ପକ୍ଷରୁ ସୋମବାର ପୂର୍ବାହ୍ନରେ କଂଗ୍ରେସର ରାଜ୍ୟସଭା ସାଂସଦ ତଥା ମଦ ବ୍ୟବସାୟୀ ଧୀରଜ ସାହୁଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ବିଜେପି ଜିଲ୍ଲା ସଭାପତି ସୁବ୍ରତ ଠାକୁରଙ୍କ ନେତୃତ୍ୱରେ ଆଜି ପୂର୍ବାହ୍ନରେ ବିଜେପି କର୍ମୀ ଓ ନେତା ନୂଆପଡା ଉପ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇଥିଲେ। ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ମଦ ବ୍ୟବସାୟୀ ଧୀରଜ ସାହୁଙ୍କ ଗଛିତ ୫୦୦ କୋଟିରୁ ଉର୍ଦ୍ଧ୍ବ କଳାଧନ ରେ ସମ୍ପୃକ୍ତି ରହୁଥିବା ବିଜେଡି ସରକାରର ଅଭୟ ସୁରକ୍ଷାବଳୟ ରହିଥିବା ନେଇ ବିଜେପି ଅଭିଯୋଗ ଆଣିଛି। ଏହା ସହିତ “ସାହୁ ବ୍ରଦର୍ସ ଏଣ୍ଡ କୋ”ଙ୍କ ସମେତ ମଦ ମାଫିଆ ମାନଙ୍କର ଯେଉଁଭଳି ଭାବରେ ଓଡିଶା ରେ କଳା ଟଙ୍କା ବେପାର ବଢୁଛି ତା ର ପଛ ରେ ରାଜ୍ୟ ସରକାରଙ୍କ ତ୍ରୁଟି ପୂର୍ଣ୍ଣ ଅବକାରୀ ନୀତି ଦାୟୀ ବୋଲି ବିଜେପି କହିଛି। ପ୍ରକାଶ ଯେ, କିଛି ଦିନ ତଳେ ରାଜ୍ୟର ସମ୍ବଲପୁର, ବୌଦ୍ଧ ଓ ବଲାଙ୍ଗୀର ଜିଲ୍ଲାରେ ସାହୁ ବ୍ରଦର୍ସଙ୍କ ଦୋକାନ ଓ ଅଫିସରେ ଆୟାକର ବିଭାଗ ଚଢ଼ାଉରେ ୩୫୦ କୋଟି ଟଙ୍କା କଳାଧନ ଆୟାକର ବିଭାଗ ସିଜ କଲା  ପରେ ଏହି ସାହୁ ବ୍ରଦର୍ସଙ୍କ ଲିଙ୍କ ନୂଆପଡା ଜିଲ୍ଲାରେ ମଧ୍ୟ ଥିବାର ଲୋକେ ଅଭିଯୋଗ କରିଥିଲେ। କାରଣ ନୂଆପଡା ଜିଲ୍ଲାରେ ୨୧ ଟି ମଦ ଭାଟିରୁ ୨୦ ଟି ମଦ ଭାଟି ସାହୁ ବ୍ରଦର୍ସଙ୍କର ଅଟେ। ତେବେ ନୂଆପଡାରୁ ମଧ୍ୟ ଆୟାକର ବିଭାଗର ଚଢ଼ାଉ ହେବ ବୋଲି ବିଭିନ୍ନ ମହଲ ରେ ଲୋକେ ଚର୍ଚ୍ଚା କରୁଛନ୍ତି। ତେବେ ବିଜେପି ଓଡିଶା ରାଜ୍ୟ ସଭାପତି ମନମୋହନ ସାମଲ ଏହାର ବିରୋଧରେ ରାଜ୍ୟର ସମସ୍ତ ସବୁ ଡିଭିଜନ ଅଫିସ ସମ୍ମୁଖରେ ବିରୋଧ ସଭା କରିବାର ନିଷ୍ପତିରେ ନୂଆପଡା ଜିଲ୍ଲା ବିଜେପି ପକ୍ଷରୁ ଏହାକୁ ଆୟୋଜନ କରାଯାଇଥିଲା। ଏଥିରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରସନ୍ନ କୁମାର ପାଢ଼ୀ, ଯଦୁମଣି ପାଣିଗ୍ରାହୀ, ଏସ ସି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମୁରଲୀ ସୁନା, ଜିଲ୍ଲା ସାଧାରଣ ସମ୍ପାଦକ ତୁଲସ ପଟେଲ, କୋଷାଧକ୍ଷ ସୁଶାନ୍ତ ପତି, ଏସ ସି ସେଲ ଜିଲ୍ଲା ସଭାପତି ଟୁଲୁ ନିଆଲ, ମଣ୍ଡଳ ସଭାପତି ବିଜୟ ଚନ୍ଦ୍ରପାଳ, ରାକେଶ ଜୈନ,ଚନ୍ଦନ ଠାକୁର, ୟୁବ ମୋର୍ଚ୍ଚା ମଣ୍ଡଳ ସଭାପତି ପୁସ୍ତମ ମୁସରା, ଲୋକନାଥ ସିନ୍ଦୁର, ଅର୍ଜୁନ ଜଗତ,ପୂର୍ବତନ ମଣ୍ଡଳ ସଭାପତି ମୋହନ ପଟେଲ, ଗୋପ ବଂଛୋର, ଲାଳରାମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.