ଆମାନର ଗାଁରେ ମଦକୋଠିକୁ ବିରୋଧ: ଜିଲ୍ଲାପାଳ ଓ ଅବକାରୀ ବିଭାଗକୁ ଅଭିଯୋଗ କଲେ ଗ୍ରାମବାସୀ

ଓଡ଼ିଆ ବାର୍ତ୍ତା/ ନୂଆପଡା (ରାହୁଲ ବାଗ): ନୂଆପଡା ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା ଅଟେ। ସାହୁ ବ୍ରଦର୍ସଙ୍କ ଲିଙ୍କ ନେଇ ନୂଆପଡା ଜିଲ୍ଲାରେ କିଛିଦିନ ହେବ ମଦ ବ୍ୟବସାୟୀଙ୍କ ବିରୋଧରେ ଏକ ତୁମ୍ବିତୋଫାନ ଦେଖିବାକୁ ମିଳୁଛି। ଗତକାଲି ବିଜେପି ପକ୍ଷରୁ ଉପ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ଠାରେ ମଦ ବ୍ୟବସାୟୀ ତଥା ସାଂସଦ ଧୀରଜ ସାହୁଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ଏହାର ସତ୍ୟତା ଆଜି ଦେଖିବାକୁ ମିଳିଛି। ନୂଆପଡା ଜିଲ୍ଲା ସଦର ବ୍ଲକ ଅମାନର ଠାରେ ଅବୈଧ ଭାବେ ଦେଶୀ ମଦ କୋଠିର ବିରୋଧରେ ଗ୍ରାମବାସୀ ଜିଲ୍ଲପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପ୍ରକାଶ ଯେ, ନୂଆପଡା ଜିଲ୍ଲାରେ ୨୧ ଟି ମଦ ଭାଟିରୁ ୨୦ ଟି ମଦ ଭାଟି ସାହୁ ବ୍ରଦର୍ସ ଙ୍କର ଏବଂ ଏହାସହିତ ସମସ୍ତ ମଦ ଭାଟି ଗୁଡିକ ଜିଲ୍ଲାରେ ହଜାର ହାଜର ମଦ କୋଠି ଚଳାଉଥିବା ଜନସାଧାରଣରେ ଚର୍ଚ୍ଚା ହେଉଛି। ଏହାର ଜଳନ୍ତା ଉଦାହରଣ ଆମାନର ଗାଁରେ ଜଣେ ଛତିଶଗଡର ମଦ ବ୍ୟବସାୟୀ ଗାଁର କିଛି ଲୋକଙ୍କୁ ନେଇ ସାରବଙ୍ଗ ସ୍ଥିତ ମାଉଲିଭଟା ମଦ ଭାଟିରୁ ମଦ ଆଣି ବିକ୍ରି କରିବା ପାଇଁ ବୈଠକ ହୋଇଥିଲା। ଏହି ବୈଠକରେ ଛତିଶଗଡ଼ର ମଦ ବ୍ୟବସାୟୀ ୧୩ ଲକ୍ଷ ଟଙ୍କାରେ ଅମାନର ଗାଁ ମଦ କୋଠିକୁ ଚଳାଇବା ପାଇଁ ସ୍ଥିର ମଧ୍ୟ ହୋଇଥିଲା ବୋଲି ଗାଁ ଲୋକେ ଲିଖିତ ଭାବେ ନୂଆପଡା ଜିଲ୍ଲପାଳ ଓ ଅବକାରୀ ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି। ଗାଁରେ ମଦ କୋଠି ହେଲେ ଲୋକଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ। ଲୋକେ ଆର୍ଥିକ ଦୁର୍ବଳ ହୋଇଯିବେ। ଏଥି ପାଇଁ ଗ୍ରାମବାସୀ ଏହାର ବିରୋଧ କରୁଥିବା ବେଳେ ସ୍ଥାନୀୟ କିଛି ଲୋକ ନିଜର ସ୍ୱାର୍ଥ ପାଇଁ ଏହାର ସପକ୍ଷରେ ମଦ ବ୍ୟବସାୟକୁ ପ୍ରଶୟ ଦେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଜିଲ୍ଲା ପ୍ରଶାସନ ଓ ଅବକାରୀ ବିଭାଗ ଏଥିରେ ହସ୍ତକ୍ଷେପ କରି ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.