ଚତୁର୍ଥ ଦିନରେ ୧୨ତମ ଜେକେବି ଟୁର୍ନାମେଣ୍ଟ: ସେମିଫାଇନାଲ ଗ୍ରୁପ ବିରେ ମହୁଲଭଟା ଓ ପଲସଗୁଡା-ଏ 

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ସହର ପଲସଗୁଡା ପଡିଆଠାରେ ମଙ୍ଗଳବାର ୧୨ତମ ଜେକେବି ଡ଼ ନେନସିଂ ମାଝୀ ମେମୋରିଆଲ ଟୁର୍ନାମେଣ୍ଟର ଚତୁର୍ଥ ଦିବସ ଖେଳ ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି ଟୁର୍ନାମେଣ୍ଟ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଭାନୁ ପ୍ରତାପ ସିଂ ମାଝୀ ଓ ବିଜେଡି ଜିଲ୍ଲା ସମ୍ପାଦକ ସୁଧୀର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମଞ୍ଚାସିନ ଥିଲେ। ଏହି ଟୁର୍ନାମେଣ୍ଟ ଚଳିତ ମାସ ୯ ତାରିଖରୁ ଆରମ୍ଭ ହୋଇଥିଲା। ଏଥିରେ ସର୍ବମୋଟ ୨୦ଟି ଦଳ ଅଂଶ ଗ୍ରହଣ କରିଥିଲେ। ବୁଧୁବାର ଦିନ ଟୁର୍ନାମେଣ୍ଟର ଫାଇନାଲ ମେଚ ଖେଳାଯିବ। ଗ୍ରୁପ (ଏ)ରେ ସାଲିହା ଓ ପଲସାଗୁଡା (ବି) ଦଳ ସେମିଫାଇନାଲରେ ପହଂଚି ଥିବା ବେଳେ ଗ୍ରୁପ (ବି)ରେ ମହୁଲଭଟା ଓ ପଲସଗୁଡା (ଏ) ଦଳ ସେମିଫାଇନଲ ଖେଲିବ। ଏହି ପରିପେକ୍ଷୀରେ ସିର୍ତୋଲ ଦଳକୁ ହରାଇ ପଲସାଗୁଡା (ଏ) ଦଳ ଆଜି ଗ୍ରୁପ ‘ବି’ ରେ ସେମି ଫାଇନାଲକୁ ପ୍ରବେଶ କରିଛି। ରେଲୱେ ବଏଜ ପାଲସାଗୁଡା କ୍ଳବ ଦ୍ୱାରା ଆୟୋଜିତ ଏହି ଟୁର୍ନାମେଣ୍ଟରେ ତୋଶ ସାହୁ, ଆବିଦ ହିଂଗୋରା, ପ୍ରେମ ଲାଲ ମାଝୀ,ମୋହନ ଭୋଇ ପ୍ରମୁଖ ବିଶେଷ ଭାବେ ସହଯୋଗ କରିଥିଲେ। ଟୁର୍ନାମେଣ୍ଟରେ ହେମକୁମାର ସାହୁ ଓ ହୃଷିକେଶ ଚନ୍ଦନ କମେଣ୍ଟ୍ରି କରୁଥିବା ବେଳେ ସ୍କୋରର ଭାବେ ଦେବଧର ବଂଛୋର ଦାଇତ୍ୱ ତୁଲାଇ ଥିଲେ। କୃଷ୍ଣ କଟା ଓ ମୋହନ ରାଉତ ଅମ୍ପେୟାରର ଦାଇତ୍ୱ ତୁଲାଇ ଥିଲେ। ଆୟୋଜକ କମିଟିର ଲିଟୁ ଟୁଡୁ, ସଂଜୀବ ନାଗ, ଓମ ନିଆଲ, ଈଶାନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.