ନୂତନ ବିଇଓଙ୍କୁ ସ୍ୱାଗତ ଓ ବିଦାୟୀ ବିଇଓଙ୍କୁ ବିଦାୟ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ‌ବ୍ଲକର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକମାନଙ୍କ ପକ୍ଷରୁ ନୂତନ ଭାବେ ଯୋଗଦାନ କରିଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଚାରୀ ଶବରଙ୍କୁ ସ୍ୱାଗତ ଓ ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁନନ୍ଦା ପଣ୍ଡାଙ୍କୁ ‌ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏଥିରେ ଶ୍ରୀ ଶବର, ଶ୍ରୀମତୀ ପଣ୍ଡାଙ୍କ ସମେତ ଏବିଇଓ ତଥା ବିଆରସିସି ଜୟକୁମର ମାଝୀ, ଏବିଇଓ ଜଗଦୀଶ ମୁଣ୍ଡ ପ୍ରମୁଖ ମଞ୍ଚାସୀନ ଥିବା ସ୍ଥଳେ ସିଆରସିସି ମିନତି କୁମାରୀ ପ୍ରଧାନ ସଭା ପରିଚାଳନା କରିଥିଲେ। ଏହି ଅବସରରେ ସିଆରସିସି ପ୍ରଫୁଲ୍ଲ କୁମାର ଠାକୁର, ମହମ୍ମଦ ଜାକିର, ଧନଞ୍ଜୟ ସାହୁ, ବିଶ୍ବଜିତ ରାଏ, ପ୍ରଦ୍ୟୁମ୍ନ ହୋତା, ସୂର୍ଯ୍ୟନାରାୟଣ ମହାନ୍ତି, ଦୁର୍ଗା ଆଚାରୀ, ବିଜୟ ଦାସ, ତୁଳସୀରାମ ସାହୁ, ପୂର୍ଣ୍ଣଚନ୍ଦ୍ର ନେଗୀ ତଥା ବିଇଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଶ୍ରୀମତି ପଣ୍ଡାଙ୍କ ଗୁଣଗାନ କରିବା ସହ ନୂତନ ବିଇଓ ଶ୍ରୀ ଶବରଙ୍କ ଯୋଗଦାନ ଫଳରେ ବ୍ଲକ ଶିକ୍ଷା କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବବୋଲି ମତ ପ୍ରକାଶ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.