ନର୍ଲା ରେଞ୍ଜର ସ୍ବର୍ଗତ ପ୍ରଶାନ୍ତ ପାଲଙ୍କ ସ୍ମୃତିରେ ମ.ରାମପୁରଠାରେ କ୍ୟାଣ୍ଡେଲ ଶୋଭାଯାତ୍ରା

ଯୋଗଦେଲେ ବ୍ଲୁଓଡ଼ିସିର ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜ ଙ୍କୁ ହାତୀ ଦଳି ଦେବାରୁ ତାଙ୍କର ମୃତ୍ୟୁ ଘଟିଛି। ନର୍ଲା ରେଞ୍ଜର ପ୍ରଶାନ୍ତ ପାଲଙ୍କ ମୃତ୍ୟୁରେ ନର୍ଲା ଓ ତାଙ୍କ ଘର ମ. ରାମପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ରେଞ୍ଜର ପ୍ରଶାନ୍ତ ପାଲ ଜଣେ ଜନ ପ୍ରିୟ ଅଧିକାରୀ ଥିଲେ । ଶ୍ରୀ ପାଲ ମ.ରାମପୁର ରେ ରହୁଥିଲେ । ନର୍ଲା ଓ ମ ରାମପୁର ଅଞ୍ଚଳରେ ତାଙ୍କର ସୁଖ୍ୟାତି ରହିଥିଲା। ତାଙ୍କର ଅମର ଆତ୍ମାର ସଦ୍ଗତି କାମନା କରି ଅନୁଷ୍ଠିତ କ୍ୟାଣ୍ଡେଲ ଶୋଭାଯାତ୍ରାରେ ଯୋଗଦାନ କରିଥିଲେ ପଶ୍ଚିମ ଓଡିଶା ବିକାଶ ପରିଷଦ ର ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର। ସେହିଭଳି ମ ରାମପୁର ଯୁବକ ସଂଘ ତରଫରୁ ଆୟୋଜିତ ଟି- ୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ଅବିନାଶ ଠାକୁର।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.