ସାମ୍ବାଦିକଙ୍କୁ ପୋଲିସ ବସ୍ ଧକ୍କା ପ୍ରସଙ୍ଗ: ଅତିରିକ୍ତ ଏସପିଙ୍କୁ ଭେଟିଲେ କଳାହାଣ୍ଡି ସାମ୍ବାଦିକ ୟୁନିଅନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଳକର କାର୍ଯ୍ୟରତ ସାମ୍ବାଦିକ ରଞ୍ଜନ କୁମାର ମହାନ୍ତି ଓ ଧନୁର୍ଯ୍ୟ ସାହୁଙ୍କୁ କେସିଙ୍ଗା ଠାରେ ପୋଲିସ ବସ ଧକ୍କା ଦେବା ଘଟଣାକୁ ୧୧ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏହି ଘଟଣାକୁ ନେଇ ବୁଧବାର ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ କଳାହାଣ୍ଡି ସାମ୍ବାଦିକ ୟୁନିୟନ (ଓୟୁଜେ) ପକ୍ଷରୁ ସାକ୍ଷାତ କରି ଦୋଷୀଙ୍କୁ  ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି। ଅଭିଯୋଗ ଅନୁସାରେ, ସାମ୍ବାଦିକ ରଞ୍ଜନ କୁମାର ମହାନ୍ତି ଓ ଧନୁର୍ଯ୍ୟ ସାହୁ ରୟଲ ଏନଫିଲଡ ବାଇକ ଯୋଗେ ଡ଼ିସେମ୍ବର ୨ ତାରିଖ ଦିନ ଯାଉଥିବା ସମୟରେ କେସିଙ୍ଗା ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ସେମାନଙ୍କୁ ଏକ ଧଳା ରଙ୍ଗର ପୋଲିସ ବସ ଧକ୍କା ଦେଇ ଫେରାର ହୋଇ ଯାଇଥିଲା। ସାମ୍ବାଦିକମାନଙ୍କ ହାତ, ଆଣ୍ଠୁ ଓ ଛାତିରେ ଗଭୀର ଆଘାତ ଲାଗିଥିଲା। ଏନେଇ କେସିଙ୍ଗା ଥାନାରେ  ଅଭିଯୋଗ ହୋଇଛି। ତେବେ କେସିଙ୍ଗା ଥାନାଧିକାରୀ ଦୋଷୀ ପୋଲିସ ଡ୍ରାଇଭର ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ସାମ୍ବାଦିକ ମହଲରେ କ୍ଷୋଭ ପ୍ରକାଶ ପାଇଛି। ଏନେଇ ଆଜି କଳାହାଣ୍ଡି ସାମ୍ବାଦିକ ୟୁନିୟନର ସଭାପତି କମ୍ବୁପାଣି ମିଶ୍ରଙ୍କ ନେତୃତ୍ୱରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଇଙ୍ଗିତ ପଣ୍ଡା, ସଂଗଠନ ସମ୍ପାଦକ ଅଂଶୁମାନ ପାତ୍ର, ଜିଲ୍ଲା କାର୍ଯ୍ୟକାରୀ ସଭାପତି ବିରଞ୍ଚି ନାରାୟଣ ଜାଲ, ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସିଂଦେଓ, ଉପସଭାପତି  ଲିଙ୍ଗରାଜ ମିଶ୍ର, ମନୁ ପ୍ରଧାନ, ସୁନୀଲ  କୁମାର ଧଙ୍ଗଡାମାଝୀ, ଅଭିରାମ ନନ୍ଦ, ସନ୍ତୋଷ ସିଂଦେଓ, ହେମନ୍ତ ସାହୁ, କିଶୋର ନାଏକ, ପ୍ରଶାନ୍ତ ସାମନ୍ତରା, ଦୀପକ ମହାନ୍ତି, ଅନୀଲ ଅଗ୍ରୱାଲ, ସୁମିତ ଶର୍ମା, ରଞ୍ଜନ ମହାନ୍ତି ପ୍ରମୁଖ ସାମ୍ବାଦିକମାନେ କଳାହାଣ୍ଡି ଏସପିଙ୍କ ଅନୁପସ୍ଥିତରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆନନ୍ଦ ବର୍ଦ୍ଧନ ଗୁରୁଙ୍କୁ ସାକ୍ଷାତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ। ଯଦି ୭ ଦିନ ମଧ୍ୟରେ କୌଣସି ସୁଫଳ ନମିଳେ ତେବେ ବାଧ୍ୟ ହୋଇ କଳାହାଣ୍ଡି ସାମ୍ବାଦିକ ୟୁନିୟନ ଏସପି ଅଫିସ ସାମ୍ନାରେ ଧାରଣାରେ ବସିବ ବୋଲି ଜିଲ୍ଲା ସଭାପତି କମ୍ବୁପାଣି ମିଶ୍ର ପ୍ରକାଶ କରିଛନ୍ତି।
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.