ଉନ୍ନିତ ଉଚ୍ଚ ବିଦ୍ୟାଳୟ ରାକ୍ସିର ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଘାଟିତ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରାକ୍ସି ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ବୁଧବାର ବାର୍ଷିକ କ୍ରିଡ଼ା  ଉତ୍ସବ ଉଦଘାଟିତ ହୋଇଯାଇଛି। ପ୍ରଥମେ ଗ୍ରାମ୍ୟ ଧରଣୀ ପୀଠରେ ଗାଁର ଝାଙ୍କର ଗୁଣନିଧି ମାଝୀଙ୍କ ପୂଜାର୍ଚ୍ଚନା ପରେ ଏକ ବିଶାଳ ମଶାଲ ଯାତ୍ରା ବିଦ୍ୟାଳୟ ପରିସରକୁ ପହଞ୍ଚିଥିଲା। ସେଠାରେ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ସତ୍ୟ ରଞ୍ଜନ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ରାକ୍ସି ସରପଞ୍ଚ ଯେମନ୍ତ ପୋଢ, ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟ ଚୁମନ ଭୋଇ, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ କେଦାର ଭୋଇ, ଗାଁ ଝାଙ୍କର ଗୁଣନିଧି ମାଝୀ, କଳାକାର ଲଲିତ ମାଝୀ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଶିକ୍ଷକ ପ୍ରେମାନନ୍ଦ ସେନାପତି ମଞ୍ଚ ପରିଚାଳନା କରିଥିବାବେଳେ ବରିଷ୍ଠ ଶିକ୍ଷକ ଅଶୋକ କୁମାର ଧଙ୍ଗଡାମାଝୀ, ରଜନୀକାନ୍ତ ବିଶ୍ବାଳ, ହୃଦାନନ୍ଦ ଶବର, ଶିକ୍ଷୟିତ୍ରୀ ଶିକ୍ଷୟତ୍ରୀ କଲ୍ୟାଣୀ ଷଡ଼ଙ୍ଗୀ, ରଶ୍ମୀତା ତ୍ରିପାଠୀ, ସ୍ବପ୍ନା ନାଏକ ଓ ରିନା ପରିଡା ପ୍ରମୁଖ ସହଯୋଗ କରିଥିଲେ। ୩ଦିନ ଧରି ହେବାକୁ ଥିବା ଏହି କ୍ରିଡ଼ାରେ ୧୦୦ ମିଟର, ୬୦୦ ମିଟର ଓ ୮୦୦ ମିଟର ଦୈ।ଡ଼, ଉଚ୍ଚ ଡିଆଁ, ଲମ୍ବ ଡିଆଁ, ସଟପୁଟ, ଡିସକସ ଥ୍ରୋ, ଜାଭଲିନ ଥ୍ରୋ ଆଦି ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଛନ୍ତି। ଖେଳ ପରିଚାଳନା କରୁଛନ୍ତି ବିଦ୍ୟାଳୟର କ୍ରିଡ଼ା ଶିକ୍ଷକ ଶଙ୍କର୍ଷଣ ଗୈାଡ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.