ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡ଼ିଶା  ନବୀନ ଓଡ଼ିଶାର ସାମାଜିକ ସଚେତନତା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ରାଜ୍ୟର ଯୁବ-ସମାଜଙ୍କ ମଧ୍ୟରେ ସାମାଜିକ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଯୁବ ଶକ୍ତିକୁ ଗୁରୁତ୍ଵ ଦେଇଛନ୍ତି ରାଜ୍ୟ ସରକାର। ରାଜ୍ୟର ସମସ୍ତ ମହାବିଦ୍ୟାଳୟରେ ନୂଆ- ଓ (ଯୁବ ଓଡ଼ିଶା – ନବୀନ ଓଡ଼ିଶା) କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ର ଛାତ୍ରୀମାନଙ୍କୁ ଜଣେ ଜଣେ ସ୍ୱେଚ୍ଛାସେବୀ ଓ ଭବିଷ୍ୟତରେ ଦାୟିତ୍ଵ ସମ୍ପନ୍ନ ନାଗରିକ ହେବା ପାଇଁ ଉଦ୍ୟମ ଆରମ୍ଭ ହେଇଛି। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ପ୍ରକାଶିତ ମାର୍ଗଦର୍ଶିକା ଅନୁଯାୟୀ କ୍ରୀଡ଼ା, ସଂସ୍କୃତି ଓ ସାମାଜିକ କାର୍ଯ୍ୟକ୍ଷେତ୍ରରେ ଯୁବବର୍ଗଙ୍କ ଅଂଶ ଗ୍ରହଣକୁ ପ୍ରୋତ୍ସାହିତ କରିବା ସହ ସେମାନଙ୍କୁ ରାଜ୍ୟର ବିକାଶରେ ଯୋଗ୍ଯ ଅଂଶୀଦାର କରିବା ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡାସ୍ଥିତ ସର୍ଵ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ନିକଟସ୍ଥ କାନ୍ଦୁଲଡଙ୍ଗରୀ ଗ୍ରାମରେ ସାମାଜିକ ସଚେତନତା କାର୍ଯ୍ୟକ୍ରମ ପ୍ରାଧ୍ୟାପକ ସରୋଜ କାନ୍ତ ରଥଙ୍କ ସଭାପତିତ୍ବରେ ଆୟୋଜିତ ହୋଇ ଯାଇଛି।ପ୍ରଥମେ ଛାତ୍ର ଛାତ୍ରୀ ମାନେ ଏକ ସଚେତନତା ରାଲି ମାଧ୍ୟମରେ ଗ୍ରାମ ପରିକ୍ରମା କରି ଜନସାଧାରଣଙ୍କୁ ଗାଁ ପରିମଳ କାର୍ଯ୍ଯକ୍ରମରେ ପ୍ଳାଷ୍ଟିକ୍ ବର୍ଜନ, ସର୍ବସାଧାରଣ ସ୍ଥାନକୁ ପରିଷ୍କାର କରିବା ସହ ନିଜେ ନିଜର ପରିଚ୍ଛନ୍ନତା ରକ୍ଷାକରିବା ପାଇଁ ଅନୁରୋଧ କରିଥିଲେ। ଆୟୋଜିତ ସଚେତନତା ସଭାରେ ଅଧ୍ଯାପକ ପ୍ରତାପ ଚନ୍ଦ୍ର ନାୟକ ମୁଖ୍ୟବକ୍ତା, ଅନ୍ଯତମ ବକ୍ତା ଅଧ୍ଯାପକ ପ୍ରଦୀପ କୁମାର ମିଶ୍ର, ସମ୍ମାନିତ ଅତିଥି ଭାବେ ମାନଝରୀ ଗ୍ରାପ ସରପଞ୍ଚ ଜଗଜ୍ଜୀବନ ଅଘ୍ରିଆ, ଯଯାତି କେଶରୀ ରାଉତ, ସନ୍ତୋଷ କୁମାର ବାରିକ, ପ୍ରସନ୍ନ କୁମାର ପ୍ରଧାନ ପ୍ରମୂଖ ଯୋଗଦେଇ ବାଲ୍ଯବିବାହ, ଯୌତୁକ ପ୍ରଥା, ଅନ୍ଧବିଶ୍ବାସ, କନ୍ଯାଶିକ୍ଷା ଓ କୁସଂସ୍କାର ଦୂରୀକରଣ ଦିଗରେ ସଚେତନତା ସୃଷ୍ଟି କରିଥିଲେ। ଅଧ୍ଯାପକ ଘନଶ୍ଯାମ ଭାଟି ଧନ୍ଯବାଦ ଅର୍ପଣ କରିଥିଲେ ଓ ସାମାଜିକ ଅଧ୍ଯାପକ ଶାନ୍ତନୁ କୁମାର ପରିଡ଼ା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି କାର୍ଯ୍ଯକ୍ରମ ସଫଳତାରେ ଦିଲ୍ଳିପ କୁମାର ସ୍ବାଇଁ, ପ୍ରମୋଦ ମହାନ୍ତିଙ୍କ ସମସ୍ତ ଅଧ୍ଯାପକ-କର୍ମଚାରୀ ଅଂଶୀଦାର ସାଜିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.