ଜିଲ୍ଲା କଂଗ୍ରେସର ମୁଖ୍ୟ ମୁଖପାତ୍ର ଭାବେ ନିଯୁକ୍ତ
ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଲା କଂଗ୍ରେସ କମିଟି ଗଣମାଧ୍ୟମ ବିଭାଗକୁ କ୍ରିୟାଶୀଳ ଓ ସୁଦୃଢ କରିବା ପାଇଁ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ରାୟଗଡା ଜିଲ୍ଲା କଂଗ୍ରେସ କମିଟି ଉପ ସଭାପତି ଶଙ୍କର୍ଷଣ ମଙ୍ଗରାଜଙ୍କୁ ମୁଖ୍ୟ ମୁଖପାତ୍ର ଭାବେ ନିଯୁକ୍ତ କରିଥବା ନେଇ ପ୍ରଦେଶ କଂଗ୍ରେସ କମିଟି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଗଣେଶ୍ୱର ବେହେରା ଜିଲ୍ଲା କଂଗ୍ରେସ କମିଟି ସଭାପତି ବିଜୟ ଗମାଙ୍ଗଙ୍କ ଚିଠି ମାଧ୍ୟମରେ ଜଣାଇଛନ୍ତି | ଦାୟିତ୍ୱ ମିଳିବା ପରେ ଶ୍ରୀ ମଙ୍ଗରାଜ ଦଳୀୟ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବେ ନିର୍ବାହ କରିବି ବୋଲି ଜଣାଇବା ସହ ଓପିସିସି ସଭାପତି ଶରତ ପଟ୍ଟନାୟକ, ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଗଣେଶ୍ୱର ବେହେରା, ପିସିସି ସାଧାରଣ ସମ୍ପାଦକ ଦୁର୍ଗା ପ୍ରସାଦ ପଣ୍ଡା, କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା ଏବଂ ଜିଲ୍ଲା କଂଗ୍ରେସ କମିଟି ସଭାପତି ବିଜୟ ଗମାଙ୍ଗଙ୍କୁ କୃତଜ୍ଞତା ଜଣାଇଛନ୍ତି | ଏଥିସହ ଦଳୀୟ ସଂଗଠନକୁ ଶୃଙ୍ଖଳିତ ଭାବେ ଆଗେଇ ନେବା ପାଇଁ ଜିଲ୍ଲା କଂଗ୍ରେସ କମିଟି, ସମସ୍ତ ଛାମୁଆ ସଂଗଠନର କର୍ମୀ ଓ କର୍ମକର୍ତ୍ତା,ବ୍ଲକ /ନଗର କଂଗ୍ରେସ କମିଟିର କର୍ମକର୍ତ୍ତା,ପିସିସି ସଭ୍ୟ, କଂଗ୍ରେସର ନିର୍ବାଚିତ ଜନ ପ୍ରତିନିଧି ଏବଂ ଜିଲ୍ଲା ସ୍ତରୀୟ ନେତୃମଣ୍ଡଳୀ ବୃନ୍ଦଙ୍କ ସକ୍ରିୟ ସହଯୋଗ କାମନା କରିଥିବା ଶ୍ରୀ ମଙ୍ଗରାଜ ଜଣାଇଛନ୍ତି |ବର୍ଷ ବର୍ଷ ଧରି କ୍ରିୟାଶୀଳ ତଥା ସୁଦୃଢ ହୋଇପାରୁ ନ ଥିଲା ରାୟଗଡା ଜିଲ୍ଲା କଂଗ୍ରେସ କମିଟିର ଗଣମାଧ୍ୟମ ବିଭାଗ | ଫଳରେ ଜିଲ୍ଲା କଂଗ୍ରେସ କମିଟିର ଅନେକ କାର୍ଯ୍ୟକ୍ରମ ଗଣମାଧ୍ୟମ ପ୍ରତିନିଧିଙ୍କ ଗୋଚରାର୍ଥେ ସୂଚନା ପ୍ରଦାନ କରାଯାଉ ନ ଥିବାରୁ କାର୍ଯ୍ୟକ୍ରମର ଖବରଟି ବହୁଳ ପ୍ରଚାର ପ୍ରସାର ନ ହେବା ଏବଂ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଓ ପ୍ରସାରିତ ମଧ୍ୟ ହେଉନାହିଁ | ତେବେ ଆଗକୁ ସାଧାରଣ ନିର୍ବାଚନ ବର୍ଷ ରହିଥିବା ବେଳେ ଶାସକ ବିଜେଡି ଓ ବିରୋଧୀ ବିଜେପି ଦଳ ନିଜ ନିଜ କାର୍ଯ୍ୟକ୍ରମର ବହୁଳ ପ୍ରଚାର ପ୍ରସାର ନିମନ୍ତେ ଗଣମାଧ୍ୟମ ବିଭାଗକୁ କ୍ରିୟାଶୀଳ କରୁଛନ୍ତି | କିନ୍ତୁ ଜିଲ୍ଲା କଂଗ୍ରେସ କମିଟିର ଏହି ବିଭାଗ କ୍ରିୟାଶୀଳ ହୋଇ ପାରିନଥିଲା | ଆଦିବାସୀ ବହୁଳ ରାୟଗଡା ଜିଲ୍ଲା ଏକଦା କଂଗ୍ରେସର ଗଡ଼ ହେଉଥିବା ବେଳେ ଜିଲ୍ଲା ଓ ଜିଲ୍ଲାବାସୀଙ୍କ ବିକାଶ ପାଇଁ କଂଗ୍ରେସ ନେତୃବୃନ୍ଦ ଯେଉଁ ସବୁ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ତୃଣମୂଳ ସ୍ତରରେ ଲୋକେ ଅବଗତ ହୋଇ ପାରୁନାହାନ୍ତି | ରାୟଗଡା ଜିଲ୍ଲାରେ ଜିଲ୍ଲା କଂଗ୍ରେସ କମିଟିର ଗଣମାଧ୍ୟମ ବିଭାଗକୁ ଏଥିପାଇଁ କ୍ରିୟାଶୀଳ ଓ ସୁଦୃଢ କରିବା ପାଇଁ ପ୍ରଦେଶ କଂଗ୍ରେସ କମିଟି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଶ୍ରୀ ବେହେରା ରାୟଗଡା ଜିଲ୍ଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଶଙ୍କର୍ଷଣ ମଙ୍ଗରାଜଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି |




