ପୁରୁଷୋତ୍ତମପୁରରେ ଷଷ୍ଠତମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଲକ ରେ ଷଷ୍ଟ ତମ ପଞ୍ଚାୟତ ସମିତି ବୈଠକ ବ୍ଲକ ଅଧକ୍ଷା ପିଙ୍କି ବେହେରା ଓ ବିଡ଼ିଓ ମନୋଜ ନାୟକ ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇ ଯାଇଛି | ଏହିବୈଠକ ରେ ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟ ମଣୀ ବୈଦ୍ୟ , କବିସୂର୍ଯ୍ୟ ନଗର ବିଧାୟିକା ଲତିକା ପ୍ରଧାନ, ତହସିଲଦାର ଲୋପାମୁଦ୍ରା ରଥ, ଓ ବ୍ଲକ ନିର୍ବାହୀ ଯନ୍ତ୍ରୀ ସରୋଜ କୁମାର ସାବତ ଙ୍କ ସହ 3ଜଣ ଜିଲ୍ଲା ପରିଷଦ ସଦସ୍ୟ, ଭଜମନ ବେହେରା, ରଂଜିତ ବେହେରା ଓ ପିଙ୍କି ନାୟକ, ଦୁଈ ଏମପି ପ୍ରତିନିଧି ସୁଦର୍ଶନ ନାୟକ, ଓ ଜି ମମତା ଦୋରା ସବୁ ବିଭାଗ ଯଥା ଯୋଗାଣ, ବିଦ୍ୟୁତ,, କୃଷି, ଉଦ୍ୟାନ, ସମନ୍ୱିତ ଶିଶୁ ବିକାଶ, ଫରେଷ୍ଟ, ମୂର୍ତ୍ତିକା ସଂରକ୍ଷଣ, ସ୍ୱାସ୍ଥ୍ୟ, ପାନୀୟ, ଗମନା ଗମନ, ସମାଜ ମଙ୍ଗଳ, ରାଜସ୍ବ, ମଛ୍ୟ, ପ୍ରାଣୀ ଚିକିଛା ବିଭାଗ, ଙ୍କ ସହିତ ବ୍ଲଜ ସ୍ତରୀୟ ଅନ୍ୟାନ୍ୟ ଷ୍ଟାଫ, ଏବଂ ସମସ୍ତ ସରପଞ୍ଚ ଉପସ୍ଥିତ ଥିଲେ | ସବୁ ପଞ୍ଚାୟତ ର ସମିତି ସଭ୍ୟ, ସଭ୍ୟା ମାନେ ସେମାନଙ୍କ 12ଦଫା ଦାବି ରାଜ୍ୟ ସରକାର ମାନୁ ନଥିବାରୁ ସେମାନେ ଏହି ସମିତି ବୈଠକ କୁ ତାଙ୍କ ସଙ୍ଘର ନିର୍ଦ୍ଧେଶ କୁ ଗ୍ରହଣ କରି ସମିତି ବୈଠକ ରେ ଉପସ୍ଥିତ ହୋଉ ବିଡ଼ିଓ ଙ୍କୁ ଏକ ଦାବିପତ୍ର ଦେଇ ବୈଠକ ସ୍ଥଳରୁ ଓହରି ଯାଇ ଥିଲେ | ତେବେ ଏହା ଉପରେ ଦୁଈ ବିଧାୟିକା ଆସନ୍ତା ବିଧାନ ସଭାରେ ଏହା ଉପରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ବିଦଗାୟିକା ଦ୍ବୟ ମତ ଦେଇଥିଲେ | ବିଡ଼ିଓ ମନୋଜ କୁମାର ନାୟକ ମଧ୍ୟ ପଞ୍ଚାୟତ ବୈଠକ ରିଜୁଲେସନ ରେ ଏହା ଉଲେଖ କରି ସରକାର ଙ୍କୁ ଏହି ବିଷୟ ରେ ଅବଗତ କରେଇବେ ବୋଲି ଦୃଷ୍ଟି କହିଥିଲେ | ଏବଂ ତୁମ ଦାବି ଆମେ ରଖିଲୁ ତୁମେ ବୈଠକ ରେ ଯୋଗ ଦିଅ ବୋଲି ମଧ୍ୟ ଅନୁରୋଧ କରିଥିଲେ ମଧ୍ୟ ବୈଠକ ହଲରେ ସମିତି ସଭ୍ୟ ମାନେ ବସିନଥିଲେ | ତେବେ ବୈଠକ ଆରମ୍ଭରେ କବିସୂର୍ଯ୍ୟ ନଗର ବିଧାୟିକା ପୂର୍ବର ସ୍ୱଳ୍ପ ବୃଷ୍ଟି ରେ ଜମିରେ ଧାନ ରୁଆ ହୋଇ ନଥିବା ଏବଂଯାହାକିଛି ହୋଇଥିଲା ତାହା ଏବେ ଲଘୁଚାପ ବର୍ଷା ରେ ଉଜୁଡି ଯିବା ଉପରେ ସରକାର ଙ୍କ ପାଖରେ ଉପସ୍ଥାପିତ କରି ସେମାନଂକୁ କିପରି ସହାୟତା ମିଳିବ ତାଉପରେ କହି ଥିଲେ | ଏବଂ ତହସିଲଦାର ଲୋପାମୁଦ୍ରା ରଥଙ୍କୁ ମଧ୍ୟ କହି ଥିଲେ | ଉପସ୍ଥିତ ସମସ୍ତ ଜନପ୍ରତିନିଧି ବିଧାୟିକା ଙ୍କ ଏହି ପ୍ରସ୍ତାବକୁ ସ୍ୱାଗତ କରିଥିଲେ | ଏହାପରେ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଜନ ପ୍ରତିନିଧି ଙ୍କ ସମାସ୍ୟ ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟନୁଷ୍ଠାନ ନେବାକୁ ବିଡ଼ିଓ ଓ ଦୁଈ ବିଧାୟିକା କହିଥିଲେ | ଏବଂ ମୂର୍ତ୍ତିକା ସଂରକ୍ଷଣ ଅଧିକାରୀ ସରପଞ୍ଚ, ବିଧାୟିକା ଓ ବିଡ଼ିଓ ଙ୍କୁ ନଜଣାଇ କିଛି ବୃକ୍ଷ ରୋପଣ କାର୍ଯ୍ୟ କୁ ବିରୋଧ କରି ଜିଲ୍ଲାପାଳ ଓ ବିଭାଗୀୟ ସଚିବ ଙ୍କ ଦୃଷ୍ଟି କୁ ଏହି ବିଷୟ କୁ ନେବି ବୋଲି ବିଧାୟିକା ମାନେ କହିଥିଲେ | ତେବେ ବିଡ଼ିଓ ବିଧାୟିକା ଙ୍କ ସହଯୋଗ ରେ ଶାନ୍ତି ଶୃଙ୍ଖଳା ରେ ଏହି ପଞ୍ଚାୟତ ସମିତି ବୈଠକ ସରିଥିବାରୁ ସମସ୍ତେ କୃତଜ୍ଞତା ଜଣାଇ ଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.