ଥୁଆପଦର ୟୁପି ସ୍କୁଲର ୨୬ ତମ ବାର୍ଷିକ ଉତ୍ସବ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଥୁଆପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୨୬ ତମ ବାର୍ଷିକ ଉତ୍ସବ ଓ ଶିକ୍ଷଣ ସାମଗ୍ରୀ ମେଳା ମହାସମାରୋହରେ ପାଳିତ ହୋଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଚାରି ଶବର ଗୋଷ୍ଠୀ ଶିକ୍ଷା ଅଧିକାରୀ ଯୋଗ ଦେଇଥିବା ବେଳେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ କଳାହାଣ୍ଡିର ଈଶ୍ୱର ଚନ୍ଦ୍ର ବେହେରା ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ମୁଖ୍ୟବକ୍ତା ଓ ପ୍ରଗତି କଲେଜ ଅଧ୍ୟକ୍ଷ ଚିନ୍ମୟ ଗୁରୁ, କଲେଜ ଛକ ଷ୍ଟେଟ ବ୍ୟାଙ୍କ ଶାଖା ମୁଖ୍ୟ ସୁମିତ କୁମାର ନାଗ, ବ୍ଲକ ଶିକ୍ଷା ସଂଯୋଜକ ଜୟ ମାଝୀ, ପୂର୍ବତନ ଅଧ୍ୟକ୍ଷ ଶେଷଦେଵ ସାହୁ, ସରପଞ୍ଚ ଦିଗାମ୍ବର ଲୁହା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗଦୀଶ ମୁଣ୍ଡ, ହୁର୍ଷି ନାଏକ ଆଞ୍ଚଳିକ ଶିକ୍ଷା ସଂଯୋଜକ ସୂର୍ଯ୍ୟ ମହାନ୍ତି, ବିଶ୍ୱଜିତ ରାୟ, ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ନବୀନ ଭୋଇ, ପ୍ରଧାନ ଶିକ୍ଷକ ଏମ ନାଗେଶ୍ୱର ରାଓ ଦୋରା, କାଳୀ ପ୍ରସାଦ ରଥ, ପ୍ରଦୋଷ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ।ପୁରାତନ ଛାତ୍ର ସଂଘର ଯୁବ ନେତା ଅରବିନ୍ଦ ସାହୁ, କିସାନ ମାଝୀ, ଟିକନୁ ଗଉଡ଼, ମାଧବ ରଣା, ସିତୁ ସାହୁ, ସୋନୁ ସାହୁ, ରବୀନ୍ଦ୍ର ଲୁହା, ଓମପ୍ରକାଶ ସାହୁ, ଏକେଶ୍ୱର ଦୁର୍ଗା, ସିଦ୍ଧାନ୍ତ ମାଝୀ, ସରୋଜ ଯାନୀ ସମସ୍ତେ ବାର୍ଷିକ ଉତ୍ସବରେ ମୁଖ୍ୟ ସହଯୋଗ କରିଥିଲେ ଓ ବିଦ୍ୟାଳୟର ଶିକ୍ଷକ କ୍ଷୀରସିନ୍ଧୁ ନାଏକ, ଲିଜାଲୀନ ସାମଲ, ଗୀତାଞ୍ଜଳି ଦେବୀ, ସୁଧାରାଣୀ ସାହୁ, ପଦ୍ମଜା ଦାସ, ସସ୍ମିତା ଦାସ ଉପସ୍ଥିତ ରହି ସହଯୋଗ କରିଥିଲେ। ଶିକ୍ଷୟତ୍ରୀ ପଦ୍ମଜା ଦାସ ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଗ୍ରାମବାସୀମାନେ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.