ନର୍ଲାର ଭାନପୁରରେ “ବିକଶିତ ଭାରତ ସଂକଳ୍ପ ଯାତ୍ରା”

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଘୋଡାବନ୍ଧରୁ ବିକଶିତ ଭାରତ ସଂକଳ୍ପ ଯାତ୍ରା ରଥ ଶୁକ୍ରବାର  ଭାନପୁରରେ ପହଞ୍ଚିଛି। ଭାନପୁର ସରପଞ୍ଚ ଅନନ୍ତରାମ ମାଝୀଙ୍କ ନେତୃତ୍ଵରେ କାର୍ଯ୍ୟନିର୍ବାହୀ ଅଧିକାରୀ କ୍ଷୀରସିନ୍ଧୁ ରଣା, ଯୋଗାଣ ସହାୟକ ମିନକେତନ ହାତୀ, ଗ୍ରାମ୍ୟକୃଷି କର୍ମଚାରୀ ଜ୍ୟୋତ୍ସ୍ନା ମହାପାତ୍ର, ଜିଆରଏସ କେଦାର ନିଆଲ, ଗ୍ରାମପଞ୍ଚାୟତ କର୍ମଚାରୀ ରଘୁନାଥ ଭୋଇ, ପୋଷ୍ଟ ମାଷ୍ଟର ସୌଦାମିନୀ ନାଏକ, ସହକର୍ମୀ ଅମିତ କୁମାର ପଣ୍ଡା, ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା, ଛାତ୍ରଛତ୍ରୀ, ୱାର୍ଡ ସଭ୍ୟ ସଭ୍ୟା, ଆଶା, ଅଙ୍ଗନୱାଡ଼ି କର୍ମୀ ଓ ଜନସାଧାରଣ ରଥକୁ ବନ୍ଦାପନା କରି ଫୁଲମାଳ ଦେଇ ସ୍ଵାଗତ କରିଥିଲେ। ଏହାପରେ କେନ୍ଦ୍ର ସରକାରଙ୍କ ପିଏମ କିସାନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, କିସାନ ନିଧି, ଉଜ୍ଜଳା ଯୋଜନାରେ ଉପକୃତ ହୋଇଥିବା ଉପଭୋକ୍ତାମାନେ ସେମାନଙ୍କ ଅନୁଭୁତି ବର୍ଣ୍ଣନା କରିଥିଲେ। ସରପଞ୍ଚ ଅନନ୍ତରାମ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିବା। ମଞ୍ଚାସୀନ ଅତିଥି ବିଜେପି ଓବିସି ମୋର୍ଚ୍ଚାର ଜିଲ୍ଲା ସଭାପତି ପ୍ରଦୀପ କୁମାର ନାଏକ ଓ ବିଜେପି ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟ କାରିଣୀ ସଦସ୍ୟ ଦୀପଜ୍ୟୋତି ମୁଣ୍ଡ କେନ୍ଦ୍ର ସରକାରଙ୍କ ଗରୀବ କଲ୍ୟାଣକାରୀ ଯୋଜନା ଗୁଡିକ ସମ୍ବନ୍ଧରେ ବିସ୍ତୃତ ଭାବରେ ବୁଝାଇଥିଲେ। ଇତ୍ୟବସରରେ ଭାନପୁର ୟୁପି ସ୍କୁଲ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ଭାରତର ବିକାଶ ପାଇଁ ସମସ୍ତେ ସଙ୍କଳ୍ପ କରିଥିଲେ। ଭାନପୁର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ରଣା କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଆସନ୍ତା ଡିସେମ୍ବର ୨୫ ଯାଏଁ ଏହି ରଥ ନର୍ଲା ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତ ଗୁଡ଼ିକ ବୁଲି ଜନ ସଚେତନତା ସୃଷ୍ଟି କରିବ ବୋଲି ସୂଚନା ରହିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.