ମାଓଗଡ଼ରେ ସିଭିକ କାର୍ଯ୍ୟକ୍ରମ ଓ ମେଡିକାଲ କ୍ୟାମ୍ପ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା କୋମନା ବ୍ଲକ ମିଛାପାଲି ପଂଚାୟତ ବରକୋଟ ସିଆରପିଏଫ କ୍ୟାମ୍ପ ଠାରେ ତୃତୀୟ ପର୍ଯ୍ୟାୟ ସିଭିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ପୂର୍ବରୁ ଜିଲ୍ଲାରେ କୋମନା ବ୍ଲକ ସୁନାବେଡା ପଂଚାୟତର ଧାତୁନାମ ଗାଁ, ସୁନାବେଡା ଗାଁ ଓ ଆଜି ଶେଷରେ ବରକୋଟ ଠାରେ ସିଭିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।  ପୋଲିସ ମହାନିରୀକ୍ଷକ ଓଡିଶା ସେକ୍ଟର ଡ଼ ଅର୍ଚନା ଶିବହରେ ଓ ଭୁବନେଶ୍ୱର ରେଞ୍ଜ ପୋଲିସ ଉପ ମହାନିରୀକ୍ଷକ ଖ୍ବଜା ସଜାନୁଦ୍ଦିନଙ୍କ ନିର୍ଦେଶ କ୍ରମେ ଏହି ସିଭିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ୨୧୬ ସିଆରପିଏଫ କାମାଣ୍ଡେଣ୍ଟ ଏରିକ ଗିଲବର୍ଟ ଜୋଶଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ସିଭିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସେକେଣ୍ଡ କାମାଣ୍ଡେଣ୍ଟ କୃପାରାମ କନଭର, ଡ଼ ଏମ. ସୁପ୍ରିୟା, ଆସିଷ୍ଟାଣ୍ଟ କାମାଣ୍ଡେଣ୍ଟ ନିତ୍ୟାନନ୍ଦମ ଟି., ସହାୟକ କାମାଣ୍ଡେଣ୍ଟ ଧନାରାମ ଯାଦବ ଯୋଗଦେଇଥିଲେ। କୋମନା ସି.ଏଚ.ସିରୁ ଡ଼ ସୋମ୍ୟ ପଣ୍ଡା, ଡ଼ ପ୍ରଦୀପ କନହାର, ଡ଼ ପ୍ରୀତିପ୍ରଭା ଓ ଷ୍ଟାପ ମିନା ବାଗ ପ୍ରମୁଖ ଉପସ୍ଥିତ ରହି ସିଭିକ କାର୍ଯ୍ୟକ୍ରମରେ ହେଉଥିବା ମେଡିକାଲ କ୍ୟାମ୍ପ ପରିଚାଳିତ କରିଥିଲେ। ଏହି ସିଭିକ କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ ମଶାରୀ ଓ ଔଷଧ ବିତରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବରକୋଟ, ବିଶିବାହାଲ, ବାଟିବାହାଲ, ବରକୋଟ, ମିଛାପାଲି ତଥା ଆଖପାଖ ଅଂଚଳର ଲୋକ ଉପସ୍ଥିତ ଥିଲେ। ସରକାରଙ୍କ ଏଭଳି କାର୍ଯ୍ୟକ୍ରମ ଜନସାଧାରଣ ସମୂହ ଓ ଯବାନଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରାଯିବାର ଏକ ପ୍ରୟାଶ ଅଟେ। ଏହି କାର୍ଯ୍ୟକ୍ରମକୁ ଅଂଚଳର ଲୋକେ ଭୁରି ଭୁରି ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ବିଶିବାହାଲ ସୁନାଦେଇ ହାଇସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ୱାରା ନୃତ୍ୟ ପରିବେଶଣ କରାଯାଇଥିଲା। ଭେଲା ସରପଞ୍ଚ ବିମଲ ଯୋଶୀ, କୋମନା ସରପଞ୍ଚ ମୃତ୍ୟୁଞ୍ଜୟ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.