ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଆନ୍ତର୍ଜାତିକ ମିଲେଟ୍ ମିଶନ ବର୍ଷ ଅବସରରେ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ମିଲେଟ୍ ମିଶନର ପ୍ରଚାର ପ୍ରସାର ସହିତ ପଞ୍ଚାୟତ ସ୍ତରୀୟ ଅନୁଷ୍ଠାନ ଗୁଡିକରେ ଏହାର ବହୁଳ ପ୍ରସାର କରିବା ଦିଗରେ ଆଜି ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ଵନାଥପୁର ବ୍ଲକ ସମ୍ମିଳନୀ କକ୍ଷରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଶେଷ କରି ଆଦିବାସୀ ବହୁଳ ଅଞ୍ଚଳରେ ଏହି ପାରମ୍ପରିକ ଖାଦ୍ୟକୁ ଆହୁରି ଲୋକପ୍ରିୟ କରାଇବା ଉଦେଶ୍ୟରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଲାପରିଷଦ ସଦସ୍ୟ ଅଞ୍ଜଳି ମାଝୀ, ପରିକ୍ଷିତ ନାଏକ, ଲାଞ୍ଜିଗଡ଼ ବିଡ଼ିଓ ଶଶାଙ୍କ ପାତ୍ର, ସିଡିପିଓ ବିଜୟଶ୍ରୀ ସିଂ ଦେଓ,ବ୍ଲକ କୃଷି ଅଧିକାରୀ ଚନ୍ଦ୍ରମୋହନ ଚାନ୍ଦ, ଆତ୍ମା ଅଧ୍ୟକ୍ଷ ବିରାଜ ପନ୍ଦର,ଏବିଇଓ ଦ୍ରୋଣ ରଣା, ଜୀବିକା ମିଶନ ବିପିଏମ୍ ସଞ୍ଜୀବ କୁମାର କହଁର ପ୍ରମୁଖ ମଞ୍ଚାସୀନ ଥିଲେ। ସ୍ଵେଚ୍ଛାସେବୀ ସଂଗଠନ ଜନସାହାଯ୍ୟ ଆନୁକୁଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକର ୨୬ ଗୋଟି ଗ୍ରାମ ପଞ୍ଚାୟତ ଅଞ୍ଚଳର ସରପଞ୍ଚ, ସମିତି ସଭ୍ୟ, କୃଷି ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ। ଜନସାହାଯ୍ୟର ସମ୍ପାଦିକା ସୀତାଦେବୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ମିଲେଟ୍ ମିଶନର ସଂଯୋଜକ ଜିତୁ ନାଏକ କାର୍ଯ୍ୟକ୍ରମ ବିଷୟରେ ବକ୍ତବ୍ୟ ରଖିଥିଲେ। ଏଥିରେ ଜନସାହାଯ୍ୟର ମିଲେଟ୍ ମିଶନ ବ୍ଲକ ସଂଯୋଜକ ପୂର୍ଣ୍ଣେନ୍ଦୁ ପଣ୍ଡା, କମ୍ଭୁଭୂଷଣ ସିଂ ଜଗନ୍ନାଥ ଦାସଙ୍କ ସମେତ ଜନସାହାଯ୍ୟ ତଥା ଏହାର ସହଯୋଗୀ ଅନୁଷ୍ଠାନର ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।