ମୋରମ ବୋଝେଇ ହାଇୱା ଓଲଟି ଚାଳକଙ୍କ ମୃତ୍ୟୁ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭୁତସରସିଙ୍ଗି ନିକଟ ଝରଣ ଛକ ଠାରେ ଭୋର ୫ଘଣ୍ଟ ସମୟରେ ମୋରମ ଧରି ଆସୁଥିବା ହାଇ ଓ୍ବା ଟ୍ରକଟି ଭାରଶ୍ୟାମ୍ୟ ହରାଇ ପାହାଡ଼ ତଳେ ଓଲଟି ପଡିବା ଫଳରେ ଗାଡ଼ିର ଡ୍ରାଇଭର ସଞ୍ଜୟ ସାହୁଙ୍କ  ମୃତ୍ୟୁ ହୋଇଛି। ପୁରୁଷୋତ୍ତମପୁର ଅଞ୍ଚଳ ତ୍ରିପୁରା ଏଜେନ୍ସି ହାଇୱା (ଗାଡ଼ି ନଂ ଓ଼ଡି ୦୭ ଏଏଚ-୩୩୨୭) ଗଡ଼ ସାହି ନଦୀପଦର ସାହିର ସ୍ବର୍ଗତ ରାମକୃଷ୍ଣ ସାହୁଙ୍କ ପୁତ୍ର ସଞ୍ଜୟ ସାହୁ (୩୧)  ଳଡ୍ରାଇଭର ଭାବେ କାର୍ଯ୍ୟକରି ନିଜର ପରିବାରର ପ୍ରତିପୋଷଣ କରି ଆସୁଥିଲା। ଆଜି ଝରଣ ଛକ ଠାରେ ଭାରସାମ୍ୟ ହରାଇ ହାଇୱା ଓଲଟି ପଡିବା ଫଳରେ ତାଙ୍କ ମୃତ୍ୟୁ ହୋଇଛି। ମୃତ ସଞ୍ଜୟଙ୍କ ସ୍ତ୍ରୀ ଶାନ୍ତି ନାୟକ ହାଇୱା ଓଲଟି ସ୍ବାମୀଙ୍କ ମୃତ୍ୟୁ ହୋଇଥିବାର ପୁରୁଷୋତ୍ତମପୁର ଥାନାରେ ଏତଲା ଦେବାପରେ ଘଟଣା ସ୍ଥଳକୁ ପୋଲିସ ପହଞ୍ଚି ହାଇୱାର ମୁଣ୍ଡ ତଳେ ସଞ୍ଜୟ ଚାପିହୋଇ ଥିବାରୁ ଜେସିବି ସାହାଯ୍ୟରେ ହାଇୱାକୁ ଉଠାଇଥିଲେ। ଶବକୁ ଉଦ୍ଧାର କରି ପୁରୁଷୋତ୍ତମପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ପୋଲିସ ଦ୍ୱାରା ପଞ୍ଚନାମା କରି ଏକ କେଶ ନଂ ୮୯୪/୨୩ ପ୍ରକାରେ ମାମଲା ରୁଜୁ କରିଥିଲେ। ଶବଟିକୁ ବ୍ୟବଛେଦ କରି ପରିବାରକୁ ହସ୍ତାନ୍ତର କରିଯାଇଥିବା ତଦନ୍ତ କାରି ପୋଲିସ ଏଏସଆଇ ସୁଶାନ୍ତ କୁମାର ମିଶ୍ର ସୂଚନା ପ୍ରଦାନ କରିଛନ୍ତି। ତେବେ କିଛି ଜନ ସାଧାରଣଙ୍କ କହିବା କଥା ବେଆଇନ ଭାବେ ସରକାରଙ୍କ ରାଜସ୍ବକୁ ଲୁଟି ଏହିପରି ଖୋଲାମ ଖୋଲା ମୋରମ ଚାଲାଣ ହେଉଛି। ଏହା ଉପରେ ପ୍ରଶାସନ ରୋକ ଲଗାଇବା ଜରୁରୀ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି। 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.