ଋଷିଗାଁ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦଯାପିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ବ୍ଲକ ଅନ୍ତର୍ଗତ ରିଷିଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ମହାସମାରୋହରେ ଉଦଯାପିତ ହେଇ ଯାଇଛି। ଦୁଇ ଦିନ ଧରି ଚାଲିଥିବା ଏହି କ୍ରୀଡାର ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭବାନୀପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଚାରୀ ଶବର ମହୋଦୟ ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବରେ ପୂର୍ବତନ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ମହେନ୍ଦ୍ର କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଡ. ହୃଷିକେଶ ନାଏକ, ସିଆରସିସି ବୈକୁଣ୍ଠ ବେମାଲ, ରିଷିଗାଁ ସରପଞ୍ଚ ବିନୋଦିନୀ ବେହେରା, ବିଦ୍ୟାଳୟ ପରିଚାଳନା କମିଟି ସଭାନେତ୍ରୀ ନିର୍ମଳା ନାଏକ, ବିଜୟାନନ୍ଦ ହୋତା ପ୍ରମୁଖ ମଞ୍ଚସୀନ ହୋଇ ନିଜ ନିଜ ବକ୍ତବ୍ୟରେ କ୍ରୀଡା କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

Omkar Vasthu
Omkar Vasthu

ଏହି କ୍ରୀଡା କାର୍ଯ୍ୟକ୍ରମର ଉଦଘାଟନ ବରିଷ୍ଠ ସାମ୍ବାଦିକ ଶାନ୍ତନୁ ବେହେରା ଓ ଅନିତା ମହାନ୍ତି ଙ୍କ ଦ୍ୱାରା ହେଇଥିବା ବେଳେ ଶିକ୍ଷକ ସତ୍ୟନାରାୟଣ ନାଗଙ୍କ ନେତୃତ୍ୱରେ ତଥା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗରେ ସଫଳ ହୋଇଥିଲା। ବରିଷ୍ଠ ଶିକ୍ଷକ ଆଲୋକ କୁମାର ବେହେରା ସଭାକାର୍ଯ୍ୟ ପରିଚାଳନା କରିଥିଲେ। ପରିଶେଷରେ ଅଶୋକ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.