ପଞ୍ଚମପୁର ବିରାଟ ଧନୁଯାତ୍ରା ମହୋତ୍ସବ ଉଦଯାପିତ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ବ୍ଲକ ଖୁଟମନଭେରା ପଂଚାୟତ ପଞ୍ଚମପୁର ଗାଁରେ ହେଉଥିବା ବିରାଟ ଧନୁଯାତ୍ରା ମହୋତ୍ସବ ଉଦଯାପିତ ହୋଇଯାଇଛି। ଏହି ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ଜିଲ୍ଲା ପରିଷଦ ସଭ୍ୟ ଭରତ ଲାଲ ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନୂଆପଡା ପଂଚାୟତ ସମିତି ଅଧ୍ୟକ୍ଷା ତାରେଶ୍ବରୀ ସାହୁ, ବିଧାୟକ ପ୍ରତିନିଧି ଶ୍ୟାମ କେଶରୱାନୀ, ଯୁବ ଆଇନଜୀବୀ ଧନୀରାମ ସାହୁ, ସ୍ଥାନୀୟ ସରପଞ୍ଚ ଚୁମନଲାଲ ପାଣ୍ଡେ, ସମିତି ସଭ୍ୟ ତାତୁରାମ ପାଣ୍ଡେ, ଧରମବନ୍ଧା ଏସ ଆଇ ବିନୋଦ ବିହାରୀ ସେଠୀ ପ୍ରମୁଖ ମଂଚାସୀନ ଥିଲେ। ଏହି ଧନୁଯାତ୍ରା ମହୋତ୍ସବ ୫ ଦିନ ଧରି ଅନୁଷ୍ଠିତ ହୋଇଥିଲାଇ। କଂସ ଭୂମିକାରେ ନାଟ୍ୟଶ୍ରୀ ଦେବରାଜ ଛାତ୍ରିଆ ଅଭିନୟ କରି ଦର୍ଶକଙ୍କୁ ମନମୁଗ୍ଧ କରିଦେଇଥିଲେ। ଏହି ମହୋତ୍ସବରେ ମିନା ବଜାର ଦର୍ଶକଙ୍କୁ କିଣା ବିକା କରିବା ପାଇଁ ଲୋଭାଉ ଥିବା ବେଳେ ଏହାର ମୁଖ୍ୟ ଆକର୍ଷଣ ଛତିଶଗଡି ଗାୟିକା ଆରୁ ସାହୁ ଦର୍ଶକଙ୍କୁ ମନୋରଞ୍ଜନ ପ୍ରଦାନ କରିଥିଲେ। ଧନୁଯାତ୍ରା କମିଟି ସଭାପତି ଭରତ ଦାସ, ପିହୁ ବାଗ, ବିକାଶ ସାହୁ, ରାଜେଶ ସାହୁ, ଟେକରାମ ମାଝୀ, ପୁସ୍ତମ ଦେୱାଙ୍ଗନ, ଇଶ୍ୱର ରାଉତ, ଭାଳେଶ୍ୱର ଦେୱାଙ୍ଗନ, ଗୋବିନ୍ଦ ଦେୱାଙ୍ଗନ, ତୁଷାର ସାହୁ, ଖେମରାଜ ଦେୱାଙ୍ଗନ, ଚନ୍ଦ୍ରଶେଖର ପଟେଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକି ପରିଚାଳନା କରିବାରେ ବିଶେଷ ଭାବେ ସହଯୋଗ ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.