ବ୍ଲକସ୍ତରୀୟ ନୂଆ-ଓ ପ୍ରତିଯୋଗିତା କ୍ରୀଡା ଉତ୍ସବ ଉଦଯାପିତ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ବ୍ଲକ ପକ୍ଷରୁ ନୂଆ-ଓ ପ୍ରତିଯୋଗିତା କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି। ଏହି କ୍ରୀଡା ଉତ୍ସବର ଫାଇନାଲ ଖେଳ ସ୍ଥାନୀୟ ମିନି ଷ୍ଟାଡିଅମ ଠାରେ ଅନୁଷ୍ଠିତ ହୋଇଥିଲା।  ଏହି କ୍ରୀଡା ଉତ୍ସବରେ ନୂଆପଡା ବ୍ଲକର ସର୍ବମୋଟ ୧୦୬ ଟି ଦଳ ୫ ଟି ଇଭେଣ୍ଟ ଯଥା କବାଡି, ଖୋ ଖୋ, ଭଲି ବଲ, କ୍ରିକେଟ ଓ ଫୁଟବଲ ଖେଳରେ ଅଂଶ ଗ୍ରହଣ କରିଥିଲେ। କେବଳ ଖୋ ଖୋ ଏବଂ କବାଡି ଖେଳରେ ମହିଳା ଦଳ ଅଂଶ ଗ୍ରହଣ କରିଥିଲେ। ନୂଆପଡା ବିଡ଼ିଓ ବିପିନ ବିଭାରୀ ଦୀପ ଙ୍କ ଅଧକ୍ଷତାରେ ଆୟୋଜିତ ଏହି କ୍ରୀଡା ଉତ୍ସବର ଉଦଯାପନୀ ସଭାରେ ମୁଖ୍ୟଅତିଥି ଭାବେ ନୂଆପଡା ପଂଚାୟତ ସମିତି ଅଧକ୍ଷା ତାରେଶ୍ବରୀ ସାହୁ ଯୋଗଦେଇଥିବା ବେଳେ ସ୍ୱତନ୍ତ୍ର ଅତିଥି ଭାବେ ପୂର୍ବତନ ଓ ସି ଏ ସମ୍ପାଦକ ତଥା ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ସରୋଜ ସାହୁ, ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ଦିଲୀପ କୁମାର ନିର୍ମଲକର, ଜିଲ୍ଲାପରିଷଦ ସଭ୍ୟ ଭାନୁ ପ୍ରତାପ ସିଂ ମାଝୀ, ଭରତ ଲାଲ ରାଉତ, ନୂଆପଡା ଏନ.ଏ.ସି ଚେୟାରମେନ ଆଦମ ଖାନ, ଖରିଆର ରୋଡ ଏନଏସି ଉପାଧ୍ୟକ୍ଷ ନିଶାନ୍ତ ଡାଗା, ନୂଆପଡା ଏନ. ଏ. ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଚନ୍ଦନ କୁମାର ଶତପଥି, ଯୁବ ଆଇନଜୀବୀ ଧନୀରାମ ସାହୁ, ଜିଲ୍ଲା ବିଜେଡି ସମ୍ପାଦକ ସୁଧୀର ମିଶ୍ର, ଅବସର ପ୍ରାପ୍ତ ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ବଢ଼େଇ, ବେଲଟୁକୁରି ସମିତି ସଭ୍ୟ ନୀଲକମଲ ଚନ୍ଦ୍ରକାର, ଡ଼ୁମେରପାଣି ସମିତି ସଭ୍ୟ ଚୁରଣ ସାହୁ, ସାହିପଲା ସମିତି ସଭ୍ୟା ନମିତା ବିଶ୍ୱାଳ ପ୍ରମୁଖ ମଂଚାସୀନ ଥିଲେ। ତେବେ ଏହି ପ୍ରତିଯୋଗିତାରେ ସମସ୍ତ ବିଭାଗରେ ପ୍ରଥମ ପୁରସ୍କାର ୨୦ ହଜାର ଟଙ୍କା ଓ ଟ୍ରଫି, ଦ୍ଵିତୀୟ ପୁରସ୍କାର ୧୫ ହଜାର ଟଙ୍କା ଓ ଟ୍ରଫି ଏବଂ ତୃତୀୟ ଓ ଚତୁର୍ଥ ପୁରସ୍କାର ୧୦ ହଜାର ଟଙ୍କା ପ୍ରଦାନ କରି ପୁରସ୍କୃତ କରାଯାଇଛି। ଖେଳାଳି ଙ୍କୁ ଉତ୍ସାହିତ କରିବା ପାଇଁ ଯେଉଁମାନେ ୧୦ କି ମି ଦୂରରୁ ଖେଳିବା ପାଇଁ ଆସିଥିଲେ ସେମାନଙ୍କୁ ୧ ହଜାର ଟଙ୍କା ଲେଖାଏଁ ଯିବାଆସିବା ଖର୍ଚ୍ଚ ମଧ୍ୟ ପ୍ରଶାସନ ପକ୍ଷରୁ ବହନ କରାଯାଇଥିଲା। କ୍ରିକେଟ ଫାଇନାଲରେ କେ ଆର ସି ଏ ଖରିଆର ରୋଡ ଚମ୍ପିୟାନ ହୋଇଥିବା ବେଳେ ପାଲସାଗୁଡା ଦଳ ଦ୍ଵିତୀୟ, ତୃତୀୟ ସ୍ଥାନରେ ଅମୋଦି ଦଳ ଓ ଚତୁର୍ଥ ସ୍ଥାନରେ ଡି ଜେ ଟାନୱାଟ ଦଳ ପହଂଚି ପାରିଛି। ସେହିପରି ଫୁଟବଲ ଖେଳ ଫାଇନାଲ ମ୍ୟାଚ ଖେଳି ଡି ଏଫ ଏ ଜୁନିଅର ଦଳ ଚମ୍ପିୟାନ ହୋଇଥିବା ବେଳେ ଓ ଡି ଏଫ ଏ ଦଳ ଦ୍ଵିତୀୟ, ଭାଳେଶ୍ୱର ତୃତୀୟ ଓ ଖରିଆର ରୋଡ ଦଳ ଚତୁର୍ଥ ସ୍ଥାନ ଅକ୍ତିଆର କରିଛି। ଭଲିବଲ ଖେଳରେ ଦର୍ଲିମୁଣ୍ଡା ଦଳ ଚାମ୍ପିଯାନ ହୋଇଥିବା ବେଳେ ଆଇ ପି ସି ନୂଆପଡା ଦ୍ଵିତୀୟ, ଧରମବନ୍ଧା ଟାଇଗର ତୃତୀୟ ଓ ଏନ ଏଚ ଏସ ନୂଆପଡା ଦଳ ଚତୁର୍ଥ ସ୍ଥାନ ଅକ୍ତିଆର କରି ସାରିଛି। ବାଳକ ବିଭାଗ ଖୋ ଖୋ ଖେଳରେ ଏମ ପି ଜଗନ୍ନାଥ ମାଗୁରପାଣି ଦଳ ଚମ୍ପିୟାନ ହୋଇଥିବା ବେଳେ ନେସନାଲ ହାଇସ୍କୁଲ ନୂଆପଡା ଦଳ ଦ୍ଵିତୀୟ, ଧରମବନ୍ଧା ଥଣ୍ଡର ତୃତୀୟ ଓ କଦମେରୀ ଦଳ ଚତୁର୍ଥ ସ୍ଥାନ ଅକ୍ତିଆର କରିଛନ୍ତି। ବାଳିକା ବିଭାଗ ଖୋ ଖୋ ଖେଳରେ ପି ଏଚ ଏସ କୋଦୋମେରି ଦଳ ଚମ୍ପିୟାନ ହୋଇଥିବା ବେଳେ ମହାନଦୀ ୱାରିୟର ଖରିଆର ରୋଡ ଦ୍ଵିତୀୟ, ଧରମବନ୍ଧା ଥଣ୍ଡର ତୃତୀୟ,ଏମ ପି ମାଗୁରପାଣି ଦଳ ଚତୁର୍ଥ ସ୍ଥାନ ଅକ୍ତିଆର କରି ସାରିଛନ୍ତି। ସେହିପରି କବାଡି ବାଳିକା ବିଭାଗରେ ପି. ଏଚ. ଏସ କୋଦୋମେରି ଚମ୍ପିୟାନ ହୋଇଥିବା ବେଳେ ମାଗୁରପାଣି ଦ୍ଵିତୀୟ,ବୋଏରଭାଡ଼ି ତୃତୀୟ ଓ ନେସନାଲ ହାଇସ୍କୁଲ ନୂଆପଡା ଚତୁର୍ଥ ସ୍ଥାନ ଅଧିକାର କରିସାରିଛନ୍ତି। ତେବେ ବାଳକ ବିଭାଗ କବାଡି ଖେଳରେ ମାଗୁରପାଣି ସିନିଅର ଦଳ ଚମ୍ପିୟାନ ହୋଇଥିବା ବେଳେ ବିଶୋର ଦଳ ଦ୍ଵିତୀୟ, ସାହିପଲା ଦଳ ତୃତୀୟ ଓ ମାଗୁରପାଣି ବ୍ଲୁ ଡାଇମଣ୍ଡ ଦଳ ଚତୁର୍ଥ ସ୍ଥାନ ଅକ୍ତିଆର କରିଛି। ସମସ୍ତ ବ୍ଲକର ଚମ୍ପିୟାନ ଦଳ ଗୁଡିକ ଜିଲ୍ଲା ସ୍ତରୀୟ ଏହି ନୁଆ – ଓ ପ୍ରତିଯୋଗିତା କ୍ରୀଡା ଉତ୍ସବରେ ଭାଗ ନେବେ। ସମ୍ପୂର୍ଣ ଏହି କ୍ରୀଡା ଉତ୍ସବକୁ ପ୍ରକଶ ସାହୁ, ପ୍ରକାଶ ମିଶ୍ର, ମହତାବ ଆଡ଼ଜୁଆ, ରେଖରାମ ରାଉତ, ବିଦ୍ୟାଧର ମାଝୀ, ପ୍ରେମ ଚନ୍ଦ ସାହୁ, ମୋହନ କୁମାର ମହନ୍ତ, ଅନିଲ ରାଉତ,ସୋଭାରାମ ରାଉତ, ରାକେଶ ପଟେଲ, ବିଶି କେଶନ ବାଗ, ବାଲେଶ୍ୱର ମାଝୀ, ଏମ କୁମାର ଖରସେଲ, ରମେଶ୍ୱର ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ। ବ୍ଲକ ପ୍ରଶାସନ ପୋଲିସ, ଅଗ୍ନିଶମ ଓ ମେଡିକାଲ ବିଭାଗର ସହଯୋଗରେ ଏହି କାର୍ଯ୍ୟକ୍ରମକୁ ସଫଳତାର ସହିତ କରିବାକୁ ଉଦ୍ୟମ କରିଛି। ନୂଆପଡା ବ୍ଲକର ସି. ପି ଦେବେନ୍ଦ୍ର ମହାପାତ୍ର, ସେକସନ ଅଫିସର ଧର୍ମରାଜ ନାୟକ, ଏ ସି ପି ସତ୍ୟ ପ୍ରିୟ ପଣ୍ଡା ତଥା ସମସ୍ତ ଇଓ ଓ ଜିଆଇଏସ ଏହି କାର୍ଯ୍ୟକ୍ରମରେ ବିଶେଷ ଭାବେ ସହଯୋଗ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.