ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ସରସ୍ୱତୀ ଶିଶୁ ମନ୍ଦିରରେ ଭାରତୀୟ ଗଣିତଜ୍ଞ ଶ୍ରୀନିବାସ ରାମାନୁଜଙ୍କ ଜନ୍ମ ଦିନରେ ଜାତୀୟ ଗଣିତ ଦିବସ ପାଳିତ ହୋଇଯାଇଛି। ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସମାଜସେବୀ କିସନ ଚନ୍ଦ୍ର ଅଗ୍ରୱାଲ ଏବଂ ମୁଖ୍ୟ ବକ୍ତା ଭାବରେ ମାଣ୍ଡେଲ ହାଇସ୍କୁଲର ଗଣିତ ଶିକ୍ଷକ ତଥା ଉସ୍ତାଦ ବିସମିଲ୍ଲା ଖାଁ ଯୁବ ପୁରସ୍କାର ପ୍ରାପ୍ତ ବିଶିଷ୍ଠ କଣ୍ଠ ଶିଳ୍ପି ସର୍ବେଶ୍ୱର ଭୋଇ ଯୋଗ ଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବୁଦ୍ଧ ନାଏକ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ପରିଚାଳନା ସମିତିର ଯୁଗ୍ମ ସମ୍ପାଦକ ଅଜୟ କୁମାର ନାଏକ ଉଦ୍ଘାଟନୀ ଏବଂ ସମାରୋପ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଶିଶୁ ମାନଙ୍କୁ ମାର୍ଗ ଦର୍ଶନ ଦେଇଥିଲେ। ଏହି ଉତ୍ସବରେ ଗୁରୁଜୀ ନିକୁଞ୍ଜ ବିହାରୀ ନାଗ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ବିଦ୍ୟାଳୟର ଗଣିତ ପ୍ରମୁଖ ଜିତେନ୍ଦ୍ର ଭୋଇ ଗଣିତ ଦିବସର ବିବରଣୀ ପଠନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗୁରୁଜୀ ତୁଳସୀ ରାମ ବିଶି, ଦେବରାଜ ଗଉଡ, ଗୁରୁମା ମନୋରମା ପତି, ପୁଷ୍ପାଞ୍ଜଳୀ ପାଢୀଙ୍କ ସମେତ ସମସ୍ତ ଆଚାର୍ଯ୍ୟ/ଆଚାର୍ଯ୍ୟା ତଥା ସେବକ ସେବିକା ସହଯୋଗ କରିଥିଲେ। ସେହିଭଳି ଅପରାହ୍ନରେ ଅନୁଷ୍ଠିତ ସମାରୋପ କାର୍ଯ୍ୟକ୍ରମରେ ଘୋଡାବନ୍ଧ ହାଇସ୍କୁଲର ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ସାହୁ ମୁଖ୍ୟ ବକ୍ତା ଭାବରେ ମାର୍ଗଦର୍ଶନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ୨୫୨ ଜଣ ପ୍ରତିଯୋଗୀ ଫଟୋ ପ୍ରଦର୍ଶନୀ, ଗଣିତ ପ୍ରକଳ୍ପ, ଗଣିତ ଚାର୍ଟ, ଗାଣିତିକ ରଙ୍ଗୋଲି, ପ୍ରଶ୍ନମ, ଓଲଟା ଗଣନା, ପଣିକିଆ, ପୁସ୍ତକ ସଂଗ୍ରହ ଆଦି ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିଲେ। ସେଥି ମଧ୍ୟରୁ ୬୬ ଜଣ ପ୍ରତିଯୋଗୀ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିଲେ।






