ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ପଶ୍ଚିମ ଓଡ଼ିଶା ପିପୁଲ୍ସ ଫୋରମ ତରଫରୁ ବାହାରିଥିବା କୋଶଲି ଭାଷା ସଂସ୍କୃତି ସ୍ୱାଭିମାନ ଯାତ୍ରାକୁ ସିନାପାଲି ଠାରେ ଭବ୍ଯ ସ୍ବାଗତ କରାଯାଇଛି। ନୃସିଂହନାଥ ପୀଠରୁ ବାହାରି ଥିବା ଏହି ଯାତ୍ରା ସିନାପାଲି ଜଗନ୍ନାଥ ଛକ ଠାରେ ପହଂଚିଲା ପରେ ସ୍ଥାନୀୟ ଉଦନ୍ତୀ ୟୁଥ କ୍ଲବ, ଶ୍ରୀଜଗନ୍ନାଥ ଭାଗବତ ଟୁଙ୍ଗି ର କର୍ମକର୍ତ୍ତାଙ୍କ ସହ ସାଧାରଣ ଲୋକ ଫୁଲମାଳ ସହ ବନ୍ଧାପନା କରି ଭବ୍ଯ ସ୍ବାଗତ କରିଥିଲେ। ଫୋରମ ତରଫରୁ ପ୍ରସିଦ୍ଧ ଅଭିନେତା ମନୋଜ ମିଶ୍ର, ସିପୁନ ଖମାରୀ, ସପନ ମିଶ୍ର, ପ୍ରଦୀପ ଡିଣ୍ତିଆ, ସୁବାଷ ନାଏକ, ବିରେଂଦ୍ର ପାଣିଗ୍ରାହୀ ପ୍ରମୁଖ ଯାତ୍ରାରେ ସାମିଲ ଥିଲେ। ଏହି ଯାତ୍ରା ସମୟରେ କୋଶଲୀ ଭାଷା ଓ ମାଟିର ବିକାଶ ଏବଂ ସୁରକ୍ଷା ପାଇଁ ଜନସଚେତନତା ସୃଷ୍ଟି କରାଯାଇଥିଲା। ଏଠାରୁ ସ୍ବାଭିମାନ ଯାତ୍ରା କଳାହାଣ୍ତି ଯାଇଥିବା ବେଳେ ଆସନ୍ତା ବୁଧବାର ଦିନ ସୁନ୍ଦରଗଡ଼ ଠାରେ ଏହା ଉଦଯାପିତ ହେବ ବୋଲି ଜଣାପଡ଼ିଛି।