ପଲସାଗୁଡାଠାରେ ଜିଲ୍ଲାସ୍ତରୀୟ ସର୍ବା ସାହୁ ପରିବାରର ଭେଟଘାଟ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଏନ.ଏ.ସି ୱାର୍ଡ ନମ୍ବର ୭ ପଲସାଗୁଡା ଗାଁରେ ପ୍ରଥମ ଥର ପାଇଁ ଜିଲ୍ଲାସ୍ତରୀୟ ସର୍ବା ସାହୁ ପରିବାର ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ନୂଆପଡା ଜିଲ୍ଲା ସାହୁ ସମାଜ ସଭାପତି ଦେଓଧର ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସଭ୍ୟ ଭବନ ସାହୁ, ମଦନ ଲାଲ ସାହୁ, କମଲ ସାଏ ସାହୁ, ଖୁମନ ଲାଲ ସାହୁ, ଗୋପାଳ ଚନ୍ଦ୍ର ସାହୁ, ରମେଶ ସାହୁ, ବିମଲ ସାହୁ, ଟୁନା ସାହୁ, ପିଟୁ ସାହୁ, ଭିଖମ ସାହୁ, ରାମ କୁମାର ସାହୁ, ଘୁନେସ୍ୱର ସାହୁ, ଦିଲୀପ ସାହୁ, ୱାର୍ଡ ମେମ୍ବର ପଲସାଗୁଡା ଧନେଶ୍ୱରୀ ସାହୁ, ସାହିପଲା ସରପଞ୍ଚ ପ୍ରିୟଙ୍କା ସାହୁ ଓ ସାଲିହା ସରପଞ୍ଚ ଶମ୍ଭୁ ସାହୁପ୍ରମୁଖ ମଞ୍ଚାସୀନ ଥିଲେ। ତେବେ ପୂର୍ବପୁରୁଷରୁ ନୂଆପଡା ଓ କୋମନା ବ୍ଲକର ପସରଖୋଲ, ପଲସାଗୁଡା, ସାଲିହା, ଝାଲବାହାଲ, ଭଣ୍ଡାରପୁରୀ, ସାହିପଲା, ଲିମଡ଼ିହି, ଚୋହୋକୋପଡାରେ ସାହୁ ପରିବାରର ମୁଖିଆ ବଂଶାନୁକ୍ରମେ ରହି ଆସୁଥିଲେ। ସମୟାନୁକ୍ରମେ ବ୍ୟସ୍ଥବହୁଳ ଜୀବନରେ କେବେ ମଧ୍ୟ ଏକ ବର୍ଗୀୟ ଏହି ସାହୁ ପରିବାର ଏକତ୍ରିତ ହୋଇ ଜିଲ୍ଲା ସ୍ତରୀୟ ଏକ ଘେଟଘାଟ କାର୍ଯ୍ୟକ୍ରମ କରିବା ଏହା ପ୍ରଥମ। ସମାଜ ଲୋକେ କିପରି ନିଜର ଶିକ୍ଷାଗତ ସମସ୍ୟା ଓ ଆର୍ଥିକ ସମସ୍ୟା ସୁଧାରି ପାରିବେ ସେ ଦିଗରେ ଏହି ଘେଟଘାଟ ବିଶେଷ କାର୍ଯ୍ୟକ୍ରମରେ ବିଶେଷ ଆଲୋଚନା ହୋଇଥିଲା। ତେବେ ସର୍ବମୋଟ ୨୦୦୦ ସର୍ବା ସାହୁ ପରିବାର ଜିଲ୍ଲାରେ ବସଵାସ କରୁଥିବା ବେକେ ପ୍ରତ୍ୟେକ ପରିବାରରୁ ସମସ୍ତେ ଏହି ଘେଟଘାଟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.