ଭବାନୀପାଟଣାରେ ସାହୁ ଡେଣ୍ଟାଲ କ୍ଲିନିକ ଓ ଡାଇଗ୍ନୋଷ୍ଟିକ୍ସ ଶୁଭାରମ୍ଭ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସହରସ୍ଥିତ ଇରିଗେସନ କଲୋନୀ ଛକ କେଶରୀ କମ୍ପ୍ଲେକ୍ସରେ ସାହୁ ଡେଣ୍ଟାଲ କ୍ଲିନିକ ଓ ଡାଇଗ୍ନୋଷ୍ଟିକ୍ସର ଶୁଭାରମ୍ଭ ହୋଇଯାଇଛି। ଏଥିରେ ଡା. ଆରତୀ ସାହୁ ଦନ୍ତରୋଗ ଚିକିତ୍ସକ ଭାବେ ସେବା ପ୍ରଦାନ କରିବେ। ଦନ୍ତଜନିତ ବିଭିନ୍ନ ସମସ୍ୟା ଯଥା- ଦାନ୍ତର ପୁନଃ ସ୍ଥାପନ, ଦୁର୍ଘଟଣାଜନିତ କ୍ଷତାକ୍ତ ମାଢ଼ି, ଦାନ୍ତ ମାଢି ଓ ପାଟିର ବିଭିନ୍ନ ସମସ୍ୟାର ସମାଧାନ, ଦାନ୍ତ ବିନ୍ଧାର ଶୀଘ୍ର ଓ ସରଳ ଉପଶମ, ଦାନ୍ତ ସଢ଼ିବା ଓ କଷ୍ଟରୁ ଆରାମ ପରି ସବୁ ପ୍ରକାର ଦାନ୍ତରୋଗର ଚିକିତ୍ସା ଏଠାରେ କରାଯିବ।

ଏହାକୁ କଳାହାଣ୍ଡି ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ମଣ୍ଡଳ ଲେଖା ଅଧିକାରୀ ଅଶ୍ୱିନ କୁମାର ନାଏକ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବଲାଙ୍ଗୀର କ୍ଷୁଦ୍ର ଜଳସେଚନ ବିଭାଗ ମଣ୍ଡଳ ଲେଖା ଅଧିକାରୀ ବଚନଲାଲ ସାହୁ, ସାଇଦଲଙ୍ଗା ରାଜସ୍ୱ ନିରୀକ୍ଷକ ବୈବସୁତ ବାଗ, ଯୁବ ଗାଳ୍ପିକ ସୁଧୀର ଧଙ୍ଗଡାମାଝୀ, କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପାଇଁ ମନୋନୀତ ଗାଳ୍ପିକ ଡିଲେଶ୍ୱର ରଣା, ହିମାନି ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଡେଣ୍ଟାଲ କ୍ଲିନିକରେ ସକାଳ ୯ରୁ ମଧ୍ୟାହ୍ନ ୧.୩୦ ଏବଂ ଅପରାହ୍ନ ୪ରୁ ସନ୍ଧ୍ୟା ୮ପର୍ଯ୍ୟନ୍ତ ସେବା ଯୋଗେଇ ଦିଆଯିବ ବୋଲି ଡା. ସାହୁ ଜଣେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.