ଗ୍ରାମ ପଞ୍ଚାୟତ କର୍ମଚାରୀ ସଂଘ ଗଞ୍ଜାମ ଜିଲ୍ଲା ଶାଖାର ବୈଠକ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଗଞ୍ଜାମ ଜିଲ୍ଲା ଗ୍ରାମ ପଞ୍ଚାୟତ କର୍ମଚାରୀ ସଂଘ (ପିଅନ, ରାତ୍ରଜଗୁଆଳି, ଝାଡୁଦାର) ମାନଙ୍କୁ ନେଇ ପୁରୁଷୋତ୍ତମପୁର ବ୍ଳକ ନିକଟସ୍ତ ତାଗାତାରିଣି ମନ୍ଦିର ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସଂଘ ଦୀର୍ଘ ବର୍ଷରୁ ସ୍ଥାୟି ଚାକିରି ଓ ସମାନ କାମକୁ ସମାନ ଦରମା  ଦାବି କରି ଆସୁଛି। ହେଲେ ବର୍ତ୍ତମାନ ସରପଞ୍ଚଙ୍କ ହାତ ଟେକା ୨୦୦, ୫୦୦ ଓ ୧୦୦୦ ଟଙ୍କା ପାରିଶ୍ରମିକ ମିଳୁଛି, ତଥାପି ଏହି ଦରମା ବହୁତ କଷ୍ଟରେ ମାସକୁ ମାସ ମିଳୁନି। ଦିନ ୮ ଘଣ୍ଟ ଠାରୁ ସନ୍ଧ୍ୟା ୫ ଘଣ୍ଟ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ପ୍ରତ୍ୟେକ କାମକୁ ପିଅନମାନେ ସୁଚାରୁ ରୂପେ ଲୋକମାନଙ୍କ ପାଖରେ ପହଞ୍ଚାଇ ଆସୁଛନ୍ତି। ଭତ୍ତା ବଣ୍ଟନ, ଚାଉଳ ବଣ୍ଟନ, ଗ୍ରାମସଭା, ପଲ୍ଲୀସଭା, ଅତିଥି ସତ୍କାର ଓ କୋଭିଡ ମହାମାରୀ ଭଳି ସମୟରେ ପିଲାଛୁଆ ଛାଡି ସହଯୋଗ କରୁଛନ୍ତି ତଥାପି ଓଡିଶା ସରକାର ଏମାନଙ୍କ ଉପରେ ଦୃଷ୍ଟି ପକାଉନାହାନ୍ତି। ପ୍ରକାଶ ଥାଉକି ଓଡିଶା ସରକାରଙ୍କ ପଞ୍ଚାୟତରାଜ ବିଭାଗ ୫-ଟିରେ ସଂଯୋଗ ହୋଇଥିଲେ ସୁଦ୍ଧା ଗ୍ରା.ପ.ର ଚତୁର୍ଥ ଶ୍ରେଣୀ କର୍ମଚାରୀମାନଙ୍କ ପାଇଁ ସରକାରଙ୍କ ଦୃଷ୍ଟି ପଡୁନାହିଁ। ଏହି କର୍ମଚାରୀମାନଙ୍କ ମାନଙ୍କ ୭ଦଫା ଦାବି ହେଲା 

Omkar Vasthu
Omkar Vasthu

୧. ସ୍ଥାୟୀ ନିଯୁକ୍ତି ଓ ନିୟମିତ ଦରମା ।
୨. ସମାନ କାମକୁ ସମାନ ଦରମା ।
୩. ୨୦୧୪ ମସିହା ନିୟମ ୧୨୫ ଓ ୧୯୬୪ ମସିହା ୧୨୩ ଆଇନକୁ ସଂଶୋଧନ ।
୪. ରାଜ୍ୟ ଅତିରିକ୍ତବଜେଟରେ ଏହି କର୍ମଚାରୀମାନଙ୍କ ପାଇଁ ସ୍ବତନ୍ତ୍ର ବଜେଟ ବ୍ୟବସ୍ଥା ।
୫. କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ସର୍ବନିମ୍ନ ମଜୁରୀ ଆମ୍ଭମାନଙ୍କ କ୍ଷେତ୍ରରେ ଲାଗୁ କରିବା ।
୬. ଚାକିରି କ୍ଷେତ୍ରରେ ସୁରକ୍ଷା ପ୍ରଦାନ ।
ଆଗାମୀ ଦିନରେ ଯଦି ରାଜ୍ୟ ସରକାର ଏହି ଦାବି ନ ମାନନ୍ତି ତେବେ ପ୍ରତ୍ୟେକ ପଞ୍ଚାୟତରେ ତାଲା ଝୁଲାଇବାକୁ ଏବଂ ବିଧାୟକ ଓସାଂସଦ ନିର୍ବାଚନ ବେଳେ ଘୋର ବିରୋଧ କରିବୁ ବୋଲି ଆଜିର ବୈଠକରେ ଦୃଢ ନିଷ୍ପତି ସଙ୍ଘର କର୍ମକର୍ତା ମାନେ ନେଇଛନ୍ତି। ଜିଲ୍ଳାର ୨୨ଗୋଟି ବ୍ଲକର ୫୦୧ ପିଅନ ଭାଇଙ୍କ ଉପସ୍ଥିତିରେ ଏହି ନିଷ୍ପତି ନେଇଥିବା ଜଣାପଡିଛି। ଏହି ବୈଠକରେ ଗଞ୍ଜାମ ସ୍ଥାୟି ସଭାପତି ବଂଶିଧର ବିଶ୍ୱାଳ, ଜିଲ୍ଲା ସମ୍ପାଦକ (ରାଜ୍ୟ କୋଷାଧ୍ୟକ୍ଷ) ଅରୁପା ନନ୍ଦ ଡାକୁଆ, ରାଜ୍ୟ ସହସମ୍ପାଦକ ତାରୀଣି ଚରଣ ଭୁୟାଁ, ଜିଲ୍ଲା ସଂଯୋଜକ ସୁଦର୍ଶନ ଡାକୁଆ, ଜିଲ୍ଲା କୋଷାଧ୍ଯକ୍ଷ ସୁର୍ଯ୍ୟନାରାୟଣ ପ୍ରଧାନ, ସୁଧିର ଦାସ, ଗଣେଶ ବାରିକ, ସୁଧୀର ବେହେରା, ସନ୍ତୋଷ କୁମାର ଖାଡଙ୍ଗା ସହିତ ପ୍ରତ୍ୟେକ ବ୍ଳକର/ ସଭାପତି, ସମ୍ପାଦକ ଓ କୋଷାଧ୍ଯକ୍ଷମାନେ ଉପସ୍ଥିତ ଥିଲେ। ଏହାସହ ଆଜି ନୂତନ କର୍ମକର୍ତ୍ତା ଙ୍କ ନାମ ମଧ୍ୟ ଘୋଷଣା କରାଗଲା। ସେମାନେ ହେଲେ ଉପଦେଷ୍ଟା ଭାବେ ବଂଶୀଧର ବିଶ୍ୱାଳ, ସଭାପତି ଭାବେ ଅରୂପ ନନ୍ଦ ଡାକୁଆ, ସମ୍ପାଦକ ଭାବେ ତାରିଣୀ ଚରଣ ଭୂୟାଁ, କୋଷାଧକ୍ଷ ଭାବେ ସୁଦର୍ଶନ ଡାକୁଆ, ଉପସଭାପତି ଭାବେ ରଘୁନାଥ ପଣ୍ଡିତ, ସହ ସମ୍ପାଦକ ଭାବେ ସନ୍ତୋଷ ଖାଡ଼ଙ୍ଗା, ସହ କୋଷାଧକ୍ଷ ଭାବେ ସୁଧୀର ବେହେରା, ସଂଯୋଜକ ଭାବେ ସୂର୍ଯ୍ୟ ପ୍ରଧାନ, ସହ ସଂଯୋଜକ ଭାବେ ଶଙ୍କର ବାରିକ ମନୋନୀତ ହୋଇଥିଲେ। 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.