ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ସତ୍ୟ ବାବା ପୀଠ ଗୀତା କ୍ଷେତ୍ର ପଣ୍ଡକିଟାଲ, ଜାମଖୋଲ ଠାରେ ବାର୍ଷିକ ଯଜ୍ଞ ମହୋତ୍ସବ ଓ ଗୀତା ଜୟନ୍ତୀ ପାଳିତ ହୋଇଛି। ଏହି ଉତ୍ସବରେ କର୍ତ୍ତା ଭାବରେ ନୀଳାଚଳ ସେଠୀ ଓ ରଶ୍ମୀବାଳା ସେଠୀ, ସୁବ୍ରତ ନାଗ ଓ ମହେନ୍ଦ୍ରୀ ନାଗ, ଜଗଦୀଶ ଭୋଇ ଓ ସବିତା ଭୋଇ, ପଣ୍ଡୁ ନାଏକ ଓ ବନିତା ନାଏକ, ଦୂର୍ଯୋଧନ ଆଡ୍ଜୁଆଳି ଓ ତେଜସ୍ବୀନି ଦାଇତ୍ୱ ନିର୍ବାହ କରିଥିଲେ। ଏହି ଅବସରରେ ଗୀତା କ୍ଷେତ୍ରର ସମସ୍ତ କର୍ମକର୍ତ୍ତା, ପ୍ରବଚକ, ସାଧୁ ସନ୍ଥ, ଭକ୍ତ, ମାନ୍ୟଗଣ୍ୟ ବ୍ୟକ୍ତି ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଘୃତ ଯଜ୍ଞ, ନାମ ସଙ୍କିର୍ତ୍ତନ୍ୟ ଭଜନ, ଆଳତୀ ପୁଷ୍ପାଞ୍ଜଳି ପରେ ଅନ୍ନ ପ୍ରସାଦ ସେବନ କରାଯାଇଥିଲା। ସଭାପତି କରମଚାନ୍ଦ ମହାନ୍ତି, ସମ୍ପାଦକ ସୁବ୍ରତ ନାଗ, ଆବାହକ ଚ୍ୟୈତନ୍ୟ ବାଗ, ଭୁବନେଶ୍ବର ସାହୁ, କୋଷାଧ୍ୟକ୍ଷ ଶ୍ରୀଧର ନାଏକ, କୁଶଳେଶ୍ୱର ପୁଟେଳ, ପ୍ରତାପ ଆଡ୍ଜୁଆଳି, ଲାଳବାବୁ ସେଠୀ ପ୍ରଶାନ୍ତ ସେଠୀ, ଦୟାନୀଧି ଛତ୍ରିଆ, ସଙ୍କୀର୍ତ୍ତନ୍ୟ ଭୋଇ, ଳଳିତ ମୋହନ ସେଠୀ, ରବି ଦଣ୍ଡସେନା, ନନ୍ଦ ମହାକୁର, ପ୍ରକାଶ ସା ଏବଂ ଆଞ୍ଚଳିକ କମିଟିର ସମସ୍ତ କର୍ମକର୍ତ୍ତତା ଓ ଭକ୍ତ ଗଣ ଏହି ଉତ୍ସବକୁ ସଫଳ କରାଇଥିଲେ।