ଲଖନା ପୋଲିସର ଜନ ସମ୍ପର୍କ ଅଭିଯାନ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା କୋମନା ବ୍ଲକ ଲଖନା ପଂଚାୟତର ମେଣ୍ଡାଟାଲ ଗାଁରେ ଲଖନା ପୋଲିସ ତରଫରୁ ଜନ ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଲଖନା ଆଇଆଇସି ଦୁର୍ଗା ମାଧବ ବାଗଙ୍କ ଅଧକ୍ଷତାରେ ଆୟୋଜିତ ଏହି ଶିବିରରେ ସବବୀର ହୁସେନ ୱାର୍ଡ ମେମ୍ବର-୫, ସମାଜସେବୀ ରଫିକ ଭାଇ, ସରକାରୀ ଉଚ୍ଚ ବିଦ୍ୟାଳୟ ମେଣ୍ଡାଟାଲ ପ୍ରଧାନ ଶିକ୍ଷକ ଖେମ ଦାସ, ପୂର୍ବତନ ସରପଞ୍ଚ ବିଦ୍ୟାଧର ଶବର, ସମାଜସେବୀ ନାରାୟଣ ହଂସ, ଡେଡେଙ୍ଗା ୱାର୍ଡ ମେମ୍ବର-୧୧ ଉପେନ୍ଦ୍ର ଶବର, ମେଣ୍ଡାଟାଲ ୱାର୍ଡ ମେମ୍ବର ବିମଳା ବାଗ, ସମାଜସେବୀ ରଂଜିତ ବରିହା ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ସ୍ଥାନୀୟ ଲୋକେ ଏହି ଶିବିରରେ ଯୋଗଦେଇ ଅଂଚଳର ସମସ୍ୟା ଉପରେ ବିଶେଷ ଭାବରେ ପୋଲିସ ଓ ଜନ ପ୍ରତିନିଧିଙ୍କ ସମ୍ମୁଖରେ ଆଲୋଚନା କରିଥିଲେ। ସୂଚନା ଅନୁସାରେ ସ୍ଥାନୀୟ ଅଂଚଳରେ ଏକ ପୋଲିସ ବିଭାଗର ଜଗୁଆଳି ଏବଂ ଏକ ଗୋଷ୍ଠୀ ଗୃହ ପାଇଁ ସାଧାରଣ ଲୋକେ ଦାବୀ କରିଥିଲେ। ତେବେ ପ୍ରଶାସନ ପକ୍ଷରୁ ଏହି ଅସୁବିଧାର ପ୍ରତିକାର କରିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.