ମୁସଲିମ ଲିଗ୍‌ ଜମ୍ମୁ-କଶ୍ମୀରକୁ ବ୍ୟାନ୍ କଲେ କେନ୍ଦ୍ର ସରକାର 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna


Udyog Nursery
Udyogi Nursery

ନୂଆଦିଲ୍ଲୀ: ମୁସଲିମ ଲିଗ ଜମ୍ମୁ କଶ୍ମୀର-ମସରତ ଆଲମ ଗ୍ରୁପ୍‌ (MLJK-MA) ମେଣ୍ଟ ଉପରେ ବ୍ୟାନ ଲଗାଇଛନ୍ତି କେନ୍ଦ୍ର ସରକାର। UAPA ଅଧୀନରେ ଏହାକୁ ବେଆଇନ ସଙ୍ଗଠନ ଭାବରେ ଘୋଷଣା କରାଯାଇଛି। କେନ୍ଦ୍ର ସରକାର ଦେଶ ବିରୋଧୀ କାର୍ଯ୍ୟକଳାପ ବିରୋଧରେ କଡା ନିଷ୍ପତ୍ତି ନେଇଛନ୍ତି।ସଙ୍ଗଠନ ଏବଂ ଏହାର ସଦସ୍ୟମାନେ ଜମ୍ମୁ କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ ଥିବା ଅଭିଯୋଗ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି।

ଏହି ସଂଗଠନ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଗୋଷ୍ଠୀକୁ ସମର୍ଥନ କରୁଥିବା ଅଭିଯୋଗ ହୋଇଛି। ତେଣୁ ଏହି ଗୋଷ୍ଠୀକୁ ସମ୍ପୂର୍ଣ୍ଣ ବ୍ୟାନ୍‌ କରାଯାଇଛି। ଆଗାମୀ ୫ ବର୍ଷ ପାଇଁ ଏହି ଦଳକୁ ବ୍ୟାନ୍‌ କରାଯାଇଛି। ଏହାର ସଦସ୍ୟ ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ଗତିବିଧିରେ ସାମିଲ୍‌ ଥିଲେ ଏବଂ ଆତଙ୍କୀ ସମୂହର ସମର୍ଥନ କରୁଥିଲେ। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଅମିତ ଶାହ କହିଛନ୍ତି, ‘ମୁସଲିମ୍‌ ଲିଗ ଜମ୍ମୁ କଶ୍ମୀର (ମସରତ ଆଲମ ଗ୍ରୁପ)/ ଏମଏଲଜେକେ-ଏମଏକୁ ୟୁପିଏସ ଅନୁଯାୟୀ ‘ଅବୈଧ ସଂଗଠନ’ ଘୋଷଣା କରାଯାଇଛି। ଏହି ସଂଗଠନ ଏବଂ ଏହାର ସଦସ୍ୟ ଜମ୍ମୁ-କଶ୍ମୀରରେ ଦେଶ ବିରୋଧୀ ଏବଂ ବିଚ୍ଛିନ୍ନତାବାଦୀ ଗତିବିଧିରେ ସାମିଲ ଅଛନ୍ତି। ଆତଙ୍କବାଦୀ ଗତିବିଧିର ମଧ୍ୟ ସମର୍ଥନ କରୁଛନ୍ତି।ଲୋକଙ୍କୁ ଜମ୍ମୁ କଶ୍ମୀରରେ ଇସଲାମୀ ଶାସନ ସ୍ଥାପିତ କରିବା ପାଇଁ ମତାଉଛନ୍ତି ।’

 

 

 

 



Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.