ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ ଜୁନାଗଡ଼ ଠାରେ ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ନେତୃତ୍ଵରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଅନେକ ଲୋକ ଆସି ରକ୍ତ ଦାନ କରିଥିଲେ। ଏଥିରେ ଜୁନାଗଡ ନ.ଏ.ସି ଉପାଧ୍ୟକ୍ଷ ହିମାଦ୍ରି ନାଏକ ଉପସ୍ଥିତ ଥିଲେ ଏବଂ ଜୁନାଗଡର ବିଭିନ୍ନ ୱାର୍ଡର କାଉନସିଲର ଗୋପାଳ ଚନ୍ଦନ, ସଚିନ ଅନ୍ଦାନି, କାହୁଁ ଚରଣ ବୈଠାରୁ, ହିମାଦ୍ରୀ ସିନ୍ଦୂର, ପୁଷ୍ପାଞ୍ଜଳି ଦଣ୍ଡସେନା, ମାଧବୀ ବାଗ, ମଞ୍ଜୁଲତା ସେଠୀ, କୁନି ଶବର, ଭୂପେନ୍ଦ୍ର ଦଣ୍ଡସେନା, ମିନତି ମାଝୀ, ଚକ୍ର ବାଗ ଏବଂ ପୂର୍ବତନ ନ.ଏ.ସି ଅଧ୍ୟକ୍ଷ ବିଜୟଲକ୍ଷ୍ମୀ କନ୍ଦପାନ ମଧ୍ୟ ଉପସ୍ଥିତ ଥିଲେ।