ରାୟଗଡାରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ୬ ଘଣ୍ଟିଆ ରାସ୍ତାରୋକ ଆନ୍ଦୋଳନ

ଚନ୍ଦ୍ରପୁରରେ ମୃତ ଆଦିବାସୀ ଯୁବତୀ ଲକ୍ଷ୍ମୀ ମାଝୀଙ୍କୁ ନ୍ୟାୟ ପ୍ରଦାନ ଦାବି

ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରୁଛନ୍ତି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ -ବିଜେପି

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଆଦିବାସୀ ଯୁବତୀ ଲକ୍ଷ୍ମୀ ମାଝୀର ସନ୍ଦେହଜନକ ମୃତ୍ୟୁ ଘଟଣାକୁ ସପ୍ତାହ ବିତି ଯାଇଥିଲେ ମଧ୍ୟ ପୋଷ୍ଟ ମୋର୍ଟମ ରିପୋର୍ଟ ଦିଆଯାଉନାହିଁ କି ଦୋଷୀକୁ ଗିରଫ କରାଯାଇନାହିଁ | ଘଟଣାକୁ ଚପାଇ ଦେବା ପାଇଁ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ଉଦ୍ୟମ କରୁଥିବା ଅଭିଯୋଗ ନେଇ ତଥା ପୀଡିତ ପରିବାରଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆଜି ରାୟଗଡାରେ ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଆଜି ସକାଳ ୭ଟାରୁ ଅପରାହ୍ନ ୧ଘଣ୍ଟା ପର୍ଯ୍ୟନ୍ତ ଜିଲ୍ଲାରେ ବନ୍ଦ ଡାକରା ଦିଆଯାଇଛି | ଜିଲ୍ଲାର ଚନ୍ଦ୍ରପୁର, କାଶୀପୁର, ଗୁଣପୁର, ବିଷମକଟକ, ରାୟଗଡା ଭଳି ଅନ୍ୟ ସ୍ଥାନରେ ଏହି ବନ୍ଦ ପାଳନ କରାଯାଉଛି | ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଡ଼.ଐସ୍ୱର୍ଯ୍ୟା ବିଶ୍ୱାଳଙ୍କ ନେତୃତ୍ୱରେ ସ୍ଥାନୀୟ କପିଳାସ ଛକ ଠାରେ ବିଜେପି କର୍ମୀ ମାନେ ୩୨୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି | ଫଳରେ ଗାଡି ଚଳାଚଳ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି | ବିଜେପିର ଏହି ବନ୍ଦ ଡାକରାକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ଅବରୋଧ ସ୍ଥାନରେ ପୋଲିସ ମୁତୟନ କରାଯାଇଛି |

Udyog Nursery
Udyogi Nursery

ରାୟଗଡା ଜିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକଙ୍କ ନେତୃତ୍ୱରେ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ବି. ଲକ୍ଷ୍ମୀ,କେ. ଅଶ୍ୱିନୀ, ଭାନୁମତି ମୁଦୁଲି, ମଞ୍ଜୁଳା ମିନିୟାକା, ଅର୍ଚନା ବର୍ମା, ରଜତ ମାଦଳା, କାଳିରାମ ମାଝୀ,ବସନ୍ତ କୁମାର ଉଲାକା,ପ୍ରତାପ ପୁଆଲାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିବା ବେଳେ ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଶ୍ରୀମତୀ ବବିତା ପାତ୍ର, ସଂଯୋଜିକା ତଥା ରାୟଗଡା ଜିଲ୍ଲା ପ୍ରଭାରୀ ଅରୁଣିମା ସାହୁ ଉପସ୍ଥିତ ରହିଥିଲେ |

ପ୍ରକାଶ ଥାଉ କି, ଗତ ୨୧ ତାରିଖ ରାତ୍ର ୯ଟା ସମୟରେ ଚନ୍ଦ୍ରପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ମା ଗୃହ ସମ୍ମୁଖ ରୋଷଇ ଘର ପାଚେରୀ ନିକଟରେ ଲକ୍ଷ୍ମୀ ମାଝୀଙ୍କ ଅର୍ଦ୍ଧଦଗ୍ଧ ମୃତ ଶରୀର ପଡିରହିଥିଲା | ଖବର ପାଇ ମୃତ ଲକ୍ଷ୍ମୀ ମାଝୀଙ୍କ ବାପା ବେଲଧର ମାଝୀ ନିଜ ଝିଅକୁ ହତ୍ୟା କରାଯାଇଥିବା ନେଇ ଚନ୍ଦ୍ରପୁର ଥାନାରେ ୨୨ତାରିଖ ଦିନ ଏତଲା ଦେଇଥିଲେ | ଉକ୍ତ ଏତଲାରେ ଅଲିଶା ସ୍ବେଛାସେବୀ ସଂଗଠନ ନିର୍ଦ୍ଦେଶକଙ୍କ ବିରୁଦ୍ଧରେ ଅଭିଯୋଗ କରିଛନ୍ତି | ଆଜିକୁ ଏକ ସପ୍ତାହରୁ ଉର୍ଦ୍ଧ ଦିନ ବିତି ଯାଇଥିଲେ ମଧ୍ୟ ପୋଷ୍ଟ ପୋର୍ଟମ ରିପୋର୍ଟ ଦିଆଯାଇନାହିଁ | ଯାହାକି ଏହା ଏକ ଷଡଯନ୍ତ୍ର କରି ହତ୍ୟା କରାଯାଇଛି ବୋଲି ଅଭିଯୋଗ ଆଣିଛି ବିଜେପି |

ବିଜୁ ଜନତା ଦଳ ସରକାର ମା ମାନଙ୍କୁ ସମ୍ମାନ ଦେବା କଥା କହୁଛି କିନ୍ତୁ ଏହି ସରକାର ସମୟରେ ମହିଳାଙ୍କ କ୍ଷେତ୍ରରେ ଧର୍ଷଣ, ଗଣ ଦୁଷ୍କର୍ମ ବୃଦ୍ଧି ପାଇଛି ଏବଂ ଜିଲ୍ଲାରେ ଆଇନ ମନ୍ତ୍ରୀ ଥାଇ ମଧ୍ୟ ପୀଡିତ ପରିବାରଙ୍କୁ ନ୍ୟାୟ ମିଳିପାରିନାହିଁ ବୋଲି ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଶ୍ରୀମତୀ ପାତ୍ର ପ୍ରକାଶ କରିଥିବା ବେଳେ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଡ଼.ଐଶୋଜ୍ୟା ବିଶ୍ୱାଳ ଚନ୍ଦ୍ରପୁରରେ ଲଷ୍ମୀ ମାଝୀଙ୍କୁ କରାଯାଇଥିବା ବିଭଶ ହତ୍ୟାକାଣ୍ଡ, ପୋଲିସ ପ୍ରଶାସନ ଓ ରାଜ୍ୟ ସରକାରଙ୍କର ଅପାରଗତାକୁ ନେଇ ବର୍ଷିଛନ୍ତି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.