ଘନ କୁହୁଡି ଯୋଗୁଁ ଟ୍ରକକୁ ପଛପଟୁ ପିଟିଲା ପିକନିକ ବସ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ଭୋର ସକାଳ ୫ ଟା ବେଳେ ସୋନପୁର ବଲାଙ୍ଗିର ମୁଖ୍ୟ ରାସ୍ତା ଏନଚ ୫୭ ହରଡଖୋଲ ଖମ୍ବେଶ୍ୱରୀପାଲି ମଝିଠାରେ ଏକ ବସ ଟ୍ରକକୁ ପଛପଟୁ ଧକ୍କା ଦେଇଥିବା ଜଣାପଡ଼ିଛି। ସୁଚନା ଯୋଗ୍ୟ ଯେ, ସୋନପୁର ବଡ଼ବଜାର ଠାରେ ଥିବା ଓଆଇସିଏ କମ୍ପ୍ୟୁଟର ସେଣ୍ଟରର ଛାତ୍ର ଛାତ୍ରୀମାନେ ଭୋଲେନାଥ ନାମକ ଏକ ବସରେ କେଉଁଝର ପିକନିକ ପାଇଁ ଯାଇ ଫେରୁଥିବା ବେଳେ ଗନ୍ତବ୍ୟ ସ୍ଥଳରୁ ମାତ୍ର ୧୫ କିମି ଦୂରରେ ସିଆଲଜୁରୀ ଠାରେ ଏକ ଟ୍ରକ୍ ବେଆଇନ ଭାବେ ରାସ୍ତା କଡ଼ରେ ଠିଆ ହୋଇଥିବା ବେଳେ ଘନ କୁହୁଡି ଯୋଗୁଁ ଟ୍ରକ୍ ପଛପଟେ ଧକ୍କା ଦେଇଥିଲା ବସ। ଏଥିରେ ଡ଼୍ରାଇଭର ସହିତ ୭ ଜଣ ଆହତ ହୋଇ ସୋନପୁର ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କ ମଧ୍ୟରୁ ୪ ଜଣ ଛାତ୍ର ବୌଦ୍ଧ ଜିଲ୍ଲା ଗବଜୁରୀର ବାଦଲ ସାହୁ, ଝିଙ୍କିର ସୁରଥ ଗହିରଙ୍କ ସହ ଅନ୍ୟ ୨ ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନନ୍ତରିତ ହୋଇଥିବା ଜଣାପଡ଼ିଛି। ସୋନପୁର ଡ଼ାକ୍ତରଖାନାରେ ସୋନପୁର ଆଇଆଇସି ପଦ୍ମାସିନୀ ମେହେର ଉପସ୍ଥିତ ରହି ଆହତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ଚିକିତ୍ସା ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.