ନର୍ଲାରେ ନୂଆ-ଓ ବ୍ଲକ ସ୍ତରୀୟ କ୍ରୀଡା ଉତ୍ସବ ଉଦଯାପିତ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ତୁଳାପଡା ହାଇସ୍କୁଲ ପଡିଆ ଠାରେ ତିନିଦିନ ଧରି ଚାଲିଥିଲା ବ୍ଲକ ସ୍ତରୀୟ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି। ଉତ୍ସବର ଅଧ୍ୟକ୍ଷ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏମ ଜଗଜୀବନ ଚୌଧୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ସରପଞ୍ଚ ସଂଘ ସଭାପତି ତଥା ଭାନପୁର ସରପଞ୍ଚ ଅନନ୍ତରାମ ମାଝୀ, ନର୍ଲା ସରପଞ୍ଚ ତନୁଜା ହରପାଲ, ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ ଏବଂ ଅନ୍ୟ ସରପଞ୍ଚ ମାନେ ମଞ୍ଚାସୀନ ରହି ମାର୍ଗଦର୍ଶନ ଦେଇଥିଲେ। ପ୍ରତିଯୋଗୀ କୃତି ଟିମ ମାନଙ୍କୁ ଅତିଥି ବୃନ୍ଦ ପୁରସ୍କୃତ କରିଥିଲେ। ଶିକ୍ଷକ ଧୃବଚରଣ ନାଗ ମଞ୍ଚ ପରିଚାଳନା କରିଥିଲେ। ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା ଯୋଜନାରେ ଏହି କ୍ରୀଡା ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଗ୍ରାମାଞ୍ଚଳରେ ରହିଥିବା ଲୁକ୍କାୟିତ ଯୁବ ପ୍ରତିଭା ମାନଙ୍କୁ ଅନ୍ୱେଷଣ କରି ସେମାନଙ୍କୁ ରାଜ୍ୟ ସ୍ତରରେ ପରିଚିତ କରାଇବା ଓ କ୍ରୀଡା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ରାଜ୍ୟସରକାରଙ୍କ ଏହି ପ୍ରୟାସ ରହିଛି। ଡିସେମ୍ବର ୧୫ ରୁ ଛାତ୍ରଛାତ୍ରୀ ଓ ଯୁବ ଗୋଷ୍ଠୀ (୧୩ ରୁ ୩୫ ବର୍ଷ)ଙ୍କୁ ନେଇ ଗ୍ରାମ ପଞ୍ଚାୟତ ସ୍ତରରୁ ଆରମ୍ଭ ହୋଇଥିଲା ଏହି କ୍ରୀଡା ପ୍ରତିଯୋଗୀତା। ନର୍ଲା ବ୍ଲକର ୨୬ ଗୋଟି ଗ୍ରାମ ପଞ୍ଚାୟତକୁ ନର୍ଲା, ଶାନ୍ତପୁର, ସରିଆଁ, ତୁଳାପଡା ଓ ମସ୍କୁଟି ଏଭଳି ୫ ଗୋଟି ଜୋନରେ ବିଭକ୍ତ କରି ଆରମ୍ଭ କରାଯାଇଥିଲା କ୍ରୀଡା ପ୍ରତିଯୋଗୀତା। ଏଥିରେ ହକି, କ୍ରୀକେଟ, ଫୁଟବଲ, ଭଲିବଲ, କବାଡି ଓ ଖୋ ଖୋ ଇଭେଣ୍ଟ ସବୁ ରହିଥିଲା। ଗ୍ରାମ ପଞ୍ଚାୟତ ସ୍ତରରୁ ଏସବୁ ଇଣ୍ଟେଣ୍ଟର ଚୟନ କରାଯାଇଥିବା ଟିମ ସବୁ ଆସି ବ୍ଲକ ସ୍ତରୀୟ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିଲେ। ଏଥିରେ ମହିଳା ଓ ପୁରୁଷ ଉଭୟ ବିଭାଗ ରହିଥିଲା। ପ୍ରତି ଇଭେଣ୍ଟରେ ଚାରିଗୋଟି ଦଳକୁ ପୁରସ୍କୃତ କରାଯାଇଥିଲା। ଚମ୍ପିଆନ ଟିମକୁ ୨୦,୦୦୦ ଟଙ୍କା ସହ ଟ୍ରଫି ଓ ଜର୍ସି, ସେହିଭଳି ପ୍ରଥମ ଦଳକୁ ୧୫,୦୦୦ ଟଙ୍କା, ଦ୍ୱିତିୟ ଟିମ ଓ ତୃତୀୟ ଟିମକୁ ୧୦,୦୦୦ ଟଙ୍କା ଲେଖାଏଁ ନଗଦ ରାଶି ପୁରସ୍କାର ପ୍ରଦାନ କରାଯାଇଥିଲା। ଫୁଟବଲରେ ପୁରୁଷ ଦଳ ତୁଳାପଡା ଓ ମହିଳା ଟିମ ଘଣ୍ଟମାଳ, ସେହିଭଳି କବାଡିରେ ପୁରୁଷ ଦଳ ମାଣ୍ଡେଲ ଓ ମହିଳା ଟିମ ଉଲିକୁପା, ଖୋ ଖୋରେ ରାକ୍ସୀର ମହିଳା ଓ ପୁରୁଷ ଦଳ, କ୍ରୀକେଟରେ ମୁସ୍କୁଟି ପୁରୁଷ ଦଳ, ଭଲିବଲରେ ତିତକେଲା ପୁରୂଷ ଦଳ ଓ ଶାନ୍ତପୁର ମହିଳା ଟିମ ଚମ୍ପିୟନ ହୋଇ ପୁରସୃତ ହୋଇଥିଲେ। ବ୍ଲକ ସ୍ତରରେ ଚମ୍ପିଆନ ହୋଇଥିବା ପ୍ରତି ଇଭେଣ୍ଟର ଟିମ ଜିଲ୍ଲା ସ୍ତରରେ ଜାନୁୟାରୀ ୨ ରୁ ୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ରହିଥିବା କ୍ରୀଡା ଉତ୍ସବ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିବେ ବୋଲି ଜଣାପଡିଛି। ବ୍ଲକ ସ୍ତରୀୟ ଏହି କ୍ରିଡା ଉତ୍ସବର ଅଧ୍ୟକ୍ଷ ଭାବରେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏମ ଜଗଜୀବନ ଚୌଧୁରୀ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି କ୍ରୀଡା ଉତ୍ସବରେ ସମସ୍ତ ଇଭେଣ୍ଟ ଗୁଡିକ ପରିଚାଳନା ପାଇଁ ହାଇସ୍କୁଲ ଓ ୟୁପି ସ୍କୁଲ ଗୁଡିକର ୧୫ ଜଣ ଶାରୀରିକ ଶିକ୍ଷକଙ୍କୁ ୧୪ ରୁ ୨୯ ଯାଏଁ ଡେପୁଟେସନରେ ଅଣାଯାଇଥିଲା। ସେମାନଙ୍କ ମଧ୍ୟରୁ ପିଇଟି ସନ୍ତୋଷାନନ୍ଦ ନାୟକ, ଜୟକୃଷ୍ଣ ନାଏକ, ପବିତ୍ର ପଧାନ, ଚନ୍ଦ୍ର ମୋହନ ବିଶ୍ୱାଳ, ସୁଧିର ରାଉତ, ନାରାୟଣ ପଧାନ(କ), ସଞ୍ଜୟ ପଧାନ, ନାରାୟଣ ପଧାନ(ଖ), ଧୃବଚରଣ ନାଗ, ସଙ୍କର୍ଷଣ ଗୌଡ, ମନୋଜ ଭୋଇ, ଜତିଲାଲ ନାୟକ, ଉମାକାନ୍ତ ଭୋଇ ପ୍ରମୁଖ ସମସ୍ତ ଇଭେଣ୍ଟ ଗୁଡିକ ପରିଚାଳନା କରିଥିଲେ। ନର୍ଲା ବ୍ଲକ ଷ୍ଟାଫ ସେକ୍ସନ ଅଫିସର ଦିଗ ପଧାନ, ବିଏସଏସଓ ପ୍ରଦୀପ ବେହେରା, ନର୍ଲା ଯୋଗାଣ ଅଧିକାରୀ ଶିବପ୍ରସାଦ ମହାନ୍ତି, ଭୋଳାନାଥ ଦାସ, ସନତ କୁମାର ସାହୁ, ଆରଡବ୍ଲୁଏସଏସ ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀ, ତୁଳାପଡା ପିଇଓ କ୍ଷୀରସିନ୍ଧୁ ରଣା, ଭାନପୁର ଯୋଗାଣ ସହାୟକ ମୀନକେତନ ହାତୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.