ନର୍ଲାର ପୂର୍ବତନ କୃଷି ଅଧିକାରିଣୀ ଶିବାନୀ ପଧାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କେବେ??

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ସହକାରୀ କୃଷି ଅଧିକାରୀଣି ଶିବାନୀ ପଧାନ ଚାଷୀଙ୍କ ଲକ୍ଷ ଲକ୍ଷ ଟଙ୍କା ଚଳୁ କରି ଚମ୍ପଟ ମାରିଥିବା ବିଷୟ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ୨୦୧୮ ଡିସେମ୍ବରରେ ନର୍ଲାରେ ସହକାରୀ କୃଷି ଅଧିକାରିଣି ଭାବରେ ନିଯୁକ୍ତି ପାଇଥିବା ଶିବାନୀ ପଧାନ ୨୦୨୧ ଯାଏଁ ନର୍ଲାରେ ରହି ଦୁର୍ନିତିର ପାହାଡ ଛିଡା କଲେ। ତାଙ୍କ ପାଇଁ ନର୍ଲା କୃଷି ଅଫିସ୍ ଏବେ ସାରା ରାଜ୍ୟରେ ବଦନାମ ମୁଣ୍ଡେଇଛି। ତାଙ୍କ ଦୁର୍ନିତି କାରନାମାକୁ ନେଇ ନର୍ଲା ଚାଷୀ ମହଲରେ ଚର୍ଚ୍ଚା ଥମିବାର ନାଁ ଧରୁନି। ଗତ ୨୦୨୧ରେ ଭବାନୀପାଟଣା ବିିଇଓ ଅଫିସ୍ ରେ ଅସ୍ଥାୟୀ ଆକାଉଟାଣ୍ଟ ଭାବରେ କାର୍ଯ୍ୟ କରୁଥିବା ସୁଚୀସ୍ମୀତା ସୁଆର ଶିକ୍ଷକ ମାନଙ୍କ ୩୯ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗ ପରେ ଭିଜିଲାନ୍ସ ତଦନ୍ତ ବେଳେ ସେ ଏକ୍ସିସ ବ୍ୟାଙ୍କରୁ ତାଙ୍କ ଆକାଉଣ୍ଟକୁ ୨ କୋଟି ଟଙ୍କା ଟ୍ରାନ୍ସଫର କରିଥିବା ତଥ୍ୟ ପ୍ରମାଣିତ ହୋଇଥିଲା। ଏହାପରେ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ସ୍ୱରୁପ ତାଙ୍କୁ ଜେଲ ଦଣ୍ଡାଦେଶ ହୋଇଥିଲା। ଏଭଳି କଳାହାଣ୍ଡିରେ ସରକାରୀ ଅଫିସ ଗୁଡିକରେ ଦୁର୍ନିତି ଉପରେ ଦୁର୍ନିତି ହୋଇଥିବା ବେଳେ ନର୍ଲା କୃଷି ଅଫିସରେ ମଧ୍ୟ ଦୁର୍ନିତିର ପାହାଡ ଛିଡାକରି ସହକାରୀ କୃଷି ଅଧିକାରିଣୀ ଶିବାନୀ ପଧାନ ଛୁ ଚମ୍ପଟ ମାରିଛନ୍ତି ଚକାପାଦ କୃଷି ଅଫିସକୁ। ସାମ୍ବାଦିକ ରଞ୍ଜନ ମହାନ୍ତିଙ୍କ ଦ୍ୱାରା ମଗାଯାଇଥିବା ସୂଚନାକୁ ଆଧାର କରି ଜାଣିବାକୁ ମିଳିଛି ଶିବାନୀ ପଧାନଙ୍କ ଦୁର୍ନିତିର କଳା କାରନାମା। ସୂଚନା ଅଧିକାର ଆଇନରେ ନର୍ଲା କୃଷି ଅଫିସ୍ ରେ ତାଙ୍କ କାର୍ଯ୍ୟକାଳ ସମୟ ଅବଧି ମଧ୍ୟରେ ଚାଷୀଙ୍କୁ ବଣ୍ଟା ଯାଇଥିବା ବିହନ, ସାର, କୀଟନାଶକ ଔଷଧ, ଚାଷୀଙ୍କୁ ନେଇ ବିଭିନ୍ନ ଗ୍ରାମରେ କାରାଯଇଥିବା କ୍ଷେତ୍ର ଦିବସ ଗୁଡିକରେ ହୋଇଥିବା ବ୍ୟୟ ଅଟକଳ। ଆତ୍ମା ଯୋଜନାର ବିଭିନ୍ନ ସ୍କିମ ଓ ତାଲିମ ଶିବିର ଗୁଡିକ ପାଇଁ ଖର୍ଚ୍ଚ ହୋଇଥିବା ଅର୍ଥରାଶିର ବିଲ ଭାଉଚର ଓ ସବିଶେଷ ତଥ୍ୟ ସବୁ ମଗାଯାଇଥିଲା ସୁଚନା ଅଧିକାର ଆଇନରେ। ସୂଚନା ଦେଇନପାରି ଇତସ୍ତତ ହୋଇ ନର୍ଲାର ସାମ୍ବାଦିକ ରଞ୍ଜନ ମହାନ୍ତି ଓ ଲିଙ୍ଗରାଜ ମିଶ୍ରଙ୍କ ନାମରେ ମିଥ୍ୟା ଜାତିଆଣ ଆକ୍ଷେପ ନେଇ କେସ୍ ଦାଏର କରିଥିଲେ ୨୯ ଡିସେମ୍ବର ୨୦୨୧ ରେ। ପୋଲିସକୁ ଟଙ୍କା ପଇସା ଦେଇ ସାମ୍ବାଦିକ ମାନଙ୍କ କଣ୍ଠରୋଧ ପାଇଁ ପ୍ରୟାସ କରିଥିଲେ। ଆତ୍ମା ଯୋଜନାର ସେ ଅଧିକାରିଣୀ ରହିଥିବା ବେଳେ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଅର୍ଥରାଶି, ସେହିଭଳି ତିନି ବର୍ଷ ଧରି ନର୍ଲା ବ୍ଲକ୍ ଅଞ୍ଚଳର ବିଭିନ୍ନ ଗ୍ରାମ ପଞ୍ଚାୟତର ଚାଷୀଙ୍କ ପାଇଁ କରାଯାଉଥିବା କ୍ଷେତ୍ର ଦିବସ ଗୁଡିକର ଅର୍ଥରାଶି ଏଭଳି ସର୍ବମୋଟ ୩୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହଡପ କରିଥିବା ସୂଚନା ତଥ୍ୟରୁ ଜଣାପଡିଛି। ତାଙ୍କ ତିନି ବର୍ଷର କାର୍ଯ୍ୟକାଳ ମଧ୍ୟରେ ସେ ଦାମି କାର, ନିଜ ଗାଁରେ ଓ ଭୂବନେଶ୍ୱରରେ ୮ ରୁ ଉର୍ଦ୍ଧ୍ୱ ପ୍ଲଟ ନିଜ ନାମ ଓ ସମ୍ପର୍କୀୟ ମାନଙ୍କ ନାମରେ କିଣିଥିବା ଜଣାପଡିଛି। ୨୦୨୧ ଡିସେମ୍ବର ୨୯ ରେ କେସ୍ ଦାଏର କରିବା ପରେ ନର୍ଲା କୃଷି ଅଫିସ୍ କୁ ଆଉ ବିଲକୁଲ ଡ୍ୟୁଟି ଆସି ନଥିଲେ ଏଏଓ ପଧାନ। ଲକ୍ଷାଧିକ ସରକାରୀ ଅର୍ଥ ହଡପର ଭିଜିଲାନ୍ସ ତଦନ୍ତ ଭୟରେ ଅନ୍ୟତ୍ର ବଦଳୀ ପାଇଁ ମାସ ମାସ ଧରି ଭୁବନେଶ୍ୱରେ ଡେରା ମାରି ଶେଷରେ ଛୁ ଚମ୍ପଟ ମାରିଥିଲେ ଚକାପାଦ ବ୍ଲକକୁ। ସେଥିରେ ସେ ସଫଳ ମଧ୍ଯ ହେଲେ। ୩,୦୦,୦୦୦ ଟଙ୍କା ଖର୍ଚ୍ଚ କରି ବଦଳି ନେଇ ଚାଲିଗଲେ ଚକାପାଦକୁ ବୋଲି ଚର୍ଚ୍ଚା ମଧ୍ୟ ହେଉଛି। ଏହାପରେ ଏଠିକାର କାହାର ଫୋନ ରିସିଭ କଲେନି କି ନର୍ଲାକୁ ଆଉ ପାଦ ମାଡିଲେନି। ନର୍ଲାର ଦୁଇ ସାମ୍ବାଦିକଙ୍କୁ ଜାତିଆଣ ଆକ୍ଷେପର ମିଥ୍ୟା କେସରେ ଫସାଇ ଥିଲେ ଏଏଓ ଶିବାନୀ ପଧାନ। ନିଜ ଅଧସ୍ତନ କର୍ମଚାରୀ ମାନଙ୍କୁ ଡରାଇ ଧମକାଇ ମିଥ୍ୟା କେସରେ ସାକ୍ଷୀ କରାଇଥିଲେ ଏଏଓ ପଧାନ। ଏପଟେ ସାକ୍ଷୀ ମାନେ ମୁହଁ ଖୋଲି ଆମେ ଏ ବିଷୟରେ କିଛି ଜାଣିନୁ କିମ୍ବା ସାକ୍ଷ୍ୟ ଭାବରେ ଦସ୍ତଖତ ଦେଇନୁ ବୋଲି ବୟାନ ଦେଇସାରିଛନ୍ତି। ଏଏଓ ଶିବାନୀ ପଧାନ ଚାଲିଯାଇ ଦୁଇ ବର୍ଷ ବିତି ସାରିଥିବା ବେଳେ ଜିଲ୍ଳା କୃଷି କାର୍ଯ୍ୟାଳୟ, ଜିଲ୍ଲପାଳ ଅଫିସ, ରଜ୍ୟ କୃଷି ଭବନ ଓ ୫ଟି ସଚିବଙ୍କ ପାଖରେ କୃଷକ ମାନେ ଓ ବୁଦ୍ଧିଜୀବୀମାନଙ୍କ ତରଫରୁ ଏନେଇ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ଯ ଏ ଦୁର୍ନିତିଖୋର୍ ଅଧିକାରୀଙ୍କ ପ୍ରତି କାହିଁକି ହେଉନି କାର୍ଯ୍ୟାନୁଷ୍ଠାନ? ନର୍ଲାର ଚାଷୀ ଏବଂ ବୁଦ୍ଧିଜୀବୀ ମାନେ ପ୍ରଶ୍ନ କରିଛନ୍ତି ଏଭଳି ଜଣେ ଦୁର୍ନିତିଖୋର କୃଷି ଅଧିକାରୀଣିଙ୍କ ବିରୁଦ୍ଧରେ ଚାଷୀଙ୍କ ସରକାର ବୋଲାଉଥିବା ରାଜ୍ୟ ନବୀନ ସରକାର କେବେ ନେବେ ପଦକ୍ଷେପ? ନର୍ଲାର ପୂର୍ବତନ କୃଷି ଅଧିକାରିଣୀଙ୍କ ବିରୁଦ୍ଧରେ କେବେ ହେବ ଭିଜିଲାନ୍ସ ତଦନ୍ତ? କେବେ ହେବ କାର୍ଯ୍ୟାନଷ୍ଠାନ??

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.