ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଗତକାଲି ସନ୍ଧ୍ୟା ୮ ଟା ବେଳେ ସୋନପୁର ସଦର ମୁଖ୍ୟ ବ୍ଲକ ଟ୍ରାଫିକ ଛକ ଠାରେ ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣାରେ ହାଇୱା ଚାପାରେ ଦୁଇ ସ୍କୁଟି ଆରୋହୀ ବାପା ଓ ପୁଅ ଙ୍କ ମୃତ୍ୟୁ ଘଟିଛି। ସମ୍ବଲପୁର ମହାନଦୀ ସେତୁ ପଟୁ ଆସୁଥିବା ହାଇୱା( ଓଡି ୩୧ ଏଲ୍ -୩୧୮୦ ) ସ୍କୁଟିରେ ଥିବା ରାଜ କୁମାର ମହାକୁଡ଼ (୫୦) ଓ ତାଙ୍କ ପୁଅ ଓମପ୍ରିତ୍ (୧୬) ଙ୍କ ଉପରେ ଚଢ଼ି ଯିବାରୁ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଥିଲା। ମୁଖ୍ୟ ଛକ ହୋଇଥିବାରୁ ସଙ୍ଗେ ସଙ୍ଗେ ଲୋକ ଚାପି ହୋଇ ଚକ ତଳେ ରହିଯାଇଥିବା ଉଭୟଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିବା ସହ ମଝିରେ ଫସି ରହିଥିବା ସ୍କୁଟିକୁ ବାହାର କରୁଥିବା ବେଳେ ପୋଲିସ ଉପସ୍ଥିତିରେ ହାଇୱା ଟି ସେଠାରୁ ଫେରାର ମରିଥିଲା। ତେବେ ଫେରାର ମାରିବା ବେଳେ ସ୍କୁଟିଟି ହଇୱାରେ ଘୋଷାଡି ହୋଇ ପ୍ରାୟ ୧ କିମି ଗଲା ପରେ ଜିଲ୍ଲାପାଳ ଅଫିସ୍ ପାଖରେ ହାଇୱା ରେ ନିଆଁ ଲାଗି ଜଳିଯାଇଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଡ଼୍ରାଇଭର ଟି ପ୍ରଚୁର ମଦ୍ୟପାନ କରିଥିଲା।ସେଠାରୁ ରାସ୍ତା ଉପରେ ଗାଡି ଛାଡି ଡ୍ରାଇଭର ଫେରାର ମାରିଥିବା ଜଣାପଡିଛି। ଦୁର୍ଘଟଣା ସ୍ଥଳରେ ଟ୍ରାଫିକ ପୋଲିସ ଥାଇ ମଧ୍ୟ ଏପରି ଦୁର୍ଘଟନା କୁ ନେଇ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଗାଡି କୁ ପୋଲିସର କୌଣସି କର୍ମଚାରୀ ଫେରାର ମାରିବା ପାଇଁ ହାତ ଦେଖାଇବା ଅଭିଯୋଗ କରି ସେଠାରେ ପହଞ୍ଚିଥିବା ଏସଡିପିଓ ଙ୍କୁ ସାଧାରଣ ଲୋକ ଠେଲାପେଲା କରିବା ସହ ତାଙ୍କ ଗାଡି (ଓଡି୦୫ଜି-୭୪୬୩) କୁ ଭଙ୍ଗାରୁଜା କରିଥଲେ। ପରେ ଘଟଣାସ୍ଥଳକୁ ଏସପି ଅମରେଶ ପଣ୍ଡା ପହଞ୍ଚିବା ସହ ଲୋକଙ୍କୁ ବୁଝାସୁଝା କରୁଥିବା ବେଳେ ମୃଦୁ ଲାଠିଚାଳନା ମଧ୍ୟ ପୋଲିସ ପକ୍ଷରୁ କରାଯାଇ ପରିସ୍ଥିତି କୁ ଶାନ୍ତ କରଯାଇଥିଲା। ଘଟଣା ସ୍ଥଳରେ ତୁରନ୍ତ ଉପଜିଲ୍ଲାପାଳ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ମଧ୍ଯ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଆଶ୍ଵାସନା ଦେଉଥିଲେ । ସେହି ରାସ୍ତା ଦେଇ ଯାଉଥିବା ବଲାଙ୍ଗୀର ସାଂସଦ ଶ୍ରୀମତୀ ସଙ୍ଗୀତା ସିଂଦେଓ ମଧ୍ଯ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭର ର ବେପରୁଆ ଗାଡି ଚାଳନା କୁ ଦାୟୀ କରି ହିଟ୍ ଏଣ୍ଡ ରନ ମାମଲା ଦାୟର କରି ଡ଼୍ରାଇଭର ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ଏବଂ ପୋଲିସ ଓ ପ୍ରଶାସନର ବରିଷ୍ଠ ଅଧିକାରମାନେ ବିଳମ୍ବରେ ପହଞ୍ଚିଥିବାରୁ ପ୍ରଶ୍ନ କରିଥିଲେ। ଟିଉସନ୍ ସାରି ବାପାଙ୍କ ସାଙ୍ଗରେ ରେ ଫେରୁଥିବା ଓମପ୍ରିତ୍ ଜଣେ ମେଧାବୀ ଛାତ୍ର ଥିବାବେଳେ ସୋନପୁର କେନ୍ଦ୍ରୀୟ ବିଦ୍ୟାଳୟ ର ଯୁକ୍ତ ଦୁଇ ପ୍ରଥମ ବର୍ଷ ବିଜ୍ଞାନ ଛାତ୍ର ଥିଲେ। ଏବଂ ତାଙ୍କ ବାପା ରାଜକୁମାର ଦେଉଳପଦର ହାଇସ୍କୁଲ ର ଶିକ୍ଷକ ଥିବାବେଳେ ଖୁବ୍ ମେଳାପି ଥିଲେ। ଘଟଣା ପରେ ବର୍ତ୍ତମାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଫାର୍ମାସିଷ୍ଟ ଭାବରେ କାର୍ଯ୍ୟରତ ଓମପ୍ରିତ୍ ଙ୍କ ମା ଶୁଭଶ୍ରୀ ମଧୁସ୍ମିତା କମ୍ପ ଦୁର୍ଘଟଣା ପରେ ପୁଅ ଓ ସ୍ଵାମୀ ଙ୍କୁ ହରାଇ ବର୍ତ୍ତମାନ ବେସାହାରା ହୋଇଯାଇଛନ୍ତି। ଘଟଣାକୁ ନେଇ ସାରା ସହର ସ୍ତବ୍ଧ ହୋଇଯାଇଥିଲା ବେଳେ ସମସ୍ତଙ୍କ ପ୍ରଶ୍ନ ଟ୍ରାଫିକ ଛକ ରେ ପୁଣି ପୋଲିସ ଉପସ୍ଥିତି ରେ ଏତେ ବଡ଼ ଅଘଟଣ କାହା ଅବହେଳା ଯୋଗୁଁ ହେଲା ଏଏତେ ବଡ ଦୁର୍ଘଟଣା ?? ସେପଟେ ଏସପି ଅମରେଶ ପଣ୍ଡା କାର୍ଯ୍ୟରେ ଅବହେଳା କରିଥିବା କର୍ମଚାରୀ ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ହେବା ନେଇ ସ୍ଥାନୀୟ ଜନସାଧାରଣ ଙ୍କୁ କହିଥିଲେ।