କାନକୁଟରୁ ଓ ଲାଞ୍ଜି ପଞ୍ଚାୟତରେ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ ବ୍ଲକର ବିଭିନ୍ନ ପଞ୍ଚାୟତରେ କଳାହାଣ୍ଡି ଉତ୍ସବ ‘ଘୁମୁରା-୨୦୨୪’ ଆୟୋଜିତ ହେଉଛି। ଏହି କ୍ରମରେ ବ୍ଲକର କାନକୁଟରୁ ଓ ଲାଞ୍ଜିଠାରେ ମଧ୍ୟ ପଞ୍ଚୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। କାନକୁଟରୁ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଡକ୍ଟର ବଳଭଦ୍ର ମାଝୀ ଯୋଗ ଦେଇ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ। ମୁଖ୍ୟ ବକ୍ତା ଭାବେ ଲାଞ୍ଜିଗଡ ପ୍ରେସ କ୍ଳବ ସଭାପତି କୈଳାସ ସାହୁ ଯୋଗ ଦେଇ ଲୋପ ପାଇଯାଇବାକୁ ଯାଉଥିବା କଳା, ସଂସ୍କୃତିକୁ କିଭଳି ପୁନର୍ଜୀବିତ କରାଯିବ ସେନେଇ ଆଲୋକପାତ ରଖିଥିଲେ। ଉତ୍ସବରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ସରପଞ୍ଚ ମଧୁସୂଦନ ମାଝୀ, ସମିତିସଭ୍ୟ ମନୋହର ହରପାଳ, ପ୍ରଧାନ ଶିକ୍ଷକ ବୈଶାକୁ ନାଏକ, ସାମ୍ବାଦିକ ଧର୍ମେନ୍ଦ୍ର ପଣ୍ଡା, ମଳୟ ବେନୁଆ ପ୍ରମୁଖ ଯୋଗ ଦେଇଥିଲେ। ଘୁମୁରା-୨୦୨୪କୁ ନେଇ କାନକୁଟରୁ ପଞ୍ଚାୟତ ଅଧିନସ୍ଥ ବିଭିନ୍ନ ସ୍କୁଲର ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ଗୀତ, ପ୍ରବନ୍ଧ, ନାଚ, ଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ମହିଳାଙ୍କ ମଧ୍ୟରେ ହୁଳହୁଳି, ଶଙ୍ଖ ଫୁଙ୍କା ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। କାନକୁଟରୁ ସରପଞ୍ଚ ବନମାଳୀ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମଳୟ ବିଭାର ମଞ୍ଚ ପରିଚାଳନା କରିଥିବା ବେଳେ ପଞ୍ଚାୟତ ନିର୍ବାହୀ ଅଧିକାରୀ ସାଧୁରାମ ସାହୁ, ଗ୍ରାମ ରୋଜଗାର ସେବକ ଭାଗବତ ପ୍ରସାଦ ସାହୁ, ଯୋଗାଣ ସହାୟକ ଦେବୀ ପ୍ରସାଦ ସାହୁ ପ୍ରମୁଖ ସହଯୋଗ କରିଥିଲେ।

ସେହିପରି ଲାଞ୍ଜି ପଞ୍ଚାୟତରେ ମଧ୍ୟ କଳାହାଣ୍ଡି ଉତ୍ସବ ପ୍ରବଳ ଉତ୍ସାହ ଉଦ୍ଦୀପନା ସହ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ମଶାଳ ଯାତ୍ରାରେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ ଯୋଗଦେଇ ଉଦବୋଧନ ଦେଇଥିବା ବେଳେ ଲାଞ୍ଜି ସରପଞ୍ଚ ଯମୁନା ମାଝୀ ସଭାର ସଭାପତିତ୍ବ କରିଥିଲେ। ମୁଖ୍ୟବକ୍ତା ଭାବେ ଲାଞ୍ଜିଗଡ ପ୍ରେସ କ୍ଳବ ସଭାପତି କୈଳାସ ସାହୁ, ସମ୍ମାନିତ ଅତିଥି ଭାବେ ସମାଜସେବୀ ଭାଗିରଥି ଧଙ୍ଗଡ଼ାମାଝି, ଯୁବ ସମାଜସେବୀ ନିରଞ୍ଜନ ବିଭାର, ନାଏବ ସରପଞ୍ଚ ସାମ୍ବା ମାଝୀ ପ୍ରମୁଖ ଯୋଗ ଦେଇଥିଲେ। ପଞ୍ଚାୟତ ନିର୍ବାହୀ ଅଧିକାରୀ ସାଧୁରାମ ସାହୁ, ଯୋଗାଣ ସହାୟକ ଭାଗ୍ୟବାନ ମଙ୍ଗରାଜ, ଧର୍ମେନ୍ଦ୍ର ପଣ୍ଡା ପ୍ରମୁଖ ସହଯୋଗ କରିଥିବା ବେଲେ ସମିତିସଭ୍ୟା ବେଣୁଧର ବାଗ ଉପେନ୍ଦ୍ର ପାଢ଼ୀ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.