ଅଗ୍ନିବୀରରେ ଭର୍ତ୍ତି ପାଇଁ ନିୟମରେ ବଡ଼ ପରିବର୍ତ୍ତନ ଆଣିଲା ଭାରତୀୟ ସେନା

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଅଗ୍ନିବୀର ନିଯୁକ୍ତି ନିୟମରେ ଭାରତୀୟ ସେନା ଏକ ବଡ ପରିବର୍ତ୍ତନ କରିଛି। ବର୍ତ୍ତମାନ ନୂଆ ନିୟମରେ ପୋଷ୍ଟ ପାଇଁ ଟାଇପିଂ ପରୀକ୍ଷାକୁ ବାଧ୍ୟତାମୂଳକ କରିଛି ଭାରତୀୟ ସେନା। ଏହି ନୂତନ ନିୟମ ୨୦୨୪-୨୫ରୁ ଲାଗୁ ହେବ। ଏ ସମ୍ପର୍କରେ ଭାରତୀୟ ସେନା ମଧ୍ୟ ବିଜ୍ଞପ୍ତି ଜାରି କରିଛି। ସେନା ନିଯୁକ୍ତି ବୋର୍ଡକୁ ଏକ ଚିଠି ପଠାଇ ଏହାର ଅନୁପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଟାଇପିଂ ଷ୍ଟାଣ୍ଡାର୍ଡ ନୂଆ ହେବ କିମ୍ବା ପୂର୍ବ ପରି ସମାନ ହେବ, ଏହାର ସୂଚନା ଏପର୍ଯ୍ୟନ୍ତ ଜଣା ପଡିନାହିଁ।ଏହି ପରିବର୍ତ୍ତନ ସମ୍ପର୍କରେ ସେନାରେ ଭର୍ତ୍ତି ବୋର୍ଡ ନିର୍ଦ୍ଦେଶାଳୟର ଜଣେ ଅଧିକାରୀ କହିଛନ୍ତି ନୂଆ ନିୟମ ଅଗ୍ନିବୀର କ୍ଲର୍କ ଓ ଷ୍ଟୋର କିପର ପଦ ପାଇଁ ଏହି ନିୟମ ଲାଗୁ ହେବ। ଇଂରାଜୀ ଓ ହିନ୍ଦୀ ପାଇଁ ମିନିଟ ପିଛା ୩୫ ଓ ୩୦ ଶବ୍ଦର ଟେଷ୍ଟ ଦେବାକୁ ହେବ। ସେନା ନିୟମ ସୂଚନା ଅନୁଯାୟୀ ଅଭିଯାନ ଜାରି ରହିଛି। ଏହି ନିୟମ ଅନୁଯାୟୀ ଭର୍ତ୍ତି ପାଇଁ ନୂଆ ନିୟମ ମଧ୍ୟ ସୂଚନା ପ୍ରଦାନ କରାଯାଇଛି।

Omkar Vasthu
Omkar Vasthu

ଭାରତୀୟ ସେନା ନିୟମ ଅନୁଯାୟୀ, କେବଳ ଦ୍ୱାଦଶ ପାସ୍ ଯୁବକମାନେ ଅଗ୍ନିବୀର କ୍ଲର୍କ ଏବଂ ଷ୍ଟୋରକିପର ପଦ ପାଇଁ ଯୋଗ୍ୟ ଅଟନ୍ତି। ଏଥିପାଇଁ ୬୦ ପ୍ରତିଶତ ମାର୍କ ରହିବା ବାଧ୍ୟତାମୂଳକ ଅଟେ। ବିଜ୍ଞାନ, ବାଣିଜ୍ୟ କିମ୍ବା କଳା ଷ୍ଟ୍ରିମର ଛାତ୍ରମାନେ ଏହି ପଦ ପାଇଁ ଆବେଦନ କରିପାରିବେ। ଏହା ସହିତ ଏକ ସର୍ତ୍ତ ମଧ୍ୟ ଅଛି ଯେ ପ୍ରତ୍ୟେକ ବିଷୟ ଉପରେ ୫୦ ପ୍ରତିଶତ ମାର୍କ ରହିବା ବାଧ୍ୟତାମୂଳକ ଅଟେ। କ୍ଲର୍କ ଏବଂ ଷ୍ଟୋର କିପରଙ୍କ ପାଇଁ ବୟସ ୧୭ ରୁ ୨୧ ବର୍ଷ ମଧ୍ୟରେ ହେବା ଉଚିତ। କିରାଣୀ ପଦ ପାଇଁ ଇଂରାଜୀ, ଗଣିତ, ଆକାଉଣ୍ଟସ୍ ଏବଂ ବୁକ୍ କିପିଂ ଜାଣିବା ଉଚିତ୍।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.